fbpx

ଶିଳ୍ପା, ସମିତା ଓ ମା’ ସୁନନ୍ଦାଙ୍କ ବିରୋଧରେ ସମନ ଜାରି, ଫେବୃଆରୀ ୨୮ରେ ହେବେ ହାଜର; ଜାଣନ୍ତୁ କଣ ରହିଛି ମାମଲା

ନୂଆଦିଲ୍ଲୀ: ଅଭିନେତ୍ରୀ ଶିଳ୍ପା ସେଟ୍ଟୀ, ତାଙ୍କ ଭଉଣୀ ସମିତା ସେଟ୍ଟୀ ଓ ମାଆ ସୁନନ୍ଦା ସେଟ୍ଟୀଙ୍କ ବିରୋଧରେ ସମନ ଜାରି ହୋଇଛି । ମୁମ୍ବାଇର ଅନେ୍ଧରୀ କୋର୍ଟ ସମନ ଜାରି କରିଛନ୍ତି । ଏହା ସହିତ କୋର୍ଟ ଏହି ତିନି ଜଣଙ୍କୁ ଫେବୃଆରୀ ୨ ତାରିଖରେ ହାଜର ହେବାକୁ ଆଦେଶ ଦିଆଯାଇଛି । ଏହି ମାମଲା ୨୧ ଲକ୍ଷ ଟଙ୍କା ଲୋନ୍ ସହ ଜଡ଼ିତ ବୋଲି ସୂଚନା ।

ସୂଚନା ଅନୁସାରେ, ମୁମ୍ବାଇର ଅନେ୍ଧରୀ କୋର୍ଟ ଶିଳ୍ପା, ସମିତା ଓ ମାଆ ସୁନନ୍ଦାଙ୍କ ନାଁରେ ସମନ ଜାରି କରିଛନ୍ତି । ଜଣେ ଅଟୋ ମୋବାଇଲ୍ ଏଜେନ୍ସିର ମାଲିକ ଅଭିଯୋଗ ଆଣିଛନ୍ତି ଯେ, ଏହି ତିନି ଜଣ ୨୧ ଲକ୍ଷ ଟଙ୍କାର ଲୋନ୍ ନେଇଥିଲେ କିନ୍ତୁ ସୁଜି ନାହାନ୍ତି । ଅଭିଯୋଗକୁ ବିଚାରକୁ ନେଇ ତଦନ୍ତ ପାଇଁ ଏହି ତିନି ଜଣଙ୍କୁ ଫେବୃଆରୀ ୨୮ରେ ହାଜର ହେବାକୁ ସମନ ଜାରି କରିଛି ।

ପୂରା ମାମଲା ହେଉଛି ଉକ୍ତ ଅଟୋମୋବାଇଲ୍ ଏଜେନ୍ସିର ମାଲିକ ଦାବି କରିଛନ୍ତି ଯେ, ଶିଳ୍ପାଙ୍କର ଦିବଙ୍ଗତ ବାପା ୨୧ ଲକ୍ଷ ଟଙ୍କା ଉଧାର ନେଇଥିଲେ । ଉକ୍ତ ଟଙ୍କାକୁ ୨୦୧୭ ଜାନୁଆରୀ ମାସରେ ସୁଓ ସହିତ ସୁଜିବାର ଥିଲା । ହେଲେ ଏପର୍ଯ୍ୟନ୍ତ ସୁଜି ନାହାନ୍ତି । ୨୦୧୫ରେ ଏହି ଋଣ ନେଇଥିଲେ ଶିଳ୍ପାଙ୍କ ବାପା ।

Get real time updates directly on you device, subscribe now.