ଏହି ଦିନ ହେବ ଦିଲ୍ଲୀ ବିଧାନସଭା ନିର୍ବାଚନ, ପ୍ରେସ୍ କନଫରେନ୍ସରେ ତାରିଖ ଘୋଷଣା କଲେ ଇସି

ବର୍ତ୍ତମାନ ଦିଲ୍ଲୀ ବିଧାନସଭା ନିର୍ବାଚନ ପାଇଁ ତାରିଖ ଘୋଷଣା ହୋଇଛି। ପ୍ରେସ୍ କନଫରେନ୍ସରେ ତାରିଖ ଘୋଷଣା କରିଛନ୍ତି ମୁଖ୍ୟ ନିର୍ବାଚନ କମିଶନର ରାଜୀବ କୁମାର।

ନୂଆଦିଲ୍ଲୀ: ବର୍ତ୍ତମାନ ଦିଲ୍ଲୀ ବିଧାନସଭା ନିର୍ବାଚନ ପାଇଁ ତାରିଖ ଘୋଷଣା ହୋଇଛି। ପ୍ରେସ୍ କନଫରେନ୍ସରେ ତାରିଖ ଘୋଷଣା କରିଛନ୍ତି ମୁଖ୍ୟ ନିର୍ବାଚନ କମିଶନର ରାଜୀବ କୁମାର। ତାରିଖ ଘୋଷଣା ପୂର୍ବରୁ ସେ ୨୦୨୪ରେ ଆସିଥିବା ଅଭିଯୋଗ କଥା କହିଛନ୍ତି। ଇଭିଏମ, ସଂଧ୍ୟାରେ ଭୋଟ ପ୍ରତିଶତ ବଢିବା ଆଦି ଅଭିଯୋଗ କଥା କହିଲେ। ସବୁର ଜବାବ ଦେବାକୁ ପ୍ରସ୍ତୁତ ବୋଲି କହିଲେ ରାଜୀବ କୁମାର।

ସେ ଆହୁରି କହିଛନ୍ତି ଯେ, ପ୍ରକ୍ରିୟା ସଂପୂର୍ଣ୍ଣ ନିରପକ୍ଷ ଥିଲା, ପ୍ରମାଣ ମିଳି ସାରିଛି। ଏଥିପାଇଁ ଭିନ୍ନ ଭିନ୍ନ ନିର୍ବାଚନରେ ଭିନ୍ନ ଦଳକୁ ସଫଳତା ମିଳିଛି। ତେବେ ୭୦ ଆସନ ବିଶିଷ୍ଟ ଦିଲ୍ଲୀ ବିଧାନସଭା ପାଇଁ ବର୍ତ୍ତମାନ ତାରିଖ ଘୋଷଣା ହୋଇଛି। ଫେବୃଆରୀ ୫ରେ ହେବ ଦିଲ୍ଲୀ ନିର୍ବାଚନ। ସେହିପରି ଫେବୃଆରୀ 8 ତାରିଖରେ ହେବ ଭୋଟ ଗଣତି। ଗୋଟିଏ ପର୍ଯ୍ୟାୟରେ ହେବ ମତଦାନ।

ଆସନ୍ତା ୧୦ରେ ପ୍ରକାଶ ପାଇବ ବିଜ୍ଞପ୍ତି। ଜାନୁଆରୀ ୧୭ ତାରିଖରେ ନାମାଙ୍କନ ଦାଖଲର ଶେଷ ହେବ ବୋଲି ଇସି ସୂଚନା ଜାରି କରିଛନ୍ତି। ଏଥିସହ ୧୮ ତାରିଖରେ ସ୍କସ୍କୁଟିନି, ୨୦ ତାରିଖରେ ନାମାଙ୍କନ ପ୍ରତ୍ୟାହାରର ଶେଷ ତାରିଖ।

ଫେବୃଆରୀ ୨୩ରେ ସରିବ ଦିଲ୍ଲୀ ବିଧାନସଭା କାର୍ଯ୍ୟକାଳ। ଦିଲ୍ଲୀ ଭୋଟରଙ୍କ ସଂଖ୍ୟା ୧ କୋଟି ୫୫ ଲକ୍ଷରୁ ଅଧିକ ରହିଛି। ଏହି ଭୋଟରଙ୍କ ମଧ୍ୟରୁ ପୁରୁଷ ଭୋଟରଙ୍କ ସଂଖ୍ୟା ୮୩ ଲକ୍ଷ ୪୯ ହଜାରରୟ ଅଧିକ ହୋଇଥିବା ବେଳେ ମହିଳା ଭୋଟରଙ୍କ ସଂଖ୍ୟା ୭୧ ଲକ୍ଷ ୭୩ ହଜାର ରହିଛି।

୨୦୨୦ ମସିହା ବିଧାନସଭା ନିର୍ବାଚନରେ ଆମଆଦମୀ ପାର୍ଟୀକୁ ବମ୍ପର ବିଜୟ ମିଳିଥିଲା । ଆପ୍ ଏଠାରେ ୭୦ଟି ସିଟରୁ ୬୨ଟି ସିଟ ନିଜ ନାମରେ କରିଥିଲା । ବିଜେପିକୁ ଏଠାରେ ମାତ୍ର ଆଠଟି ଆସନ ମିଳିଥିଲା । ଅନ୍ୟପକ୍ଷରେ କଂଗ୍ରେସ ଗୋଟିଏ ବି ଆସନ ନିଜ ନାମରେ କରିପାରି ନଥିଲା ।