fbpx

୭୨ ବର୍ଷରେ ଦ୍ୱିତୀୟ ଥର ଗରମ ରହିଲା ଦିଲ୍ଲୀ: ଆଗକୁ ଆହୁରି ବଢିବ ତାତି

Advertisement

ନୂଆଦିଲ୍ଲୀ: ଦିଲ୍ଳୀରେ ଜାରି ରହିଛି ଅସହ୍ୟ ତାତିର ପ୍ରକୋପ । ଏପ୍ରିଲ ମାସରେ ଏହି ଗରମ ରାଜଧାନୀରେ ଏକ ବଡ ରେକର୍ଡ ଅତିକ୍ରମ କରିଛି । ୭୨ ବର୍ଷ ମଧ୍ୟରେ କେବଳ ଦ୍ୱିତୀୟ ଥର ଏଭଳି ତାତିର ସାମନା କରିଛି ଦିଲ୍ଲୀ । ଏହା ବ୍ୟତୀତ ଆସନ୍ତା ଦୁଇ ଦିନ ପର୍ଯ୍ୟନ୍ତ ରାଜ୍ୟରେ ଲୁ’ର ପ୍ରଭାବ ଜାରି ରହିବ ବୋଲି ସୂଚନା ଦେଇଛି ଭାରତୀୟ ପାଣିପାଗ ବିଭାଗ ।

ସୂଚନା ଅନୁସାରେ, ମେ ୧ ତାରିଖ ପର୍ଯ୍ୟନ୍ତ ଦିଲ୍ଲୀ, ପଶ୍ଚିମ ରାଜସ୍ଥାନ, ପଞ୍ଜାବ, ହରିୟାଣା ଏବଂ ଉତ୍ତରପ୍ରଦେଶ ଭଳି ବିଭିନ୍ନ ଅଞ୍ଚଳକୁ ୟେଲୋ ଆଲର୍ଟ ଜାରି କରାଯାଇଛି । ତେବେ ମେ ୨ ତାରିଖ ପରେ ଏହି ଗରମରୁ ମୁକ୍ତି ମିଳି ବୋଲି ପୂର୍ବାନୁମାନ କରିଛି ପାଣିପାଗ ବିଭାଗ । ଗୁରୁବାର ଦିଲ୍ଲୀରେ ୧୨ ବର୍ଷ ପରେ ଏପ୍ରିଲ ମାସରେ ସର୍ବାଧିକ ୪୩.୫ଡିଗ୍ରୀ ସେଲସିୟସ ତାପମାତ୍ରା ରେକର୍ଡ କରିଛି ।

ତେବେ ରାଜଧାନୀରେ ତାତିର ପରିମାଣ ଏବେ ବି କମ ହୋଇନାହିଁ । ପାଣିପାଗ ବିଭାଗ ତରଫରୁ ଦିଆଯାଇତିବା ସୂଚନା ଅନୁଯାୟୀ, ଆସନ୍ତା ୫ ଦିନ ପର୍ଯ୍ୟନ୍ତ ହିଟ ୱେଭ ଜାରି ରହିବ । ପୂର୍ବ-ଉତ୍ତର ଭାରତରେ ଝଡବର୍ଷା ହେବା ନେଇ ପୂର୍ବାନୁମାନ କରାଯାଇଛି । ସେହିପରି ରାଜସ୍ଥାନ, ଦିଲ୍ଲୀ, ହରିୟାଣା, ଉତ୍ତର ପ୍ରଦେଶ ଏବଂ ଓଡିଶା ପାଇଁ ଅରେଞ୍ଜ ୱାର୍ଣ୍ଣିଂ ଜାରି କରିଛି ପାଣିପାଗ ବିଭାଗ ।

Get real time updates directly on you device, subscribe now.