fbpx

ଏହି ଦେଶ ପାଲଟିଛି ଭାରତର ସୁନା ଦୋକାନ, ମୋଟ ଚାହିଦାର ୪୦% ସୁନା ଯୋଗାଇଥାଏ

ନୂଆଦିଲ୍ଲୀ: ଭାରତରେ ସୁନା ପ୍ରତି ଲୋକଙ୍କ ଆକର୍ଷଣ କାହିଁ କେଉଁ କାଳୁ ଦେଖିବାକୁ ମିଳିଛି । ଏଥିପାଇଁ ସୁନା ଦାମ୍ ୭୦,୦୦୦ ଟପିଲେ ବି ଲୋକମାନେ ସୁନା କିଣିବା ଛାଡି ନାହାନ୍ତି । କିନ୍ତୁ ଆପଣ କ’ଣ ଜାଣନ୍ତି ଭାରତରେ ସୁନାର ଚାହିଦା କିପରି ପୁରଣ ହୋଇଥାଏ ।

ଗୋଲ୍ଡ ଏକ ଏପରି ଧାତୁ ଯାହାକୁ ଭାରତ ଆମଦାନୀ କରିଥାଏ । ଆମ ଦେଶରେ କେତୋଟି ହାତ ଗଣତି ସୁନା ଖଣି ରହିଛି କିନ୍ତୁ ସୁନାର ଚାହିଦାକୁ ପୂରଣ କରିବା ଲାଗି ଆମ ଦେଶରେ ସୁନା ଆମଦାନୀ କରାଯାଏ । ଗତ ଏପ୍ରିଲରେ ସ୍ୱିଜରଲ୍ୟାଣ୍ଡରୁ ଭାରତକୁ ସର୍ବାଧିକ ସୁନା ଆମଦାନୀ ହୋଇଛି । ବାଣିଜ୍ୟ ମନ୍ତ୍ରଣାଳୟର ହିସାବରୁ ଏହି ତଥ୍ୟ ସାମ୍ନାକୁ ଆସିଛି ।

ଗତ ମାସରେ ସୁନା ଆମଦାନୀ ୨ ଗୁଣରୁ ଅଧିକ ହୋଇ ୩.୧୧ ଅରବ ଡଲାର ହୋଇଯାଇଛି । ହିସାବରୁ ଜଣାଯାଇଛି ଏପ୍ରିଲରେ ସ୍ୱିଜରଲ୍ୟାଣ୍ଡ ପରେ ରୁଷ, ଚୀନ୍‌, ଇରାକ ଓ ୟୁଏଇ ଠାରୁ ସୁନା ଆମଦାନୀ ହୋଇଛି ।ଭାରତର ସୁନା ଆମଦାନୀ ୨୦୨୩-୨୪ରେ ୩୦% ବୃଦ୍ଧି ଘଟି ୪୫,୫୪ ଅରବ ଡଲାର ହୋଇଛି । ତେବେ ଏହି ବର୍ଷ ମାର୍ଚ୍ଚରେ ମୂଲ୍ୟବାନ ଧାତୁର ଆମଦାନୀ ୫୩.୫୬% ହ୍ରାସ ପାଇ ୧.୫୩ ଅରବ ଡଲାରକୁ ଖସି ଆସିଥିଲା ।
ସୁନାର ସବୁଠାରୁ ବଡ ଉତ୍ସ ହେଉଛି ସୁଇଜରଲ୍ୟାଣ୍ଡ ଯାହାର ଭାଗିଦାରୀ ପ୍ରାୟ ୪୦% ରହିଛି । ଏହାପରେ ୟୁଏଇ(୧୬%), ଦକ୍ଷିଣ ଆଫ୍ରିକା(୧୦%)ର ସ୍ଥାନ ରହିଛି । ସୁନା ଉପରେ ୧୫% ଆମଦାନୀ ଶୁଳ୍କ ଲାଗିଥାଏ । ଚୀନ୍ ପରେ ଭାରତ ବିଶ୍ୱରେ ସୁନାର ଦ୍ୱିତୀୟ ସବୁଠାରୁ ବଡ ଉପଭୋକ୍ତା ଅଟେ ।

Get real time updates directly on you device, subscribe now.