fbpx

ଭାରତରେ ୧୨ ବର୍ଷକୁ ଥରେ ଫୁଟେ ଏହି ଫୁଲ୍, ଦେଖିବାକୁ ହଜାର ହଜାର ଲୋକଙ୍କ ଲାଗେ ଭିଡ଼

ଓଡ଼ିଶା ଭାସ୍କର ବ୍ୟୁରୋ: ନୀଲକୁରିଞ୍ଜୀ ଫୁଲ ହେଉଛି ସବୁଠାରୁ ଦୁର୍ଲଭ ଫୁଲ । ଏହା ୧୨ ବର୍ଷରେ କେବଳ ଥରେ ମାତ୍ର ଫୁଟିଥାଏ । ନୀଲକୁରିଞ୍ଜୀ ହେଉଛି ଗୋଟିଏ ମନୋକାର୍ପିକ ଗଛ । ଯାହା ଫୁଟିବାର ଅଳ୍ପ ସମୟ ପରେ ଝାଉଁଳି ଯାଏ । ପୁଣି ୧୨ ବର୍ଷ ପରେ ଏହାକୁ ଦେଖିବାକୁ ମିଳେ । ତେବେ ଏହି ଫୁଲ କେବଳ ଭାରତରେ ହିଁ ଫୁଟିଥାଏ ।

ନୀଳକୁରିଞ୍ଜୀ ଫୁଲର ଖାସ୍ କଥା ହେଉଛି, ଏହା କେବଳ ଭାରତରେ ଫୁଟିଥାଏ । ଏହାକୁ ସାଧାରଣତଃ କେରଳ ଓ ତାମିଲନାଡ଼ୁରେ ଦେଖିବାକୁ ମିଳେ । ଏଥିସହିତ ବର୍ଷର ଅଗଷ୍ଟରୁ ଅକ୍ଟୋବର୍ ମାସ ପର୍ଯ୍ୟନ୍ତ ଫୁଟେ । ଭାରତରେ ଏହାର ସାଂସ୍କୃତିକ ମହତ୍ତ୍ୱ ରହିଛି । କୁହାଯାଏ କେରଳର ମୁଥୁବନ୍ ଜନଜାତିର ଲୋକମାନେ ଏହି ଫୁଲକୁ ପ୍ରେମର ପ୍ରତୀକ ଭାବରେ ମାନନ୍ତି ।

ନୀଳକୁରିଞ୍ଜୀ ଫୁଲ ପାଇଁ ସ୍ୱତନ୍ତ୍ର କୁରିଞ୍ଜୀମାଲା ନାମରେ ଏକ ସଂରକ୍ଷିତ ଅଞ୍ଚଳ ବା ସେନଚ୍ୟୁରୀ ତିଆରି କରାଯାଇଛି । ଯାହା ମୁନ୍ନାରରୁ ୪୫ କିମି ଦୂରରେ ଅବସ୍ଥିତ । ୨୦୦୬ ରେ, କେରଳର ୩୨ ବର୍ଗ କିଲୋମିଟର ଜଙ୍ଗଲ ଏହି ଫୁଲର ସୁରକ୍ଷା ପାଇଁ ସଂରକ୍ଷିତ ଥିଲା । ଏହାର ନାମ କୁରିଞ୍ଜୀମାଲା ସେନଚ୍ୟୁରୀ ରଖାଯାଇଥିଲା।

ନୀଳକୁରିଞ୍ଜୀ ଫୁଲକୁ କେରଳର ସମୃଦ୍ଧତାର ପ୍ରତୀକ ଭାବରେ ବିବେଚନା କରାଯାଏ, କାରଣ ଏହାର ଫୁଲ ରାଜ୍ୟ ପର୍ୟ୍ୟଟନରେ ବିପୁଳ ଲାଭ ଆଣିଥାଏ ଏବଂ ଲୋକମାନେ ସେମାନଙ୍କୁ ଦେଖିବା ପାଇଁ ଲକ୍ଷ ଲକ୍ଷ ଟଙ୍କା ଖର୍ଚ୍ଚ କରି ଆସିଥାନ୍ତି ।

Get real time updates directly on you device, subscribe now.