fbpx

ବିଦେଶୀ ଖେଳାଳିଙ୍କ ଉପରେ ଭାରୀ ପଡିଲେ ଭାରତୀୟ: IPL ୨୦୨୨ ଅକ୍ସନରେ ହେଲା ଟଙ୍କାର ବର୍ଷା

ବେଙ୍ଗଲୁରୁ: ଇଣ୍ଡିଆନ ପ୍ରିମିୟର ଲିଗ୍ ର ୧୫ତମ ସିଜନ ପାଇଁ ହେଉଥିବା ମେଗା ଅକ୍ସନରେ ରହିଛି ଭାରତୀୟ ଖେଳାଳିଙ୍କ ଦବଦବା । ଦାମୀ ଖେଳାଳିଙ୍କ ତାଲିକାର ଟପ ଫାଇଭରେ ସବୁ ସ୍ଥାନରେ ଭାରତୀୟ ଖେଳାଳଙ୍କ କବଜା । ଇଶାନ କିଶାନ, ଦୀପକ ଚହର, ଶ୍ରେୟସ ଅୟରଙ୍କ ଭଳି ଯୁବ ଖେଳାଳିଙ୍କ ପାଇଁ ୨୦୨୨ ଅକ୍ସନ ପାଲଟିଛି ଖୁବ ଚମତ୍କାର । ଯୁବ ଖେଳାଳିମାନଙ୍କୁ କିଣିବା ପାଇଁ ପ୍ରତ୍ୟେକ ଦଳ ଲଗାଇଥିଲେ ନିଜ ନିଜର ଟଙ୍କା । ନିଲାମରେ ଏମାନଙ୍କ ପାଇଁ ଉଡିଛି ପ୍ରବଳ ଟଙ୍କା । କିନ୍ତୁ ଯୁବ ଅକ୍ସନର ପ୍ରଥମ ଦିନରେ ସବୁଠୁ ଦାମୀ ଖେଳାଳିଭାବେ ଉଭା ହୋଇଥିଲେ ଷ୍ଟାର ୱିକେଟ କିପର ବ୍ୟାଟ୍ସମ୍ୟାନ ଇଶାନ କିଶାନ । ପୁରୁଣା ଦଳ ମୁମ୍ବାଇ ଇଣ୍ଡିଆନ୍ସ ତାଙ୍କୁ ନିଜ ଦଳକୁ ଫେରାଇ ଆଣିବା ପାଇଁ ନିଜର ସବୁ ସାମର୍ଥ୍ୟ ଲଗାଇଛି ।

IPL 2022 Auction: Full List Of Players Sold And Unsold In Indian Premier League Mega Auction | Cricket News

ଅକ୍ସନର ଟପ ୫ ହିରୋ:
୧. ଇଶାନ କିଶାନ

Ishan Kishan Bought By Mumbai Indians For INR 15.25 Crores In IPL 2022 Mega Auction
ଭାରତର ଯୁବ ୱିକେଟ କିପର ବ୍ୟାଟ୍ସମ୍ୟାନ ଇଶାନ କିଶାନଙ୍କ ଉପରେ ପ୍ରାୟ ସମସ୍ତ ଦଳ ରଖଇଥିଲେ ନଜର । ବିଭିନ୍ନ ସ୍ଥାନରେ ପରିସ୍ଥିତି ମୁତାବକ ଖେଳିବାର ସାମର୍ଥ୍ୟ ରଖୁଥିବା ଏହି ଖେଳାଳି ପାଇଁ ଅକ୍ସନରେ ଲାଗିଥିଲା ଲମ୍ବା ଭିଡ । ଓପନ କରିବାଠାରୁ ଆରମ୍ଭ କରି ୩ ନମ୍ବର ଏବଂ ୪ ନମ୍ବରରେ ଖେଳି ନିଜ ପାରଦର୍ଶିତା ଦେଖାଇ ସାରିଛନ୍ତି ଇଶାନ । ଏଥି ସହିତ ତାଙ୍କ ନିକଟରେ ଗୋଟିଏ ଇନିଂସକୁ ଫିନିଶ କରିବାର ଦକ୍ଷତା ମଧ୍ୟ ଭରି ହୋି ରହିଛି । ଯେଉଁଥି ପାଇଁ ସବୁ ଦଳ ତାଙ୍କୁ କିଣିବା ପାଇଁ ଆଗ୍ରହ ପ୍ରକାଶ କରିଥିଲେ । ଶେଷରେ ତାଙ୍କର ପୁରୁଣା ଟିମ ମୁମ୍ବାଇ ଇଣ୍ଡିଆନ୍ସ ତାଙ୍କୁ ଭାରୀ ରକମ ଦେଇ ନିଜ ଦଳରେ ସାମିଲ କରିଥିଲା । ଇଶାନ କିଶାନଙ୍କୁ ନିଜର କରିବା ପାଇଁ ମୁମ୍ବାଇ ମୋଟ ୧୫.୨୫ କୋଟି ଟଙ୍କା ଖର୍ଚ୍ଚ କରିଛି ।
୨. ଦୀପକ ଚହର

Deepak Chahar Bought By Chennai Super Kings (CSK) For INR 14 Crores In IPL 2022 Mega
ଚେନ୍ନାଇ ସୁପର କିଙ୍ଗସ ଦଳର ବିଜୟ ଯାତ୍ରାରେ ଅନେକ ହିରୋ ରହିଥିଲେ । ଯେଉଁଥିରେ ଗୋଟିଏ ନାଁ ଥିଲା ଦୀପକ ଚହର । ଅନେକ ମ୍ୟାଚରେ ପାୱାରପ୍ଲେ ସମୟରେ ଦଳ ପାଇଁ ବ୍ରହ୍ମାସ୍ତ୍ର ଭଳି କାମ କରିଥିଲେ ଦୀପକ । କେବଳ ବୋଲିଂରେ ନୁହେଁ ତାଙ୍କ ବ୍ୟାଟରୁ ମଧ୍ୟ କିଛି ରନ ଦଳକୁ ମ୍ୟାଚରେ ବିଜୟ ହାସଲ କରାଇଛି । ତେଣୁ ତାଙ୍କୁ କିଣିବା ପାଇଁ ମଧ୍ୟ ଅକ୍ସନରେ ଖୁବ ଭିଡ ଜମିଥିଲା । ଏକାଧିକ ଫ୍ରାଞ୍ଚାଇଜି ତାଙ୍କୁ କିଣିବା ପାଇଁ ଆଗେଇ ଆସିଥିଲେ । କିନ୍ତୁ ଏ ସମସ୍ତ ଦଳ ଭିତରେ ବାଜି ମାରି ନେଇଥିଲା ସୁପର କିଙ୍ଗସ । ଏହି ଷ୍ଟାର ଅଲାରାଉଣ୍ଡରଙ୍କୁ କିଣିବା ପାଇଁ ୧୪ କୋଟି ଟଙ୍କା ବ୍ୟୟ କରି ଦୀପକଙ୍କୁ ଦଳକୁ ଫେରାଇ ଆଣିଛି ଧୋନୀବାହିନୀ ।
୩. ଶ୍ରେୟସ ଅୟର

Shreyas Iyer Bought By Kolkata Knight Riders (KKR) For INR 12.25 Crores In IPL 2022 Mega
ଦିଲ୍ଲୀ କ୍ୟାପିଟାଲ୍ସର ପୂର୍ବତନ ଅଧିନାୟକ ତଥା ଯୁବ ତାରକା ଶ୍ରେୟସ ଅୟରଙ୍କ ଉପରେ ଚଳିତବର୍ଷ ଅନେକ ଦଳର ନଜର ରହିଥିଲା । କୋଲାକାତା, ପଞ୍ଜାବ ସହିତ ବାଙ୍ଗାଲୋର ଭଳି ଟିମ ତାଙ୍କୁ ଦଳରେ ସାମିଲ କରିବା ପାଇଁ ଆପ୍ରାଣ ଚେଷ୍ଟା କରିଥିଲେ । ତାଙ୍କର ଅଧିନାୟକ ହେବାର ଦକ୍ଷତା ଏବଂ ମଧ୍ୟକ୍ରମରେ ବ୍ୟାଟିଂ ତାଙ୍କୁ ଏହି ଫର୍ମାଟରେ ଆହୁରି ଦାମ ବଢାଇ ଦେଇଛି । ଏକାଧିକ ଦଳ ତାଙ୍କୁ କିଣିବା ପାଇଁ ଫିଙ୍ଗି ଚାଲିଲେ କୋଟି କୋଟି ଟଙ୍କା । ବିଡ ବଢି ଚାଲିଲା । କିନ୍ତୁ ଶେଷରେ ବାଜି ମାରିନେଲେ ‘ବାଜିଗର’ । ଶ୍ରେୟସ ଅୟରଙ୍କୁ ୧୨.୨୫ କୋଟି ଟଙ୍କାରେ ନିଜ ଦଳରେ ସାମିଲ କରିଛି ଶାହରୁଖଙ୍କ ଦଳ କୋଲକାତା ନାଇଟ ରାଇଡର୍ସ । ତେବେ ଚଳିତ ସିଜନରୁ ସେ କୋଲକାତା ପକ୍ଷରୁ ଖେଳିବା ସହିତ ନେତୃତ୍ୱ ମଧ୍ୟ ନେଇ ପାରନ୍ତି ।
୪. ଶାର୍ଦ୍ଦୁଳ ଠାକୁର

Shardul Thakur Bought By Delhi Capitals (DC) For INR 10.75 Crores In IPL 2022 Mega Auction
ଚେନ୍ନାଇ ପକ୍ଷରୁ ଆଉ ଏକ ବଡ ନାଁ ଥିଲା ଶାର୍ଦ୍ଦୁଳ ଠାକୁର । ପେସ ବୋଲର ଭାବେ ଦଳରେ ସାମିଲ ହୋଇଥିଲେ ହେଁ ସମୟକ୍ରମେ ସେ ପାଲଟି ଯାଇଛନ୍ତି ଜଣେ ଅଲରାଉଣ୍ଡର । ବଲ ସହିତ ବ୍ୟାଟରେ ମଧ୍ୟ ସେ କମାଲ ଦେଖାଇ ଚାଲିଛନ୍ତି । ଏପରିକି ତାଙ୍କୁ ଏବେ ଲର୍ଡ ଶାର୍ଦ୍ଦୁଳ ବୋଲି ପରିଚୟ ମିଳି ସାରିଲାଣି । ତେଣୁ ତାଙ୍କର ଅକ୍ସନରେ ଅଧିକ ଦାମ ହେବା ସ୍ୱାଭାବିକ । ତେବେ ଏହି ସିଜନ ପାଇଁ ତାଙ୍କର ପୂର୍ବତନ ଦଳ ଚେନ୍ନାଇ ତାଙ୍କୁ ହାତଛଡା କରିଛି । ୧୦.୭୫ କୋଟି ଟଙ୍କା ଖର୍ଚ୍ଚ କରି ତାଙ୍କୁ ଦଳରେ ସାମିଲ କରିଛି ଦିଲ୍ଲୀ କ୍ୟାପିଟାଲ୍ସ । ୨୦୨୨ ସିଜନରେ ଶାର୍ଦ୍ଦୁଳ ହଳଦିଆ ବଦଳରେ ନୀଳ ରଙ୍ଗର ଜର୍ସି ପିନ୍ଧିଥିବାର ନଜର ଆସିବେ ।
୫. ୱାନିନ୍ଦୁ ହସରଙ୍ଗା

Wanindu Hasaranga Bought By Royal Challengers Bangalore For INR 10.75 Crores In IPL 2022 Mega Auction
ମେଗା ଅକ୍ସରେ ଟପ ୫ ଦାମୀ ଖେଳାଳିଙ୍କ ମଧ୍ୟରେ କେବଳ ଜଣେ ବିଦେଶୀ ଖେଳାଳିଙ୍କ ନାଁ ରହିଛି । ସେ ହେଉଛନ୍ତି ଶ୍ରୀଲଙ୍କାର ସ୍ପିନ ଅଲରାଉଣ୍ଡର ୱାନିନ୍ଦୁ ହସରଙ୍ଗା । ୧୦.୭୫ କୋଯି ଟଙ୍କାରେ ତାଙ୍କୁ ବାଙ୍ଗୋଲୋର ଦଳରେ ଜାଗା ମିଳିଛି । ଆସିବିରେ ନିଜ ସ୍ଥାନ ପୁଣି ଫେରି ପାଇଛନ୍ତି ହସରାଙ୍ଗା । ଜଣେ ଦମଦାର ବୋଲିଂ ପାଇଁ ସେ ପରିଚିତ ହେଲେ ବି ତାଙ୍କ ବ୍ୟାଟ ମଧ୍ୟ ଅନେକ ସମୟରେ ହଲ୍ଲାବୋଲ କରିଥାଏ । ତେବେ ବାଙ୍ଗାଲୋର ପାଇଁ ସେ କେତେ ସଫଳ ହେଉଛନ୍ତି ତାହା ଦେଖିବାକୁ ବାକି ରହିଲା ।

Get real time updates directly on you device, subscribe now.