fbpx
BJD
BJD SKY
BJD SKY

ଏହା ହେଉଛି ଭାରତର ସବୁଠୁ ବିଚିତ୍ର ଗାଁ, ଏଠାରେ ଲୋକେ ଗୋଟିଏ ଦେଶରେ ଖାଆନ୍ତି ଓ ଆଉ ଏକ ଦେଶରେ ଶୁଅନ୍ତି

BJD

ନୂଆଦିଲ୍ଲୀ: ଭାରତରେ ଅନେକ ସଂଖ୍ୟାରେ ଗାଁ ରହିଛି । ପ୍ରାୟ ୭୦ ପ୍ରତିଶତ ଲୋକ ଏବେ ବି ଗାଁରେ ଜୀବନଯାପନ କରୁଛନ୍ତି । ହେଲେ ଏକ ଏପରି ଗାଁ ରହିଛି । ଯାହା ଦୁଇ ଦେଶ ମଧ୍ୟରେ ରହିଛି । ଏଠାରେ ଲୋକଙ୍କ ଘର ଓ ଚାଷ ଜମି ମଧ୍ୟ ଦୁଇ ଦେଶ ମଧ୍ୟରେ ରହିଛି । ଅର୍ଥାତ୍ ଘରର ରୋଷେଇ ଘର ଗୋଟିଏ ଦେଶରେ ଓ ବେଡରୁମ୍ ଅନ୍ୟ ଦେଶରେ । ସବୁଠ୍ରୁ ଖଶସ୍ କଥା ହେଲା ଗାଁ ଲୋକମାନଙ୍କୁ ଦେଶର ସୀମା ପାର୍ କରିବାକୁ ଭିସା ଦରକାର ପଡ଼ୁନାହିଁ । ସେମାନେ ଦୁଇ ଦୁଇଟି ଦେଶରେ ସ୍ୱତନ୍ତ୍ର ଭାବରେ ବୁଲୁଛନ୍ତି । ତାହେଲେ ଚାଲନ୍ତୁ ଜାଣିବା ଏହି ଗାଁର କିଛି ରୋଚକ କାହାଣୀ ସମ୍ପର୍କରେ ।

ଏହି ଗାଁ ହେଉଛି ନାଗାଲାଣ୍ଡର ଲୋଙ୍ଗୱା ଗାଁ । ଏହା ଏକ ଏପରି ଗାଁ ଯାହା ଭାରତ ଓ ମିଆଁମାର୍ ସୀମା ମଧ୍ୟରେ ରହିଛି । ଏହା ଘନ ଜଙ୍ଗଲ ମଧ୍ୟରେ ମିଆଁମାର୍ ସୀମା ଦେଇ ଯାଇଥିବା ଭାରତର ଶେଷ ଗାଁ । ଏଠାରେ କୋୟାଙ୍କ ଆଦିବାସୀ ମାନେ ବାସ କରନ୍ତି । ଏହି ଲୋକମାନଙ୍କୁ ହିଂସ୍ର ବୋଲି କୁହାଯାଏ । ଏମାନେ ସତ୍ତା ଓ ଜମି ଆଦି ପାଇଁ ସବୁବେଳେ ପଡୋଶୀ ଗାଁ ସହିତ ଝଗଡ଼ା କରିଥାନ୍ତି ।

ମିଆଁମାର୍ ପଟରେ ପ୍ରାୟ ୨୭ଟି କୋୟାଙ୍କ ଗାଁ ରହିଛି । ଏହି ଗାଁର ଲୋକମାନେ ମିଆଁମାର୍ ସେନାରେ ମଧ୍ୟ କାର୍ଯ୍ୟରତ ରହିଛନ୍ତି । ୧୯୬୦ ମସିହାରେ ଏଠାରେ ମୁଣ୍ଡ ଶିକାର କରାଯାଉଥିଲା ଓ ଏହାକୁ ଏକ ପ୍ରଥା ବୋଲି ମନାଯାଉଥିଲା । କିନ୍ତୁ ପରେ ଏହି ପ୍ରଥା ଉପରେ ପ୍ରତିବନ୍ଧକ ଲଗାଇ ଦିଆଗଲା । ଏହି ଗାଁର ଜଣେ ରାଜା ମଧ୍ୟ ରହିଛନ୍ତି ।

ଆପଣ ମାନେ ଜାଣିଲେ ଆଶ୍ଚର୍ଯ୍ୟ ହେବେ ଏହି ଗାଁର ରାଜାଙ୍କର ୬୦ଟି ପତ୍ନୀ ରହିଛନ୍ତି । ଏମାନେ ବଂଶାନୁକ୍ରମେ ମୁଖିଆ ହୋଇଥାନ୍ତି । ମିଆଁମାର୍ ଓ ଅରୁଣାଚଳ ପ୍ରଦେଶର ୭୦ରୁ ଅଧିକ ଗାଁ ଉପରେ ଏହି ରାଜାଙ୍କର ପ୍ରଭୁତ୍ୱ ରହିଛି । ଏଠାରେ ଅଫିମ୍ ସେବନ ଅଧିକ ହୋଇଥାଏ ବୋଲି ସୂଚନା ରହିଛି ।

Get real time updates directly on you device, subscribe now.