fbpx

ଭାରତରୁ ବ୍ରିଟେନ ପହଞ୍ଚିଲା ବିଷାକ୍ତ ସାପ; ଏମିତି ଲୁଚି ଛପି କରିଥିଲା ଯାତ୍ରା

ନୂଆଦିଲ୍ଲୀ: ଆଜି ପର୍ଯ୍ୟନ୍ତ ଆପଣ ମଣିଷଙ୍କୁ ଅନେକ ସମୟରେ ଲୁଚି ଛପି ଯାତ୍ରା କରୁଥବାର ଜାଣିଥିବେ । ଅନେକ ସମୟରେ ଏଭଳି ଖବର ମଧ୍ୟ ସାମ୍ନାକୁ ଆସିଥାଏ । ଲୋକମାନେ ଅନେକ ପ୍ରକାର ଅଭିନବ ଉପାୟ ଆପଣେଇ ଯାତ୍ରା କରିଥାନ୍ତି ଧରାପଡ଼ିଥାନ୍ତି । କିନ୍ତୁ ଏବେ ଏମିତି ଏକ ମାମଲା ସାମ୍ନାକୁ ଆସିଛି ଯାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି । କାରଣ ଐହି ମାମଲାରେ କୌଣସି ମଣିଷ ନୁହେଁ ବରଂ ଏକ ବିଷାକ୍ତ ସାପ ଲୁଚି ଛପି ଭାରତରୁ ବ୍ରିଟେନ ପହଞ୍ଚିଛି । ଆଉ ଏହାର ସତ୍ୟତା ଜଣାପଡ଼ିବା ପରେ ଏବେ ସମସ୍ତେ ଆଶ୍ଚର୍ଯ୍ୟ ହୋଇଯାଇଛନ୍ତି ।

ସୂଚନା ମୁତାବିକ, ବ୍ରିଟେନର ଜଣେ କାରିଗର ଏହି ସାପକୁ ମଗାଇଥିଲେ । ଆଉ ଏହି ସାପକୁ ଲୁଚା ଛପା ଭାବରେ ଏକ ସିପିଙ୍ଗ୍ କଣ୍ଟେନରରେ ପଠାଯାଇଥିଲା । ଆଉ ଯେତେବେଳେ କଣ୍ଟେନରଟି ବ୍ରିଟେନରେ ପହଞ୍ଚିଥିଲା ଏବଂ ଏହା ଭିତରେ ସାପକୁ ଦେଖି ଲୋକେ ଆଶ୍ଚର୍ଯ୍ୟ ହୋଇଯାଇଥିଲେ । ସାପକୁ ଧରିବା ପାଇଁ ବ୍ରିଟିଶ ଆନିମଲ ହସ୍ପିଟାଲର ଏକ ଟିମ୍ କୁ ଡକାଯାଇଥିଲା । ଏହା ପରେ ଅନେକ ପରିଶ୍ରମ ପରେ ସାପକୁ ଧରାଯିବା ସହ ଏକ ବକ୍ସରେ ବନ୍ଦ କରାଯାଇଥିଲା । କିନ୍ତୁ ଏହି ଟିମ୍ ର ଅଧିକାରୀ କହିଥିଲେ ଯେ ଏହି ପ୍ରଜାତିର ସାପ ଇଂଲଣ୍ଡରେ ମିଳନ୍ତି ନାହିଁ । ଯାହା ଯୋଗୁଁ ଏହି ମାମଲାର ଖୁଲାସା ହୋଇଥିଲା ।

 

Get real time updates directly on you device, subscribe now.