fbpx

ଅଲିମ୍ପିକ ସରିବା ପରେ ବିଶ୍ୱ ଦେଖିବ ଯୁଦ୍ଧର ଝଲକ: ନିଜ ଜିଦରେ ଅଟଳ ଶକ୍ତିଶାଳୀ ରୁଷ୍

ନୂଆଦିଲ୍ଲୀ: ସମଗ୍ର ବିଶ୍ୱ ବର୍ତ୍ତମାନ ଏକ ଭୟଙ୍କର ଯୁଦ୍ଧ ଆଶଙ୍କା ମଧ୍ୟରେ ରହିଛି । ୟୁକ୍ରେନ ଉପରେ ରୁଷ୍ ଆକ୍ରମଣ କରିବାକୁ ନେଇ ଏବେ ବି ଦ୍ୱନ୍ଦ୍ୱ ଜାରି ରହିଛି । ପରିସ୍ଥିତି ଏପରି ହୋଇଛି ଯେ, ବିଶ୍ୱର ଅନେକ ରାଷ୍ଟ୍ର ୟୁକ୍ରେନରୁ ନିଜ ନିଜର ନାଗରିକଙ୍କୁ ଫେରସ୍ତ ଆଣିସାରିଲେଣି । ତେବେ ଏହି ବିବାଦରେ ହସ୍ତକ୍ଷେପ କରିଛି ଆମେରିକା । ଏନେଇ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ୍ ରୁଷ ରାଷ୍ଟ୍ରପତି ଭ୍ଲାଡିମିର ପୁଟିନଙ୍କ ସହ ଆଲୋଚନା କରିଛନ୍ତି ।

ଏ ବାବଦରେ ବାଇଡେନ ପୁଟିନଙ୍କ ସହ ଏକଘଣ୍ଟା ଧରି ଫୋନରେ ଆଲୋଚନା କରିଛନ୍ତି । ବାଇଡେନ ଚେତାବନୀ ଦେଇଛନ୍ତି ଯେ, ରୁଷ୍ ୟୁକ୍ରେନ ସୀମାରେ ଠୁଳ କରିଥିବା ଏକ ଲକ୍ଷ ସୈନିକଙ୍କ ହଟାଇ ନେଉ । ରୁଷ୍ ଯଦି ୟୁକ୍ରେନ ଉପରେ ଆକ୍ରମଣ କରେ ତେବେ ଆମେରିକା ଓ ଏହାର ସହଯୋଗୀ ରାଷ୍ଟ୍ରମାନେ ଏହାର କଡ଼ା ଜବାବ ଦେବେ । ଏହି ଆକ୍ରମଣର ପରିସ୍ଥିତି ରୁଷକୁ ଭୋଗିବାକୁ ପଡ଼ିବ । ଯଦି ରୁଷ୍ ଆକ୍ରମଣ କରେ, ତେବେ ଖୁବ୍ କମ୍ ସମୟ ମଧ୍ୟରେ ସେ ୟୁକ୍ରେନକୁ ନିଜ କବଜାକୁ ନେଇଯିବ, ଯାହାଦ୍ୱାରା ବହୁଲୋକ ଏଥିରେ ପ୍ରଭାବିତ ହେବେ ।
ତେବେ ଜଣାପଡ଼ିଛି ଯେ, ବେଜିଂରେ ଚାଲିଥିବା ଅଲିମ୍ପିକ୍ ଆସନ୍ତା ୨୦ ତାରିଖରେ ସମାପ୍ତ ହୋଇଯିବ । ଏହାପରେ ରୁଷ ୟୁକ୍ରେନ୍ ଉପରେ ଆକ୍ରମଣ କରିବାର ସମ୍ଭାବନା ରହିଛି । ରୁଷ ୟୁକ୍ରେନ ସୀମାରେ ସୈନ୍ୟ ଛାଉଣି କରିବା ସହ ପଡ଼ୋଶୀ ଦେଶ ବେଲାରୁସକୁ ଅଭ୍ୟାସ ପାଇଁ ସୈନ୍ୟଙ୍କୁ ମଧ୍ୟ ପଠାଇଛି । ତେଣୁ ବେଲାରୁସ ପଟରୁ ମଧ୍ୟ ରୁଷ ଆକ୍ରମଣ କରିପାରେ ବୋଲି ସୂଚନା ମିଳିଛି ।

Get real time updates directly on you device, subscribe now.