fbpx

ଲଞ୍ଚ ହେଲା Nokia C30; ଜିଓ ଅଫରରେ ମିଳିବ ୧୦୦୦ ପର୍ଯ୍ୟନ୍ତ ଡିସ୍କାଉଣ୍ଟ

ନୂଆଦିଲ୍ଲୀ: Nokia C30 ସ୍ମାର୍ଟଫୋନ ଶୁକ୍ରବାର ଭାରତରେ ଲଞ୍ଚ ହୋଇଛି । ଫୋନରେ ଜିଓର ସ୍ପେସାଲ ଡିସ୍କାଉଟ ଅଫର ମଧ୍ୟ ରହିଛି । ଫୋନରେ 6000 mAhର ବ୍ୟାଟେରୀ, 13MPର ପ୍ରାଇମେରୀ କ୍ୟାମେରା ଏବଂ ଫିଙ୍ଗର ପ୍ରିଣ୍ଟ ସେନ୍ସର ଭଳି ଅନେକ ଫିଚର୍ସ ରହିଛି । ଏହି ସ୍ମାର୍ଟଫୋନକୁ ଜିଓ ଏକ୍ସକ୍ଲୁଜିଭ ଅଫର ସହ ଲଞ୍ଚ କରାଯାଇଛି । ଏଥିରେ ସବୁ ଗ୍ରାହକଙ୍କୁ ୧୦୦୦ ଟଙ୍କା ପର୍ଯ୍ୟନ୍ତ ୧୦% ଡିସ୍କାଉଣ୍ଟ ମିଳିବ । ଆଉଟଲେଟ କିମ୍ବା ମାଇଁ ଜିଓ ଆପ୍ ମାଧ୍ୟମରେ ଏହାର ଲାଭ ଉଠାଇପାରିବେ ।

ଏମିତି ରହିଛି ଫୋନର ଫିଚର୍ସ:

ଏହି ସ୍ମାର୍ଟଫୋନ Android 11(Go Edition) ଦ୍ୱାରା ପରିଚାଳିତ । ଫୋନର ପିକ୍ ବ୍ରାଇଟନେସ ୪୦୦ ନିଟ୍ସ ରହିଛି, ଏହା ସହ 6.82 inchର HD+ ଡିସପ୍ଲେ ଦିଆଯାଇଛି । ଫୋନରେ 4GB Ram ରାମ ସହ Octa Core Unisoc SC9863A ପ୍ରୋସେସର ରହିଛି । ଫୋନରେ ୬୪ ଜିବି ପର୍ଯ୍ୟନ୍ତ ଇଣ୍ଟରନାଲ ମେମୋରୀ ରହିଛି । ଯାହାକୁ କାର୍ଡ ସାହଯ୍ୟରେ ୨୫୬ ଜିବି ପର୍ଯ୍ୟନ୍ତ ବଢ଼ାଯାଇପାରିବ । ଫୋଟୋଗ୍ରାଫୀ ପାଇଁ 13 MPର ପ୍ରାଇମେରୀ କ୍ୟାମେରା ଏବଂ 2 MPର ଡେପ୍ଥ ସେନ୍ସର ରହିଛି । ସେଲ୍ଫୀ ପାଇଁ ଫୋନରେ 5 MPର ଫ୍ରଣ୍ଟ କ୍ୟାମେରା ରହିଛି । ଏହି ଫୋନରେ 6000 mAh ବ୍ୟାଟେରୀ ରହିଛି, ଏବଂ 10Wର ଫାଷ୍ଟ ଚାର୍ଜିଂ ସପୋର୍ଟ ମଧ୍ୟ ରହିଛି ।

Nokia C30ର 3 GB+ 32 GB ଭାରିଏଣ୍ଟର ମୂଲ୍ୟ ଭାରତରେ ୧୦,୯୯୯ ଟଙ୍କା ରହିଥିବାବେଳେ, 4 GB+ 64 GB ଜିବି ଭାରିଏଣ୍ଟର ମୂଲ୍ୟ ୧୧,୯୯୯ ଟଙ୍କା ରହିଛି । ଏହାକୁ ଗ୍ରାନ ଏବଂ ହ୍ୱାଇଟ କଲରରେ ଉପଲବ୍ଧ କରାଯାଇଛି । ଏହାର ବିକ୍ରି ଅଫଲାଇନ ରିଟେଲ ଷ୍ଟୋର, ଇ-କମର୍ସ ପ୍ଲାଟଫର୍ମରେ ଏବଂ ନୋକିଆର ଅଫିସିଆଲ ୱେବସାଇଟରେ ଦ୍ୱାରା କରାଯିବ ।

Get real time updates directly on you device, subscribe now.