fbpx

PF ଆକାଉଣ୍ଟରେ ଆସିଲା ସୁଧ; ଘଣ୍ଟାକ ଭିତରେ ବାହାର କରିପାରିବେ ଟଙ୍କା, ଜାଣନ୍ତୁ ପ୍ରକ୍ରିୟା

ନୂଆଦିଲ୍ଲୀ: କର୍ମଚାରୀଙ୍କ ପ୍ରୋଭିଡେଣ୍ଟ୍ ଫଣ୍ଡ ଆକାଉଣ୍ଟରେ ଦୀପାବଳୀ ପୂର୍ବରୁ ପିଏଫର ସୁଧ ଟ୍ରାନ୍ସଫର କରୁଛି ଇପିଏଫଓ । ଯଦି ଆପଣ ପାର୍ବଣ ପୂର୍ବରୁ ନିଜ ପିଏଫ୍ ଟଙ୍କା ବାହାର କରିବାକୁ ଚାହୁଁଛନ୍ତି, ତେବେ ଆପଣଙ୍କୁ କିଛି ସୟଜ ପ୍ରକ୍ରିୟା ଜାଣିବା ନିହାତି ଜରୁରି । ଇପିଏଫ୍ଓ କର୍ମଚାରୀଙ୍କ ଆକାଉଣ୍ଟରେ ୮.୫ % ସୁଧ ଜମା କରୁଛି । କିଛି ବି ଜରୁରୀକାଳୀନ ପରିସ୍ଥିତିରେ ଆପଣ ମାତ୍ର ଘଣ୍ଟାକ ମଧ୍ୟରେ ପିଏଫ୍ ଟଙ୍କା ବାହାର କରିପାରିବେ । ଆସନ୍ତୁ ଜାଣିବା ଟିପ୍ସ…

– ପ୍ରଥମେ www.epfindia.gov.in ୱେବସାଇଟର ହୋମପେଜକୁ ଯାଆନ୍ତୁ ଓ Online Advance Claim ଉପରେ କ୍ଲିକ୍ କରନ୍ତୁ ।

– ଏଥିରେ ଆପଣ unifiedportal-mem.epfindia.gov.in/memberinterface/ ଯାଇ ମଧ୍ୟ ଲଗଇନ୍ କରିପାରିବେ ।

– online Serviceକୁ ଯାଆନ୍ତୁ ଓ Claim ଉପରେ କ୍ଲିକ୍ କରନ୍ତୁ ।

– ଆପଣ ବ୍ୟାଙ୍କ ଆକାଉଣ୍ଟର ଲାଷ୍ଟ ୪ ଅଙ୍କ ପ୍ରବେଶ କରି ଚେକ୍ କରନ୍ତୁ ।

– Proceed for Online Claim ଉପରେ କ୍ଲିକ୍ କରନ୍ତୁ ।

– ଡ୍ରପ ଡାଉନରୁ PF Advanceକୁ ଚୟନ କରନ୍ତୁ ।

– ଆପଣଙ୍କ କାରଣ ଚୟନ କରନ୍ତୁ ଓ ଯେତେ ଟଙ୍କା ଟ୍ରାନ୍ସଫର କରିବାକୁ ଚାହୁଁଛନ୍ତି ତାକୁ ପ୍ରବେଶ କରନ୍ତୁ । ଏହା ପରେ ଚେକର ସ୍କାନ୍ ହୋଇଥିବା କପି ଅପଲୋଡ କରନ୍ତୁ ।

– Get Aadhaar OTP ଉପରେ କ୍ଲିକ୍ କରନ୍ତୁ ଓ ଆଧାର ଲିଙ୍କ ମୋବାଇଲରେ ଆସିଥିବା ଓଟିପି ଟାଇପ୍ କରନ୍ତୁ ।

– ଏହି ଉପାୟରେ ଆପଣଙ୍କ ଦାବି ଦାଖଲ ହୋଇଯିବ । ଆପଣଙ୍କ ଆକାଉଣ୍ଟରେ ଘଣ୍ଟାକ ମଧ୍ୟରେ ପିଏଫ୍ ଟଙ୍କା ଆସିଯିବ ।

Get real time updates directly on you device, subscribe now.