fbpx

ସେପ୍ଟେମ୍ବରରେ କରୋନାର ତୃତୀୟ ଲହର! ଟାର୍ଗେଟରେ ରହିବେ ଶିଶୁ

ଭୁବନେଶ୍ୱର,୫ ।୫: ରାଜ୍ୟରେ କରୋନା ମହାମାରୀ ବଢିଚାଲିଛି । କରୋନାକୁ ରୋକିବା ପାଇଁ ପ୍ରଶାସନ ପକ୍ଷରୁ ଯେତେ କଟକଣା କଡାକଡି କଲେ ବି ମହାମାରୀକୁ ରୋକିବା ସମ୍ଭବ ହୋଇପାରୁନାହିଁ । ଖୁବଶୀଘ୍ର ରାଜ୍ୟରେ ତୃତୀୟ ଲହର ଆସିବାକୁ ଯାଉଥିବା ଆଶଙ୍କା କରାଯାଉଛି । ଏହି ସମୟରେ ଟିକାକରଣକୁ ଗୁରୁତ୍ୱ ଦିଆଯାଉଛି । ବୟସ୍କ ଓ ଶିଶୁମାନଙ୍କ ପାଖରେ ରୋଗ ପ୍ରତିରୋଧକ ଶକ୍ତି କମ୍ ଥିବାରୁ ତାଙ୍କୁ କରୋନା ଅଧିକ ସଂକ୍ରମିତ କରିବାର ସମ୍ଭାବନା ରହିଛି । ସରକାରଙ୍କ ପକ୍ଷରୁ ୧୮ ବର୍ଷରୁ ଉର୍ଦ୍ଧ୍ୱଙ୍କୁ ଟିକାକରଣ କରାଯାଉଥିବା ବେଳେ ୧୮ରୁ କମ୍ ବର୍ଷର ଶିଶୁ ଟିକାକରଣରୁ ବଞ୍ଚିତ ହେଉଛନ୍ତି । ଏହି କାରଣରୁ କରୋନାର ତୃତୀୟ ଲହରର ଶିକାର ୧୮ ବର୍ଷରୁ କମ୍ ଶିଶୁ ହୋଇପାରନ୍ତି ବୋଲି ପ୍ରଫେସର ଅଶୋକ ମହାପାତ୍ର ସୂଚନା ଦେଇ କହିଛନ୍ତି ।

ଯଦି ସରକାରଙ୍କ ପକ୍ଷରୁ ସମସ୍ତଙ୍କୁ ଟିକା ଦିଆଯାଏ ତେବେ ଟିକା ନେଇନଥିବା ଲୋକଙ୍କୁ କରୋନା ହେବାର ଅଧିକ ସମ୍ଭାବନା ରହିଛି । ଫଳରେ କରୋନାର ତୃତୀୟ ଲହରର ଶିକାର ହେବାକୁ ଯାଉଛନ୍ତି ଶିଶୁ । ବ୍ରିଟେନରେ କରୋନାର ୪ଟି ଲହର ଆସିସାରିଥିବା ବେଳେ ଦିଲ୍ଲୀରେ କରୋନାର ତୃତୀୟ ଲହରୀ ଆସିସାରିଛି । ଓଡିଶାରେ ଆସନ୍ତା ସେପ୍ଟେମ୍ବର ମାସରେ ତୃତୀୟ ଲହର ଆସିବାକୁ ଯାଉଛି, ଯେଉଁଥିରେ ଶିଶୁମାନଙ୍କୁ ଅଧିକ ସର୍ତକ ରହିବାକୁ ପଡିବ । କାରଣ ଟିକା ନେଇସାରିଥିବା ବ୍ୟକ୍ତିଙ୍କୁ କରୋନା ହେବାର କମ୍ ସମ୍ଭାବନା ରହିଥିବା ବେଳେ ଟିକା ନେଇନଥିବା ଅର୍ଥାତ୍ ଶିଶୁମାନଙ୍କୁ ଅଧିକ ଟାର୍ଗେଟ କରିପାରେ କରୋନା ମହାମାରୀ ।

Get real time updates directly on you device, subscribe now.