fbpx

ଆଗକୁ ୧୦ ଟଙ୍କା ପର୍ଯ୍ୟନ୍ତ ବଢ଼ିପାରେ ପେଟ୍ରୋଲ ଓ ଡିଜେଲ ଦର, ଜାଣନ୍ତୁ ଏହା ପଛର ପ୍ରକୃତ କାରଣ ଓ କ’ଣ ରହିଛି ବିଶେଷଜ୍ଞ ମତ

ନୂଆଦିଲ୍ଲୀ: ବର୍ତ୍ତମାନ ତୈଳ ଦରବୃଦ୍ଧିକୁ ନେଇ ଜନସାଧାରଣ ମୁଣ୍ଡରେ ହାତଦେଇ ବସିଛନ୍ତି । ପେଟ୍ରୋଲ ଓ ଡିଜେଲ ଦର ୧୦୦ ଟପିଯାଇଥିବାରୁ ସାଧାରଣଙ୍କ ଲୋକଙ୍କ ଦୈନନ୍ଦିନ ଜୀବନରେ ତାହାର ସ୍ପଷ୍ଟ ଚିତ୍ର ଦେଖିବାକୁ ମିଳିଛି । ତେବେ ଆଗାମୀ ଦିନରେ ଏହି ତୈଳ ଦର ରେକର୍ଡ ଭାଙ୍ଗିବ ବୋଲି ଜଣାପଡ଼ିଛି । ଏହା ପଛର ମୁଖ୍ୟ କାରଣ ହେଉଛି ଅଶୋଧିତ ତୈଳ । ବର୍ତ୍ତମାନ ଅନ୍ତର୍ଜାତୀୟ ବଜାରରେ ଅଶୋଧିତ ତୈଳ ଦର ବ୍ୟାରେଲ ପିଛା ୮୫ ଟଙ୍କା ରହିଥିବା ବେଳେ ଆଗକୁ ଏହା ଆହୁରି ବଢ଼ିବ । ଆସନ୍ତା ୬ ମାସ ମଧ୍ୟରେ ଏହାର ମୂଲ୍ୟ ୧୦୦ ଡଲାର ପାର କରିବ ବୋଲି ବିଶେଷଜ୍ଞମାନେ ଆଶଙ୍କା ପ୍ରକାଶ କରିଛନ୍ତି ।

ଯଦି ଅନ୍ତର୍ଜାତୀୟ ବଜାରରେ ଅଶୋଧିତ ତୈଳ ଦର ୧୦୦ ଟପିଯାଏ, ତେବେ ଭାରତରେ ପୁଣି ୧୦ ଟଙ୍କା ପର୍ଯ୍ୟନ୍ତ ତୈଳ ଦର ବୃଦ୍ଧି ପାଇବା ନିଶ୍ଚିତ । ଇରାକ ତୈଳମନ୍ତ୍ରୀଙ୍କ ମତ ଅନୁସାରେ, ଆସନ୍ତା ବର୍ଷର ତିନି ମାସ ମଧ୍ୟରେ ଅଶୋଧିତ ତୈଳ ବ୍ୟାରେଲ ପିଛା ୧୦୦ ଡଲାରକୁ ଟପିଯିବ । ବର୍ଷେ ପୂର୍ବରୁ ଏହି ଦର ୪୨.୫ ଡଲାର ଥିବା ବେଳେ ବର୍ତ୍ତମାନ ୮୫ ଡଲାର ରହିଛି । ଭାରତର ମୋଟ ତୈଳ ଆବଶ୍ୟକତାର ୮୫ ଭାଗ ଆମଦାନୀ ଦ୍ୱାରା ଭରଣା କରାଯାଇଥାଏ । ତେବେ ପାର୍ବଣ ଓ ବିବାହ ଋତୁରେ ଆସନ୍ତା କିଛି ମାସରେ ଦେଶରେ ପେଟ୍ରୋଲିୟମର ଚାହିଦା ବହୁତ ବଢ଼ିଯିବ । ଅଶୋଧିତ ତୈଳର ବ୍ୟାରେଲ ପିଛା ୧ ଡଲାର ମହଙ୍ଗା ହେଲେ ଦେଶରେ ପେଟ୍ରୋଲ ଓ ଡିଜେଲ ୬୦ ପଇସା ପର୍ଯ୍ୟନ୍ତ ମହଙ୍ଗା ହୋଇଥାଏ । ପରିସଂଖ୍ୟାନ ଅନୁଯାୟୀ, ଏପରି କ୍ଷେତ୍ରରେ ଅଶୋଧିତ ତୈଳ ଦର ୧୦୦ ଡଲାର ଟପିଲେ ପେଟ୍ରୋଲ ଓ ଡିଜେଲ ୧୦ ଟଙ୍କା ବଢ଼ିଯିବା ସ୍ୱାଭାବିକ । ବିଶ୍ୱ ଅର୍ଥନୀତି ଖୋଲିବା ଯୋଗୁଁ ତୈଳ ଚାହିଦା ଯଥେଷ୍ଟ ବୃଦ୍ଧି ପାଇଛି । ଆମେରିକାରେ ଥଣ୍ଡା ବୃଦ୍ଧି ଯୋଗୁଁ ତୈଳ କମ୍ପାନୀଗୁଡ଼ିକ ଉତ୍ପାଦନ ହ୍ରାସ କରିଛନ୍ତି । ଫଳରେ ଏହାର ପ୍ରଭାବ ତୈଳ ଦର ଉପରେ ପଡ଼ୁଛି ବୋଲି ବିଶେଷଜ୍ଞମାନେ ମତ ଦେଇଛନ୍ତି ।

Get real time updates directly on you device, subscribe now.