fbpx

(ଭିଡ଼ିଓ)ତପସ୍ୱିନୀ-ସୁମିତ ବିବାଦ: ବ୍ରହ୍ମାନଗରରେ ଲାଗିଲା ୧୪୪ ଧାରା

ବ୍ରହ୍ମାନଗର(ଓଡ଼ିଶା ଭାସ୍କର): ବ୍ରହ୍ମପୁରର ଦମ୍ପତ୍ତି ତପସ୍ୱିନୀ ଓ ଡାକ୍ତର ସୁମିତ ବିବାହ ବିବାଦ ମାମଲା ଏବେ ସାରା ଓଡ଼ିଶା ପାଇଁ ଚର୍ଚ୍ଚାର ବିଷୟ ପାଲଟିଛି । ନିଜର ହକ୍ ପାଇଁ ଓ ସ୍ୱାମୀଙ୍କୁ ଫେରାଇ ଆଣିବାକୁ ପୁଣି ଥରେ ସୁମିତଙ୍କ ଘର ଆଗରେ ଧାରଣା ଦେଇଛନ୍ତି ତପସ୍ୱିନୀ । ଏହାରି ମଧ୍ୟରେ ବ୍ରହ୍ମାନଗରରେ ୧୪୪ ଧାରା ଜାରି ହୋଇଛି । ୧୪୪ ଧାରା ଜାରି ନେଇ ପୋଲିସ ପକ୍ଷରୁ ସୂଚନା ମିଳିଛି । ଡାକ୍ତର ସୁମିତଙ୍କ ଘର ଥିବା ଅଞ୍ଚଳରେ ଅନିର୍ଦ୍ଦିଷ୍ଟ କାଳ ପାଇଁ ୧୪୪ ଧାରା ଜାରି କରାଯାଇଛି । ଘଟଣାସ୍ଥଳରେ ଗହଳି ଏଡ଼ାଇବା ପାଇଁ ୧୪୪ ଧାରା ଜାରି ହୋଇଛି । ତପସ୍ୱିନୀଙ୍କ ଶ୍ୱଶୂର ଘର ଆଗରେ ୨ ସେକ୍ସନ ପୋଲିସ ମୁତୟନ ହୋଇଛନ୍ତି ।

ତେବେ ସୁରକ୍ଷା ଦୃଷ୍ଟିରୁ ୧୪୪ ଧାରା ଜାରି କରିଛି ପୋଲିସ ପ୍ରଶାସନ । ଡାକ୍ତର ସୁମିତଙ୍କ ଘର ଓ ଆଖପାଖ ଅଞ୍ଚଳରେ ୧୪୪ ଧାରା ଜାରି ହୋଇଛି । ବ୍ରହ୍ମାନଗର ଆରମ୍ଭଠାରୁ ଗୁରୁଦେବ ହସ୍ପିଟାଲ ଯାଏଁ ୧୪୪ ଲାଗୁ ହୋଇଛି । କାଲି ସନ୍ଧ୍ୟାରେ ସୁମିତଙ୍କ ଘରେ ଧସେଇ ପଶିଥିଲେ ମହିଳା ।

Get real time updates directly on you device, subscribe now.