କିଡନୀ-ହାର୍ଟ ରୋଗ ଦୂର କରେ ଏହି ଫଳ: ଗର୍ଭବତୀଙ୍କ ପାଇଁ ମଧ୍ୟ ହୋଇଥାଏ ବେଶ୍ ଉପକାରୀ

ଓଡ଼ିଶା ଭାସ୍କର:  ଫଳ ଆମ ସ୍ୱାସ୍ଥ୍ୟ ପାଇଁ ବେଶ୍ ଲାଭଦାୟକ । ତେବେ ଏପରି ମଧ୍ୟ କୁହାଯାଏ ଯେ କିଛି ଫଳ ଆମ ସ୍ୱାସ୍ଥ୍ୟକୁ କ୍ଷତି ପହଞ୍ଚାଇ ପରେ । ତାହେଲେ ଆସନ୍ତୁ ସେହି ଫଳ ବିଷୟରେ ଜାଣିବା । ସେହି ସବୁ ଫଳ ମଧ୍ୟରେ ଅମୃତଭଣ୍ଡା ଅନ୍ୟତମ । ତେବେ ଏହା ସମସ୍ତଙ୍କ ପାଇଁ ଲାଭଦାୟକ ନୁହେଁ । ଅମୃତଭଣ୍ଡା କିଛି ଲୋକଙ୍କୁ କ୍ଷତି ପହଞ୍ଚାଇଥାଏ । ଏହାକୁ ଖାଇବା ଯେତିକି ଭଲ ସେତିକି ଖରାପ୍? ତେବେ ଅମୃତଭଣ୍ଡାରେ ଅନେକ ମିନେରାଲ୍ସ ଥାଏ ଯାହା ଶରୀରକୁ ସୁସ୍ଥ ରଖିବାରେ ସାହାଯ୍ୟ କରିଥାଏ । ଏଥିସହ ଅମୃତଭଣ୍ଡା ଫାଇବରରେ ପରିପୂର୍ଣ୍ଣ ଯେପରି ପେଟକୁ ଦାର୍ଘ ସମୟ ପର୍ୟ୍ୟନ୍ତ ଫୁଲ୍ ରଖେ । ଏହାକୁ ଖାଇବା ଦ୍ୱାରା ଓଜନ ନିୟନ୍ତ୍ରଣ ଏବଂ କମ କରିବାରେ ସାହାଯ୍ୟ କରେ । ଏଥିସହ ଡାଇବେଟିସ୍, ହାର୍ଟ ଏବଂ କ୍ୟାନ୍ସର ରୋଗୀଙ୍କ ପାଇଁ ଅତ୍ୟନ୍ତ ଲାଭ ଦାୟକ । କିନ୍ତୁ ଏଥିରେ ଅନେକ ଜିନିଷ ଅଛି ଯେଉଁଥିପାଇଁ କିଛି ଲୋକଙ୍କୁ ଅମୃତଭଣ୍ଡା ଖାଇବା ଉଚିତ୍ ନୁହେଁ । ଅମୃତଭଣ୍ଡା ଖାଇବା ଦ୍ୱାରା ଲୋକମାନଙ୍କ ପାଇଁ ସମସ୍ୟା ସୃଷ୍ଟି କରେ ।

କିଡନୀ ଷ୍ଟୋନ ରୋଗୀ:

ଯଦି ଆପଣଙ୍କର କିଡନୀ ଷ୍ଟୋନ ସମସ୍ୟା ଅଛି ତେବେ ଆପଣ ଅମୃତଭଣ୍ଡା ଖାଇବା ଉଚିତ୍ ନୁହେଁ । ଅମୃତଭଣ୍ଡା ଭିଟାମିନ୍ ସି’ ରେ ଭରପୁର ହୋଇଥାଏ । ଯାହା ଏକ ଆଣ୍ଟିଅକ୍ସିଡାଣ୍ଟ ଅଟେ । ଅଧିକ ଅମୃତଭଣ୍ଡା ଖାଇବା ଦ୍ୱାରା କିଡନୀ ଷ୍ଟୋନ ସମସ୍ୟା ବଢ଼ିପାରେ । ଅମୃତଭଣ୍ଡା ଖାଇବା ଦ୍ୱାରା କ୍ୟାଲସିୟମ ଅକ୍ସାଲେଟ୍ର ସମସ୍ୟା ସୃଷ୍ଟି ହୋଇପାରେ । ଯାହା କିଡନୀରେ ବଡ ଷ୍ଟୋନ ସୃଷ୍ଟି କରିପାରେ ।

ହାଇପୋଗ୍ଲାଇସେମିୟା:

ଡାଇବେଟିସ୍ ରୋଗୀଙ୍କ ପାଇଁ ଅମୃତଭଣ୍ଡା ଲାଭ ଦାୟକ ଅଟେ । ଏହା ବ୍ଲଡ୍ ସୁଗାର ଲେବୁଲ୍ କମ୍ କରିବାରେ ସାହାଯ୍ୟ କରେ । କିନ୍ତୁ ଯେଉଁମାନଙ୍କର ବ୍ଳଡ୍ ସୁଗାର କମ୍ ଅଛି ସେମାନେ ଅମୃତଭଣ୍ଡା ଖାଇବା ଉଚିତ୍ ନୁହେଁ । ଏହାର ଅର୍ଥ ଯେଉଁମାନେ ହାଇପୋଗ୍ଲାଇସେମିୟାରେ ପୀଡିତ ସେମାନେ ଅମୃତଭଣ୍ଡା ଠାରୁ ଦୂରେଇ ରହିବା ଉଚିତ । ଏହା ଅଧିକ ହାର୍ଟ ବିଟ୍ କମ୍ବା ଶରୀରରେ କମ୍ପନ ସୃଷ୍ଟି କରେ ।

ହାର୍ଟ ସମସ୍ୟା ଥିଲେ:

ଅମୃତଭଣ୍ଡା ହାର୍ଟ ପାଇଁ ଭଲ ବୋଲି ବିବେଚନା କରାଯାଏ, କିନ୍ତୁ ଯଦି ଆପଣଙ୍କର ରେଗୁଲାର ହାର୍ଟବିଟ୍ ସମସ୍ୟା ଥାଏ ତେବେ ଆପଣ ଅମୃତଭଣ୍ଡା ଖାଇବା ଉଚିତ୍ ନୁହେଁ । ଏଥିସହ ଅମୃତଭଣ୍ଡାରେ ସଆନୋଜେନିକ୍ ଗ୍ଲାଇକୋସାଇଡ ଥାଏ, ଯାହା ଏକ ପ୍ରକାର ଆମିନୋ ଏସିଡ୍ । ଏହା ହଜମ ପ୍ରକ୍ରିୟାରେ ହାଇଡ୍ରୋଜେନ୍ ସିୟାନାଇଡ୍ ଉତ୍ପାଦନ କରେ । ଯାହା ଆପଣଙ୍କ ପାଇଁ କ୍ଷତିକାରକ ହୋଇପାରେ ।

ଗର୍ଭାବସ୍ଥା ସମୟରେ:

ଯଦି ଆପଣ ଆଲର୍ଜି ସମସ୍ୟାରେ ପୀଡିତା । ତାହେଲେ ଆପଣ ଅମୃତଭଣ୍ଡା ଖାଇବା ଉଚିତ୍? ନୂହେଁ । ଅମୃତଭଣ୍ଡା ଭିତରେ ଏନଜାଇମ୍? ରହିଥାଏ, ଯାହାକୁ ଚିଟିନେଜ୍? ମଧ୍ୟ କୁହାଯାଏ । ଯାହା ଆଲର୍ଜି ଥିବା ଲୋକଙ୍କ ପାଇଁ କ୍ଷତି ହୋଇଥାଏ । ସେଥିପାଇଁ ଅମୃତଭଣ୍ଡା ଖାଇବା ପୂର୍ବରୁ ଏହି ସବୁ କଥା ପ୍ରତି ଧ୍ୟାନ ଦିଅନ୍ତୁ । ନଚେତ୍ ଆଗକୁ ଯାଇ ଆପଣ ବଡ଼ ସମସ୍ୟାର ସମ୍ମୁଖୀନ ହୋଇପାରନ୍ତି ।

ଆଲର୍ଜି ଥିବା ଲୋକମାନେ:

ଗର୍ଭବତୀ ମହିଳାମାନଙ୍କୁ ଅମୃତଭଣ୍ଡା ନ ଖାଇବାକୁ ପରାମର୍ଶ ଦିଆଯାଏ । ଏହା କୁହାଯିବାର କାରଣହେଉଛି ଅମୃତଭଣ୍ଡାରେ ଲାଟେକ୍ସ ଥାଏ । ଯାହା ଗର୍ଭାଶୟ ସଙ୍କୁଜନକୁ ଟ୍ରିଗର କରିପାରେ । ଅମୃତଭଣ୍ଡା ଖାଇବା ଦ୍ୱାରା ଗର୍ଭାବସ୍ଥାରେ ଶିଶୁକୁ ସପୋର୍ଟ କରୁଥିବା ଝିଲ୍ଲୀ ମଧ୍ୟ ଦୁର୍ବଳ ହୋଇପାରେ ।