fbpx
BJD
BJD SKY
BJD SKY

ଓଡ଼ିଶାର ଏହି ସହର ୬ ଘଣ୍ଟା ପାଇଁ ବନ୍ଦ ରହିବ, ଜାଣନ୍ତୁ କାହିଁକି ?

ଭୁବନେଶ୍ୱର: ବିଜେପି ପକ୍ଷରୁ ୬ ଘଣ୍ଟିଆ କୁଚିଣ୍ଡା ବନ୍ଦ ଡାକରା ଦିଆଯାଇଛି । ଆଜି ସକାଳ ୬ଟାରୁ ଦିନ ୧୨ଟା ପର୍ଯ୍ୟନ୍ତ ଏହି ବନ୍ଦ ଡାକରା ଦିଆଯାଇଛି ।ସମ୍ବଲପୁରରେ ହନୁମାନ ଜୟନ୍ତୀରେ ପଥରମାଡ଼ ପ୍ରତିବାଦରେ ଏହି ବନ୍ଦ ଡାକରା ଦିଆଯାଇଥିବା ଜଣାପଡିଛି ।

ତେବେ ବନ୍ଦ ପାଳନ ଯୋଗୁଁ ବିଭିନ୍ନ ସ୍ଥାନରେ ପାଟ୍ରୋଲିଂ ସହ ୪୯ ନମ୍ବର ଏନଏଚ ଅବରୋଧ କରାଯାଇଛି । ଗାଡ଼ି ଚଳାଚଳ ବନ୍ଦ ରହିବା ସହ ଦୋକାନ ବଜାରରେ ତାଲା ଝୁଲୁଥିବା ଦେଖିବାକୁ ମିଳୁଛି ।

ସୂଚନାମୁତାବକ ହନୁମାନ ଜୟନ୍ତୀ ଉପଲକ୍ଷେ ବୁଧବାର ସମ୍ବଲପୁର ଧନୁପାଲି ଛକରୁ ବାହାରିଥିବା ବାଇକ ରାଲିକୁ ନେଇ ୨ ଗୋଷ୍ଠୀ ମୁହାଁମୁହିଁ ହୋଇଥିଲେ । ଏହାପରେ ଉତ୍ୟକ୍ତ ଲୋକ ବ୍ୟାପକ ପୋଡାଜଳା ଓ ଭଙ୍ଗାରୁଜା କରିଥିଲେ । ଦୋକାନ, କାର ଓ ବାଇକରେ ନିଆଁ ଲଗାଇ ଦେଇଥିଲେ । । ଲୋକଙ୍କ ପଥରମାଡରେ ୧୦ ପୁଲିସ କର୍ମଚାରୀଙ୍କ ସମେତ ୫୦ରୁ ଅଧିକ ଆହତ ହୋଇଥିବା ସୂଚନା ମିଳିଥିଲା । ଏହି ଘଟଣାରେ ପୋଲିସ ୪୨ ଜଣଙ୍କୁ ଅଟକ ରଖିଛି । ଉତ୍ତେଜନାକୁ ଦୃଷ୍ଟିରେ ରଖି ସମ୍ବଲପୁର ସହରରେ ୧୫ ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ କରାଯାଇଛି ।

Get real time updates directly on you device, subscribe now.