fbpx

Punjab ପାଇଁ ନିର୍ବାଚନୀ ଇସ୍ତାହାର ପ୍ରକାଶ କଲା BJP: ଗ୍ରାଜୁଏଟଙ୍କୁ ମିଳିବ ମାସକୁ ୪ ହଜାର

ନୂଆଦିଲ୍ଲୀ: ଆସନ୍ତା ୨୦ ତାରିଖରୁ ପଞ୍ଜାବରେ ବିଧାନସଭା ନିର୍ବାଚନ ଅନୁଷ୍ଠିତ ହେବାକୁ ଯାଉଛି । ତେଣୁ ଏହି ଅବସରରେ ବିଜେପି ତା’ର ନିର୍ବାଚନୀ ଇସ୍ତାହାର ପ୍ରକାଶ କରିଛି । ସରକାରୀ ଚାକିରି କ୍ଷେତ୍ରରେ ୭୫ ପ୍ରତିଶତ ଯୁବବର୍ଗଙ୍କୁ ନିଯୁକ୍ତି ମିଳିବ । ସେହିପରି ପ୍ରାଇଭେଟ ଚାକିରି କ୍ଷେତ୍ରରେ ଏମାନଙ୍କ ପାଇଁ ୫୦ ପ୍ରତିଶତ ସ୍ଥାନ ସଂରକ୍ଷଣ କରାଯିବ । ସରକାରୀ ଚାକିରି କ୍ଷେତ୍ରରେ ମହିଳାଙ୍କ ପାଇଁ ୩୫ ପ୍ରତିଶତ ସ୍ଥାନ ସଂରକ୍ଷିତ ରହିବ ବୋଲି ଘୋଷଣା କରାଯାଇଛି ।

ଜାତୀୟ ଗଣତାନ୍ତ୍ରିକ ମେଣ୍ଟ (ଏନଡିଏ) ପକ୍ଷରୁ ଏହି ସମସ୍ତ ନିର୍ବାଚନୀ ପ୍ରତିଶ୍ରୁତି ଦିଆଯାଇଛି । ଯଦି ମେଣ୍ଟ ରାଜ୍ୟରେ କ୍ଷମତାକୁ ଆସେ, ତେବେ ଅର୍ଥନୀତିକୁ ବିକଶିତ କରିବା ପାଇଁ ପଦକ୍ଷେପ ନିଆଯିବ । ପ୍ରାର୍ଥୀମାନେ ନାମାଙ୍କନ ପତ୍ର ଦାଖଲ କରିବା ପୂର୍ବରୁ ଡୋପ୍ ଟେଷ୍ଟ ଦେବାକୁ ବାଧ୍ୟ ହେବେ । ଗ୍ରାଜୁଏଟ ଡିଗ୍ରୀଧାରୀଙ୍କୁ ମାସିକ ୪ ହଜାର ଲେଖାଏଁ ଦୁଇବର୍ଷ ପାଇଁ ବେକାରୀ ଭତ୍ତା ଦିଆଯିବ । ମହିଳାଙ୍କ ପାଇଁ ସଂରକ୍ଷିତ ହେବାକୁ ଥିବା ୩୫ ପ୍ରତିଶତ ସ୍ଥାନ ଉଭୟ ସରକାରୀ ଓ କଣ୍ଟ୍ରାକଚୁଆଲ ନିଯୁକ୍ତି କ୍ଷେତ୍ରରେ କାର୍ଯ୍ୟକାରୀ ହେବ । ମହିଳାଙ୍କ ଉପରେ ହେଉଥିବା ସମସ୍ତ ପ୍ରକାର ନିର୍ଯାତନାକୁ ଦୂରୀକରଣ ପାଇଁ ଫାଷ୍ଟ-ଟ୍ରାକ୍ କୋର୍ଟ ପ୍ରତିଷ୍ଠା କରାଯିବ ବୋଲି କୁହାଯାଇଛି । ଏହି ଅବସରରେ ରାଜ୍ୟର ପୂର୍ବତନ ମୁଖ୍ୟମନ୍ତ୍ରୀ ଅମରିନ୍ଦର ସିଂହ, କେନ୍ଦ୍ରମନ୍ତ୍ରୀ ହରଦୀପ ସିଂହ ପୁରୀ, ବିଜେପି ନେତା ଦୁଶ୍ୟନ୍ତ ଗୌତମ ପ୍ରମୁଖ ଉପସ୍ଥିତ ଥିଲେ ।

Get real time updates directly on you device, subscribe now.