fbpx
BJD SKY
BJD SKY

ଇନଷ୍ଟାଗ୍ରାମରେ ଲାଇକ ଓ ଭ୍ୟୁଜ ବଢାଇବ ଏହି ଆପ : ଏହାକୁ ଇନଷ୍ଟଲ କରିବା କ’ଣ ଠିକ ?

BJD

ନୂଆଦିଲ୍ଲୀ : ଆପଣ ଚାହାନ୍ତି କି ଆପଣଙ୍କ ଇନଷ୍ଟାଗ୍ରାମ ଆକାଉଣ୍ଟ ଲୋକପ୍ରିୟ ହେଉ । ଗୁଗଲ ଏବଂ ପ୍ଲେ ଷ୍ଟୋରରେ ଏଭଳି ଅନେକ ଆପ ଅଛି ଯାହା ଦ୍ୱାରା ଆପଣଙ୍କ ଆକାଉଣ୍ଟ ଲୋକପ୍ରିୟ ହୋଇଯିବ । ଇଷ୍ଟାଗ୍ରାମରେ ଲାଇକ ଏବଂ ଭ୍ୟୁ ବଢାଇବା ଏତଏ ବି କଷ୍ଟ ସାଧ୍ୟ ନୁହେଁ । ଅନେକ ବ୍ୟବହାରକାରୀ ଆପଣଙ୍କ ପୋଷ୍ଟକୁ ଦେଖନ୍ତି, ଲାଇକ କରନ୍ତି, ସେୟାର କରନ୍ତି । ଯାହା ଦ୍ୱାରା ଆପଣଙ୍କର ଫଲୋର୍ସ ବଢେ । କିନ୍ତୁ ସମସ୍ତେ ଚାହାନ୍ତି ଯେ ଏହା ଅତି ଶୀଘ୍ର ହୋଇଯାଉ, ଯାହାଫଳରେ କି ଆକାଉଣ୍ଟ ଫେମସ ହୋଇଯିବ । ଯଦି ଆପଣ ମଧ୍ୟ ଏହା ଚାହୁଁଛନ୍ତି, ତେବେ ଗୁଗଲ ପ୍ଲେଷ୍ଟୋରେ ଆପଣଙ୍କୁ ଅନେକ ଆପ ମିଳି ଯିବ ଯାହା ଦ୍ୱାରା ଆପଣଙ୍କର ଲାଇକ ଏବଂ ଭ୍ୟୁ ବଢାଯାଇ ପାରିବ । ତେବେ ଆସନ୍ତୁ ଜାଣିବା ଇନହ୍‌ଟାଗ୍ରାମରେ ଲାଇକ ଏବଂ ଭ୍ୟୁ ବଢାଇବା ପାଇଁ କେଉଁ ଆପ ବ୍ୟବହାର କରାଯାଇ ପାରିବ ।

ଇନଷ୍ଟାଗ୍ରାମରେ ଲାଇକ ବଢାଇବା ପାଇଁ ଆପ : ଗୁଗଲ ପ୍ଲେ ଷ୍ଟୋରରେ ଇନଷ୍ଟାଗ୍ରାମ ଆକାଉଣ୍ଟକୁ ଲୋକପ୍ରିୟ କରିବା ପାଇଁ ଅନେକ ଆପ ମିଳିଯିବ । ଯାହା ଆପଣଙ୍କର ଲାଇକ ଏବଂ ଭ୍ୟୁ ବଢାଇବ । ଏହାକୁ ଲକ୍ଷ ଲକ୍ଷ ଲୋକ ଡାଉନଲୋଡ ମଧ୍ୟ କରିଛନ୍ତି । ଏହି ଆପ ଗୁଡିକ ମଧ୍ୟରୁ ଅନେକ ଆପ ୪.୫ରୁ ଅଧିକ ରେଟିଂ ପାଇଛନ୍ତି ।

ଆପ ଗୁଡିକର ନାମ :
. Real Followers & Likes Via Tag- 4.7 Rating
. Followers for instagram likes+ – 4.7 Rating
. Real Followers and Likes – 4.7 Rating
. Likes Views and Fans – 4.5 Rating
. Get Real followers & – 4.5 Rating

ଏହି ଆପକୁ ଇନଷ୍ଟଲ କରିବା ଠିକ କି ?
ମେଟା କମ୍ପାନୀର କହିବା ଅନୁସାରେ, ଥାର୍ଡ ପାର୍ଟି ଆପର ବ୍ୟବହାର କରିବା ଦ୍ୱାରା ଆପଣଙ୍କ ଡାଟା ମଧ୍ୟ ଚୋରି ହୋଇ ପାରିବ । କିଛି ଆପ ଲାଇକ ବଢାଇବା ପାଇଁ ଆପଣଙ୍କୁ ଆପଣଙ୍କ ଆଇଡି ଲଗଇନର ବିବରଣୀ ମାଗି ଥାନ୍ତି । ଏହା ପରେ ୟୁଜର୍ସ ନେମ ଆଉ ପାସୱାର୍ଡ ମିଳିବା ପରେ ଆପଣଙ୍କ ଆକାଉଣ୍ଟର ଖରାପ ବ୍ୟବହାର କରନ୍ତି । ଅର୍ଥାତ ଡାଟା ଚୋରି ହେବାର ଆଶଙ୍କା ସବୁ ବେଳେ ରହିଥାଏ । ଏହା ବ୍ୟତୀତ ଭୁଲ ମାଧ୍ୟମରେ ଭ୍ୟୁ ଏବଂ ଲାଇକ ବଢାଇବା ଇନଷ୍ଟାଗ୍ରାମର ଗାଇଡଲାଇନ ବିରୋଧରେ ଆସିଥାଏ । ଯଦି କିଏ ଏଭଳି କରନ୍ତି ତେବେ ସେ ଆକାଉଣ୍ଟ ବନ୍ଦ ବା ଟର୍ମିନେଟ କରାଯାଉଛି ।

Get real time updates directly on you device, subscribe now.