ଏହି ବ୍ଲଡ ଗ୍ରୁପର ଲୋକଙ୍କୁ ବ୍ରେନ ଷ୍ଟ୍ରୋକର ବିପଦ ସବୁଠୁ ଅଧିକ, ଷ୍ଟଡୀରେ ହେଲା ଖୁଲାସା

ନୂଆଦିଲ୍ଲୀ: ଷ୍ଟ୍ରୋକ ସେତେବେଳେ ହୋଇଥାଏ, ଯେତେବେଳେ ବ୍ରେନରେ ରକ୍ତ ସଞ୍ଚାଳନ ଠିକ ଭାବେ ହୋଇ ନଥାଏ କିମ୍ବା ଇଣ୍ଟରନାଲ ବ୍ଲିଡିଂ ହୋଇଥାଏ। ଏଥିରେ ବ୍ରେନ ସେଲ୍ସ ଭାଙ୍ଗିଯାଏ ବା ମରିବାକୁ ଲାଗିଥାଏ, ଯେଉଁଥିରେ ପରମାନେଣ୍ଟ ବ୍ରେନ ଡ୍ୟାମେଜ, କ୍ରନିକ ପାରାଲିସିସ ଏବଂ ମୃତ୍ୟୁର ଭୟ ଅଧିକ ରହିଥାଏ। ଷ୍ଟ୍ରୋକ ହେବାର ସମ୍ଭାବନା ମେଡିକାଲ ପ୍ରବ୍ଲେମ, ଫ୍ୟାମିଲି ହିଷ୍ଟ୍ରୀ, ଲାଇଫଷ୍ଟାଇଲ ଭଳି ଅନେକ କାରକ ଉପରେ ନିର୍ଭର କରିଥାଏ। ବ୍ଲଡ ଗ୍ରୁପ ମଧ୍ୟ ଏହାର ଏକ ରିସ୍କ ଫ୍ୟାକ୍ଟର।

ୟୁନିର୍ଭସିଟୀ ଅଫ ମେରୀଲ୍ୟାଣ୍ଡ ସ୍କୁଲ ଅଫ ମେଡିସିନ ଦ୍ୱାରା କରାଯାଇଥିବା ଏକ ଅଧ୍ୟୟନରେ ଏହି ଖୁଲାସା କରାଯାଇଛି ଯେ, କିଛି ବ୍ଲଡ ଗ୍ରୁପର ଲୋକେ ଅନ୍ୟ ଗ୍ରୁପ ତୁଳନାରେ ଅଧିକ ବ୍ରେନ ଷ୍ଟ୍ରୋକର ଶିକାର ହୋଇଛନ୍ତି।

ନ୍ୟୁରୋଲୋଜୀ ଖବର କାଗଜରେ ଛପାଯାଇଥିବା ଏହି ଷ୍ଟଡୀରେ ଜଣାପଡିଛି ଯେ, ବ୍ଲଡ ଗ୍ରୁପ ‘ଏ’ ର ଲୋକଙ୍କୁ ବ୍ରେନ ଷ୍ଟ୍ରୋକର ବିପଦ ସବୁଠାରୁ ଅଧିକ। ଏହି ଲୋକମାନଙ୍କର ବ୍ଲଡ କ୍ଲଟିଙ୍ଗର ସମସ୍ୟା ଅଧିକ ଥାଏ। ଯାହା ବ୍ରେନ ଷ୍ଟ୍ରୋକର ଏକ ମୁଖ୍ୟ କାରଣ ଅଟେ। ଏହା ବ୍ୟତୀତ, ଏହି ଗ୍ରୁପର ଲୋକଙ୍କ ମଧ୍ୟରେ ହାଇ ବ୍ଲଡ ପ୍ରେସର ଏବଂ ଡାଇବେଟିସ ଭଳି ସ୍ୱାସ୍ଥ୍ୟ ସମସ୍ୟା ଅଧିକ ରହିଥାଏ।

ଅନୁସନ୍ଧାନକାରୀ ଟିମ ୬ ଲକ୍ଷ ଲୋକଙ୍କ ଡାଟାକୁ ଏକତ୍ରୀତ କରିଥିଲେ, ଯେଉଁଥିରେ ଭିନ୍ନ ଭିନ୍ନ ବୟସ, ଲିଙ୍ଗ ଏବଂ ସ୍ୱାସ୍ଥ୍ୟ ସମ୍ବନ୍ଧୀୟ ଲୋକେ ସାମିଲ ଥିଲେ। ଏମାନଙ୍କୁ ବ୍ଲଡ ଗ୍ରୁପ ଆଧାରରେ ଭିନ୍ନ ଭିନ୍ନ କାଟାଗୋରୀରେ ରଖାଗଲା ଏବଂ ସମୋନଙ୍କର ମେଡିକାଲ ହିଷ୍ଟ୍ରୀର ଅଧ୍ୟୟନ କରାଗଲା। ଏହାର ପରିଣାମସ୍ୱରୂପ, ବ୍ଲଡଗ୍ରୁପ ‘ଏ’ର ଲୋକଙ୍କ ମଧ୍ୟରେ ଷ୍ଟ୍ରୋକର ମାମଲା ଅନ୍ୟ ବ୍ଲଡ ଗ୍ରୁପ ତୁଳନାରେ ଅଧିକ ମିଳିଥିଲା।