fbpx

ଶରୀରରେ ଶକ୍ତିବୃଦ୍ଧି ସହ ଯୌବନ ବଜାୟ ରଖିବାରେ ସାହାଯ୍ୟ କରିଥାଏ ଏହି ଫଳ, ଜାଣନ୍ତୁ ସେ ବିଷୟରେ

ଆଜିର ସମୟରେ ବିଜ୍ଞାନ ଯେତିକି ଅଗ୍ରଗତି କରୁଛି ସେହିମାତ୍ରାରେ ଲୋକମାନେ ବେଶି ମାତ୍ରାରେ ରୋଗାକ୍ରାନ୍ତ ହେଉଛନ୍ତି । ଦିନକୁ ଦିନ ସମସ୍ତଙ୍କର ଆୟୁଷ ହ୍ରାସ ପାଉଥିବା ଦେଖାଯାଉଛି । ମାତ୍ର ପୁରାତନ କାଳରେ ଲୋକମାନେ ୧୦୦ ବର୍ଷ ପର୍ଯ୍ୟନ୍ତ ବଞ୍ଚୁଥିଲେ । ଜାଣନ୍ତି ଏହା ପଛର କାରଣ କଣ ? ପ୍ରାଚୀନ କାଳରେ ଲୋକମାନେ ପ୍ରାକୃତିକ ଖାଦ୍ୟ ଖାଇବା ସହ ମୁକ୍ତଭାବେ ଜୀବନଯାପନ କରୁଥିଲେ । ସେମାନଙ୍କ ଠାରେ ଦୀର୍ଘ ବର୍ଷ ପର୍ଯ୍ୟନ୍ତ ପୁରୁଷତ୍ୱ ଭରି ରହୁଥିଲା । ଆଜି ଆମେ ଏକ ଫଳ ବିଷୟରେ କହିବାକୁ ଯାଉଛୁ ଯାହାର ନାମ ହେଉଛି ଅଞ୍ଜିର ବା ଡିମ୍ବିରି । ପ୍ରାୟ ଲୋକେ ଏହାର ଉପକାରିତା ବିଷୟରେ ଜାଣନ୍ତି ନାହିଁ । ଅଞ୍ଜିର ସବୁ ସମୟରେ ମିଳେ ନାହିଁ, କିନ୍ତୁ ଶୁଖିଲା ଅଞ୍ଜିର ବଜାରରେ ଉପଲବ୍ଧ ଥାଏ । ଶରୀରରେ ଶକ୍ତି ବୃଦ୍ଧି କରିବାରେ ଏହା ହେଉଛି ଏକ ଭଲ ଖାଦ୍ୟ । ଆସନ୍ତୁ ଜାଣିବା ଏହାର ଉପକାରିତା ବିଷୟରେ:-

– ଯେଉଁ ଲୋକମାନେ ସର୍ଦ୍ଦି, କାଶ, ମଧୁମେହ ଆଦି ରୋଗରେ ପୀଡ଼ିତ ଥାନ୍ତି, ସେମାନେ ଅଞ୍ଜିର ସେବନ କରିବା ବହୁତ ଉପକାରୀ ହୋଇଥାଏ । ବହୁତ ଶୀଘ୍ର ରୋଗକୁ ଭଲ କରିବାରେ ଏହା ସାହାଯ୍ୟ କରିଥାଏ । ଯଦି କୌଣସି ଲୋକ ଭୀଷଣ ଥଣ୍ଡାରେ ଆକ୍ରାନ୍ତ ହୋଇ କଥା କହିପାରୁ ନାହିଁ, ତେବେ ଏ କ୍ଷେତ୍ରରେ କ୍ଷୀର ସହ ଅଞ୍ଜିର ମିଶାଇ ସେବନ କରିବା ଉଚିତ । ଏହାଦ୍ୱାରା ଗଳା ପରିଷ୍କାର ହେବା ସହ ଯନ୍ତ୍ରଣା ଉପଶମ ହୋଇଥାଏ ।

– ଯେଉଁମାନେ ମେଦବହୁଳତାରେ ଆକ୍ରାନ୍ତ, ସେମାନେ ଅଞ୍ଜିର ସେବନ କରିବା ଉଚିତ । ଅଞ୍ଜିର ଖାଇବା ଦ୍ୱାରା ଶରୀରରେ ଓଜନ ହ୍ରାସ ପାଇଥାଏ । କିନ୍ତୁ ଏହାକୁ କ୍ଷୀର ସହ ସେବନ କରିବା ଦ୍ୱାରା ଓଜନ ବୃଦ୍ଧି ଘଟିଥାଏ । ଅଞ୍ଜିରରେ ପର୍ଯ୍ୟାପ୍ତ ମାତ୍ରାରେ ପୋଟାସିୟମ ଭରି ରହିଥାଏ । ପୋଟାସିୟମ ଶରୀର ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ଖଣିଜ ପଦାର୍ଥ, ଯାହା ରକ୍ତଚାପକୁ ବଜାୟ ରଖିବାରେ ସାହାଯ୍ୟ କରିଥାଏ । ଏହା ମଧ୍ୟ କିଡନୀ ଓ ହୃଦରୋଗରୁ ଆମକୁ ରକ୍ଷା କରିଥାଏ ।

– ଅଞ୍ଜିରରେ ଲୌହ, ମାଙ୍ଗାନିଜ ଆଦି ପଦାର୍ଥ ରହିଥିବାରୁ ଏହା ପ୍ରଜନନ ସମସ୍ୟାକୁ ଦୂର କରିଥାଏ । ଶୁଷ୍କ ଅଞ୍ଜିର ଆଣ୍ଟିଅକ୍ସିଡାଣ୍ଟ ଫାଇବରର ଉତ୍ସ ହୋଇଥିବାରୁ ଏହା ସ୍ତନ କର୍କଟ ଓ ହରମୋନ ଅସନ୍ତୁଳନରୁ ଶରୀରକୁ ରକ୍ଷା କରିଥାଏ । ଅଞ୍ଜିର ନିୟମିତ ଖାଇଲେ ହଜମ କ୍ରିୟା ଠିକ ରହେ । ଏଥିସହ କୋଷ୍ଠକାଠିନ୍ୟକୁ ଦୂର କରିଥାଏ । ଏଥିରେ ଥିବା କ୍ଲୋରୋଜେନିକ ନାମକ ଏକ ଏସିଡ ରକ୍ତରେ ଶର୍କରା ସ୍ତରକୁ ହ୍ରାସ କରିବାରେ ସାହାଯ୍ୟ କରିଥାଏ ।

Get real time updates directly on you device, subscribe now.