fbpx
BJD
BJD SKY
BJD SKY

ଫୋନ୍ ଚୋରି ହୋଇଗଲେ ଏପରି କରନ୍ତୁ ପେଟିଏମ୍ ଆକାଉଣ୍ଟ୍ ବ୍ଲକ୍, ଜାଣନ୍ତୁ ଷ୍ଟେପ୍ ବାଇ ଷ୍ଟେପ୍

ଓଡ଼ିଶା ଭାସ୍କର ବ୍ୟୁରୋ: ମୋବାଇଲ୍ ଫୋନ୍ ଆଜିକା ସମୟରେ ଆମର ସବୁଠାରୁ ଜରୁରୀ ଜିନିଷ ପାଲଟିଛି । ପାଖାପାଖି ପ୍ରତିଟି ବ୍ୟକ୍ତିଙ୍କ ପାଖରେ ଆଜିକାଲି ସ୍ମାର୍ଟଫୋନ୍ ରହିଛି । ଛୋଟ ପିଲାମାନେ ମଧ୍ୟ ମୋବାଇଲ୍ ଫୋନ୍ ଦ୍ୱାରା ବିଭିନ୍ନ ପ୍ରକାରର କାର୍ଯ୍ୟ କରିପାରୁଛନ୍ତି । ଫଟୋ କ୍ଲିକ୍ କରିବା ଠାରୁ ଆରମ୍ଭ କରି ବ୍ୟାଙ୍କ ସମ୍ପର୍କିତ କାର୍ଯ୍ୟ ମଧ୍ୟ ଫୋନ୍ ସହାୟତାରେ ସହଜରେ ହୋଇପାରୁଛି । ଆଜିକାଲି ବିଭିନ୍ନ ଟଙ୍କା ନେଣ ଦେଣ କରାଯାଇପାରୁଥିବା ଆପ୍ ସାହାଯ୍ୟରେ ଆମେ ପେମେଣ୍ଟ୍ ଆଦି କରିଥାଉ । ଏହିସବୁ ୟୁପିଆଇ ପେମେଣ୍ଟ ଜରିଆରେ ହୋଇଥାଏ ।

ତେବେ ଏହି ଆପ୍ ସବୁ ମଧ୍ୟ ପେଟିଏମ୍ ଆପ୍ ମଧ୍ୟ ରହିଛି । ହେଲେ ଆପଣ ମାନେ କେବେ ଭାବିଛନ୍ତି କି ଯଦି କୌଣସି କାରଣରୁ ଆପଣଙ୍କ ଫୋନ୍ ଚୋରି ହୋଇଯାଏ ତେବେ ଆପଣ କଣ କରିବେ ? କିପରି ପେଟିଏମ୍ ଆକାଉଣ୍ଟକୁ ବ୍ଲକ୍ କରିବେ? କାରଣ ଫୋନ୍ ଚୋରି ହେବା ଦ୍ୱାରା ଆପଣଙ୍କ ଫେଟିଏମ୍ ଆପ୍ ର ଭୂଲ୍ ବ୍ୟବହାର ହୋଇପାରେ । ଚୋର ଆପଣଙ୍କ ଆକାଉଣ୍ଟ୍ ଖାଲି ମଧ୍ୟ କରିଦେଇପାରେ । ତେବେ ଚାଲନ୍ତୁ ଜାଣିବା ଫୋନ୍ ଚୋରି ହେଲେ କିପରି ପେଟିଏମ୍ ଆକାଉଣ୍ଟକୁ ବ୍ଲକ୍ କରିବେ ।

୧. ଚୋରି ହୋଇଥିବା ମୋବାଇଲ୍ ରୁ ପେଟିଏମ୍ ଆପ୍ ଡିଆକ୍ଟଭେଟ୍ କରିବା ପାଇଁ ସବୁଠାରୁ ପ୍ରଥମେ ଆପଣଙ୍କୁ ଅନ୍ୟ ଜଣଙ୍କ ଫୋନ୍ ରେ ପେଟିଏମ୍ ଆପ୍ ଡାଉନଲୋଡ୍ କରିବାକୁ ହେବ ।

୨. ସେଥିରେ ଆପଣ ନିଜର ଆକାଉଣ୍ଟକୁ ଲଗ୍ ଇନ୍ କରିବା ପଡ଼ିବ । ଅର୍ଥାତ୍ ଆପଣ ନିଜର ଆଇଡି, ପାସୱାର୍ଡ ଓ ମୋବାଇଲ୍ ନମ୍ବର ଦେବାକୁ ହେବ । ଲଗ୍ -ଇନ୍ ହେବା ପରେ ଆପଣ ପ୍ରଥମେ ହେମବର୍ଗର୍ ମେନୁ କୁ ଯିବାକୁ ପଡ଼ିବ । ଏଠାରେ ଆପଣ ସିକ୍ୟୁରିଟି ଓ ପ୍ରାଇଭେସି ସେକ୍ସନ୍ ଉପରେ କ୍ଲିକ୍ କରିବେ ।

୩. ଏବେ ଆପଣ ମ୍ୟାନେଜ ଆକାଉଣ୍ଟ୍ ଅନ୍ ଅଲ୍ ଡିଭାଇସ୍ ବିକଳ୍ପକୁ ଚୟନ କରିବାକୁ ପଡ଼ିବ । ଏଠାରେ ପଚରାଯିବ କଣ ଆପଣ ଆକାଉଣ୍ଟ ଲଗ୍ ଆଉଟ୍ କରିବାକୁ ଚାହୁଁଛନ୍ତି? ସେଠି ଆପଣଙ୍କୁ ହଁ ଅର୍ଥାତ୍ ୟେସ୍ ଅପସନ୍ ବାଛିବାକୁ ହେବ । ଏତିକି କରିବା ପରେ ଆପଣଙ୍କ କାମ ହୋଇଯିବ । ଆକାଉଣ୍ଟ ଡି-ଆକ୍ଟିଭେଟ୍ ହୋଇଯିବ ।

Get real time updates directly on you device, subscribe now.