fbpx
BSKY
BJD SHG SKY
BJD YOUTH SKY

୧୦ ଦିନରେ ଲଭ୍ ଜିହାଦର ୩ ଚାଞ୍ଚଲ୍ୟକର ମାମଲା, ପ୍ରଥମେ ଯୌନ ଶୋଷଣ ପରେ …

ଝାଡ଼ଖଣ୍ଡ: ଦଶ ଦିନ ମଧ୍ୟରେ ଲଭ୍ ଜିହାଦର ତିନୋଟି ଚାଞ୍ଚଲ୍ୟକର ଘଟଣା ଝାଡ଼ଖଣ୍ଡରୁ ସାମ୍ନାକୁ ଆସିଛି। ଏନେଇ ବିଜେପି ଏବଂ ହିନ୍ଦୁତ୍ୱ ସଂଗଠନ ସରକାରଙ୍କୁ ଖୁଲମଖୁଲା ଟାର୍ଗେଟ କରିଛନ୍ତି। ଲଭ୍ ଜିହାଦର ତୃତୀୟ ମାମଲା ଖୁଣ୍ଟି ଜିଲ୍ଲାର କର୍ରା ପୋଲିସ ଷ୍ଟେସନ ଅଞ୍ଚଳରୁ ସାମ୍ନାକୁ ଆସିଛି। ନାବାଳିକାଙ୍କୁ ଯୌନ ଶୋଷଣ ଅଭିଯୋଗରେ ଫଖରୁଦ୍ଦିନ ନାମକ ଜଣେ ବ୍ୟକ୍ତିଙ୍କୁ ଗିରଫ କରାଯାଇଛି।ନାବାଳିକା ପୀଡିତା ଜଣକ ଆଦିବାସୀ ସମ୍ପ୍ରଦାୟର ବୋଲି ପୋଲିସ ସୂଚନା ଦେଇଛି।

ସୂଚନା ଅନୁଯାୟୀ, ଅଭିଯୁକ୍ତ ଜଣକ ତାଙ୍କୁ ପ୍ରଲୋଭନ ଦେଖାଇ ଯୌନ ଶୋଷଣ କରିଥିଲା। ପୀଡିତା ଜଣକ ଗର୍ଭବତୀ ଥିବା ସନ୍ଦେହରେ ପରିବାର ସଦସ୍ୟ ଡାକ୍ତରଙ୍କୁ ଦେଖାଇବା ପରେ, ନାବାଳିକା ଚାରି ମାସର ଗର୍ଭବତୀ ଥିବା ଜଣାପଡିଥିଲା। ଏହା ପରେ ସମ୍ପର୍କୀୟମାନେ ସମ୍ପୃକ୍ତ ପୋଲିସ ଷ୍ଟେସନରେ ଅଭିଯୁକ୍ତ ନାଁରେ ମାମଲା ରୁଜୁ କରିଥିଲେ। ପୋଲିସ କହିଛି ଯେ ଅଭିଯୋଗ ପାଇବା ପରେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି ଏବଂ ଅଭିଯୁକ୍ତକୁ ଗିରଫ କରାଯାଇଛି।

ନାବାଳିକାର କହିବାନୁସାରେ, ଯୁବକ ସହିତ କଥାବାର୍ତ୍ତା ମୋବାଇଲ୍ ଚାଟିଂ ମାଧ୍ୟମରେ ଆରମ୍ଭ ହୋଇଥିଲା | ଏହା ପରେ ଦୁହେଁ ଡେଟିଂ ଆରମ୍ଭ କରିଥିଲେ। ତେବେ ଅଭିଯୁକ୍ତ ଜଣକ ପ୍ରେମିକ ବୋଲି ଦର୍ଶାଇ ତାଙ୍କୁ ଯୌନ ଶୋଷଣ କରିଥିଲା। ଘଟଣାରେ ଏସପି ଅମନ କୁମାର କହିଛନ୍ତି ଯେ, ଅଭିଯୋଗ ପରେ ନାବାଳିକାକୁ ଚିକିତ୍ସା ପାଇଁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଏବଂ ଅଭିଯୁକ୍ତଙ୍କୁ ଗିରଫ କରାଯାଇଛି। ସୂଚନାଯୋଗ୍ୟ ଯେ, ଏହାପୂର୍ବରୁ ଦୁମକା ଏବଂ ଲୋହରଦଗାରେ ମଧ୍ୟ ଦୁଇଟି ସମାନ ଘଟଣା ସାମ୍ନାକୁ ଆସିଥିଲା। ଦୁମକାରେ ଜଣେ ଆଦିବାସୀ ଯୁବତୀଙ୍କୁ ପ୍ରଥମେ ଯୌନ ଶୋଷଣ ଏବଂ ପରେ ହତ୍ୟା ଅଭିଯୋଗରେ ଅରମାନ ଅନସାରୀ ଏବଂ ଲୋହରଦଗାରେ ଯୌନ ଶୋଷିତ ଯୁବତୀଙ୍କୁ କୂଅକୁ ଠେଲି ହତ୍ୟା କରିବା ଉଦ୍ୟମରେ ରବାନୀ ଅନସାରୀ ନାମକ ଯୁବକକୁ ଗିରଫ କରାଯାଇଥିଲା । ଲଭ୍ ଜିହାଦ ମାମଲାରେ ଏହି ଦୁଇ ଯୁବକଙ୍କୁ ଗିରଫ କରାଯାଇ ଜେଲ୍ ପଠାଯାଇଛି ।

Get real time updates directly on you device, subscribe now.