fbpx

ଅଧିକ ଚିନ୍ତାକରିବା ଦ୍ୱାରା କିପରି କ୍ଷତି ହୋଇଥାଏ ମାନସିକ ସ୍ୱାସ୍ଥ୍ୟ, ଜାଣନ୍ତୁ କ’ଣ କୁହନ୍ତି ବିଶେଷଜ୍ଞ

କୁହାଯାଏ ‘ଚିନ୍ତା’ ଚିତା ସହିତ ସମାନ ହୋଇଥାଏ । ମାନସିକ ରୋଗରୁ ରକ୍ଷା ପାଇବା ପାଇଁ କୌଣସି କଥାକୁ ଅଧିକ ଚିନ୍ତା ନକରି ତାର ସମାଧାନ କରିବା ଉଚିତ୍ । ବାରମ୍ବାର ନକାରାତ୍ମକ ଚିନ୍ତାଧାରା ମଣିଷକୁ ଅଧିକ ଥକାଇ ଦେଇଥାଏ । ଅଧିକ ଭାବିବା ଦ୍ୱାରା ମନ ଶାନ୍ତି, ଉତ୍ପାଦକତା ଓ ଆରାମ କରିବାର କ୍ଷମତା ଉପରେ ପ୍ରଭାବ ପଡ଼ିଥାଏ । ଅଧ୍ୟୟନରୁ ପ୍ରମାଣିତ ହୋଇଛି ଯେ, ସମୟ ସହିତ ଆପଣଙ୍କ ଅବସାଦ ଓ ଅନ୍ୟ ମାନସିକ ସ୍ୱାସ୍ଥ୍ୟ ସମସ୍ୟା ହେବାର ସମ୍ଭାବନାକୁ ବଢ଼ାଇଦେଇଥାଏ ।

ଅଧିକ ଚିନ୍ତା କରିବା ଦ୍ୱାରା ମନରେ ନକାରାତ୍ମକ ଭାବନା ସୃଷ୍ଟି ହୋଇଥାଏ । ଅଧିକ ଚିନ୍ତା କରିବା ଦ୍ୱାରା ପିଲାଙ୍କ ଠାରେ ପିଟିଏସଡି ବିକସିତ ହେବାରେ ବିପଦ ସୃଷ୍ଟି ହୋଇଥାଏ । ଅଧିକ ଚିନ୍ତା କରିବା ଦ୍ୱାରା କ’ଣ ହୋଇଥାଏ ଓ ଏହା ଆପଣଙ୍କ ମାନସିକ ସ୍ୱାସ୍ଥ୍ୟ ଉପରେ କିପରି ପ୍ରଭାବ ପକାଇଥାଏ ବୋଲି ମନୋବିଜ୍ଞାନୀ ଗରିମା ଜୁନେଜା ଗୁରୁତ୍ୱପୂର୍ଣ୍ଣ ସୂଚନା ଦେଇଛନ୍ତି ।

– ଅଧିକାଂଶ ସମୟରେ ଆମେ ଅତୀତର ଘଟଣା ଉପରେ ଧ୍ୟାନ ଦେଉ । ଏହା ସହ ବର୍ତ୍ତମାନର ଘଟଣା ଉପରେ ଭାବି ଚିନ୍ତିତ ହେଉ ବା ଭବିଷ୍ୟତ ବିଷୟରେ ଅତ୍ୟଧିକ ଚିନ୍ତା କରୁ । ଏହା ଯୋଗୁଁ ନକାରାତ୍ମକ ଭାବନା ସୃଷ୍ଟି ହୋଇଥାଏ । ଫଳରେ ଉଦାସୀନତା ଓ ଚିନ୍ତା ବଢ଼ିପାରେ ।

– ଆମର ବ୍ୟବହାର ବା ଅନ୍ୟ ବ୍ୟକ୍ତିର ଆଚରଣ ଭଳି ସାମାଜିକ ସ୍ଥିତି ବିଷୟରେ ଅତ୍ୟଧିକ ଭାବି କିଛି କଠିନ ନିଷ୍ପତ୍ତି ନେଇଥାଉ ଓ ନିଜକୁ ଏକାକୀ ରଖିଥାଏ । ସମାଜଠାରୁ ଦୂରେଇ ଯିବା ବା ନିଜକୁ ରକ୍ଷା କରିବା ପାଇଁ ଏକା ହେବା ଦ୍ୱାରା ବି ମାନସିକ ସ୍ୱାସ୍ଥ୍ୟ ପ୍ରଭାବିତ ହୋଇଥାଏ ।

– ଅଧିକ ଚିନ୍ତା ଯୋଗୁଁ ଦୈନିକ ଜୀବନ ମଧ୍ୟ ପ୍ରଭାବିତ ହୋଇଥାଏ । ଏହାର ପରିମାଣ ସ୍ୱରୂପ ନିଦ ଓ ଭୋଗ ନ ହେବା, ଧିର ପ୍ରତିକ୍ରିୟା, ଅନ୍ୟମନସ୍କ ରହିବା, ରିଲେସନସିପ୍ ଓ ଅଫିସରେ ଅସୁବିଧା ହେବା ଆଦି ସମସ୍ୟା ସୃଷ୍ଟି ହୁଏ । ଅଧିକ ଚିନ୍ତା କରିବା ଦ୍ୱାରା ସମୟ ନଷ୍ଟ ହୋଇଥାଏ । ଏହା ବ୍ୟତୀତ ଅଧିକ ଚିନ୍ତା ଦ୍ୱାରା ପାଚନ ତନ୍ତ୍ର, ହୃଦୟ, ମସ୍ତିଷ୍କ ଓ ତ୍ୱଚା ଉପରେ ପ୍ରଭାବ ପଡ଼ିଥାଏ ।

ତେବେ ଏଭଳି ସମସ୍ୟାରୁ ମୁକ୍ତି ପାଇବାର କିଛି ଉପାୟ ରହିଛି । ଏଥିପାଇଁ ଆପଣ ୫ଟି ଇନ୍ଦ୍ରିୟ ଉପରେ ଧ୍ୟାନ କେନ୍ଦ୍ରିତ କରିବା ଉଚିତ୍, ଯାହାକି ଆପଣଙ୍କୁ ବର୍ତ୍ତମାନକୁ ଫେରାଇ ଆଣିବାରେ ସାହାର୍ଯ୍ୟ କରିଥାଏ । ବାରମ୍ବାର ମନରେ ଆସୁଥିବା ଭାବନାକୁ ରେକର୍ଡିଂ କରିବା ପାଇଁ ଏକ ଡାଏରୀ ରଖନ୍ତୁ ଓ ସମସ୍ୟାର ସମାଧାନ ପାଇଁ ପ୍ଲାନ କରନ୍ତୁ ।

Get real time updates directly on you device, subscribe now.