fbpx
BJD SKY
BJD SKY

ଇନକମ ଟ୍ୟାକ୍ସ ସଞ୍ଚୟର ଏହା ସର୍ବୋତ୍ତମ ଉପାୟ , NPSରେ ଟିୟର-୧ ଚୟନ କରିବେ ନାଁ ଟିୟର-୨?

BJD

ନୂଆଦିଲ୍ଲୀ: ଭାରତରେ ଚାକିରି କରୁଥିବା ଲୋକେ ପ୍ରାୟତଃ ୫୦କିମ୍ବା ୬୦ବର୍ଷରେ ଚାକିରିରୁ ଅବସର ନେଉଛନ୍ତି । ଅଧିକରୁ ଅଧିକ ଲୋକେ ଚାକିରି କରିବା ସମୟରେ ଅବସର ପରେ କଣ କରିବେ ତା ପାଇଁ ଯୋଜନା ପ୍ରସ୍ତୁତ କରୁଛନ୍ତି । ଏହାଦ୍ୱାରା ଚାକିରି ପର ଜୀବନକୁ ସେମାନେ ଶାନ୍ତିରେ କଟାଇ ପାରିବେ । ବୃଦ୍ଧାବସ୍ଥାରେ ଯେପରି କାହା ଉପରେ ଆପଣ ନିର୍ଭର ହେବେ ନାହିଁ ସେଥିପାଇଁ ଆପଣଙ୍କୁ ଚାକିରି ସମୟରେ ଆର୍ଥିକ ଯୋଜନା କରିବାକୁ ପଡ଼ିବ । ଏହାପାଇଁ ଆପଣ ଏକ ଭଲ ଯାଗାରେ ଟଙ୍କାକୁ ବିନିଯୋଗ କରନ୍ତୁ । ବର୍ତ୍ତମାନ ଦେଖିବାକୁ ଗଲେ ସଂଖ୍ୟାଧିକ ଲୋକେ ସରକାରୀ ପେନସନ ସ୍କିମ (ଏନପିଏସ)ରେ ବିନିଯୋଗ କରୁଛନ୍ତି ।

ନେସନାଲ ପେନସନ ସ୍କିମ ଆରମ୍ଭରୁ କେବଳ ସରକାରୀ କର୍ମଚାରୀଙ୍କୁ ବିନିଯୋଗ ପାଇଁ ବ୍ୟବସ୍ଥା ଥିଲା କିନ୍ତୁ ପରେ ସମସ୍ତ ଲୋକଙ୍କୁ ବିନିଯୋଗ କରିବା ପାଇଁ ଅନୁମତି ଦିଆଯାଇଛି । ଏନପିଏସ ହେଉଛି ଏକ ଲଙ୍ଗଟର୍ମ ପ୍ଲାନ, ଏହି ଯୋଜନାରେ ୨ପ୍ରକାର ଆକାଉଣ୍ଟରେ ବିନିଯୋଗ କରିବାକୁ ଅପସନ ଦିଆଯାଇଛି । ଆକାଉଣ୍ଟ ଗୁଡ଼ିକ ହେଲା, ଟିୟର-୧ ଏବଂ ଟିୟର-୨ । ଏଥିରେ ୧୮ ବର୍ଷରୁ ଆରମ୍ଭ କରି ୬୦ବର୍ଷର ଲୋକେ ଏଥିରେ ବିନିଯୋଗ କରିପାରିବେ ।

ଏନପିଏସରେ ଆକାଉଣ୍ଟ ଖୋଲିବା ପାଇଁ ଆପଣଙ୍କୁ ପ୍ରଥମେ ଟିୟର-୧ରେ ଖୋଲିବା ପାଇଁ ପଡ଼ିବ ପରେ ଟିୟର-୨ରେ ଖୋଲି ପାରିବେ । ଟିୟର-୨ରେ ଆକାଉଣ୍ଟ ଖୋଲିବା ପାଇଁ ହେଲେ ୧୦୦୦ଟଙ୍କା ଜମା କରିବାକୁ ପଡ଼ିବ । ଟିୟର-୨ ହେଉଛି ଏକ ସେଭିଙ୍ଗ ଆକାଉଣ୍ଟ । ଆପଣ ଯେତେବେଳେ ଚାହିଁବେ ଟଙ୍କା ଉଠାଇ ପାରିବେ ଏବଂ ଟଙ୍କା ଜମା କରିପାରିବେ । ଏଥିରେ କୌଣସି ବାଧ୍ୟତା ମୂଳକ ନାହିଁ ଟଙ୍କା ଜମା କରିବା ପାଇଁ । ହେଲେ ଟିୟର୧ରେ ଆପଣଙ୍କୁ ପ୍ରତି ବର୍ଷରେ ଟଙ୍କା ଜମା କରିବା ପାଇଁ ବାଧ୍ୟତା ମୂଳକ ହୋଇଥାଏ ।

ଟିୟର-୧କୁ ଅବସର ପାଇଁ ଡିଜାଇନ କରାଯାଇଛି । ଏଥିରେ ଆକାଉଣ୍ଟ ଖୋଲିବା ପାଇଁ ୫୦୦ଟଙ୍କା ଦେବାକୁ ପଡ଼ିଥାଏ । ଅବସର ପରେ ଆପଣ ଏନପିଏସର ଟିୟର-୧ ଆକାଉଣ୍ଟରୁ ଏକକାଳୀନ ୬୦ପ୍ରତିଶତ ଉଠାଇପାରିବେ । ବାକି ୪୦ପ୍ରତିଶତ ରାଶିରେ ଆପଣଙ୍କୁ ଆନ୍ୟୁଟିଜ କିଣିବାକୁ ପଡ଼ିଥାଏ । ଆନ୍ୟୁଟି ହେଉଛି ଆପଣଙ୍କୁ ପ୍ରତିମାସରେ ପେନସନ ଆକାରରେ ଟଙ୍କା ମିଳିବ ।

୨ଟି ଆକାଉଣ୍ଟରେ ମିଳୁଥିବା ଇନକମ ଟ୍ୟାକ୍ସ ଅଲଗା ହୋଇଥାଏ । ଟିୟର-୧ ଆକାଉଣ୍ଟଧାରୀଙ୍କୁ ଇନକମ ଟ୍ୟାକ୍ସ ଆକ୍ଟ ୮୦-ସି ଅନୁଯାୟୀ, ୧.୫ଲକ୍ଷ ଟଙ୍କା ଏବଂ ଆକ୍ଟ ୮୦ ସିସିଡ଼ି (୧ବି) ଅନୁସାରେ, ୫୦ହଜାର ଟ୍ୟାକ୍ସ ଡ଼ିସକସନ ବେନିଫିଟ ମିଳିଥାଏ ।
ସେହିପରି ଏନପିଏସ ଟିୟର-୨ରେ ଟ୍ୟାକ୍ସରୁ ମୁକ୍ତି ମିଳିନଥାଏ । କେବଳ କେନ୍ଦ୍ରସରକାର କର୍ମଚାରୀ ଏନପିଏସ ଟିୟର-୨ ଆକାଉଣ୍ଟରୁ ଇନକମ ଟ୍ୟାକ୍ସର ଲାଭ ଉଠାଇ ପାରିବେ । ଏହା ପାଇଁ ମଧ୍ୟ ସର୍ତ୍ତାବଳୀ ରହିଛି । ବେନିଫିଟ ପାଇବା ପାଇଁ ନିବେଶକ ରାଶି ଉପରେ ୩ବର୍ଷ ପାଇଁ ଲକିଂ ପିରିୟଡ ଲାଗିଯିବ ।ଏନପିଏସ ଟିୟର-୧ ଆକାଉଣ୍ଟରେ ସମସ୍ତ ପ୍ରତ୍ୟାହାର ରାଶି ଟ୍ୟାକ୍ସ ମୁକ୍ତ ଅଟେ । ହେଲେ ଟିୟର-୨ ଆକାଉଣ୍ଟରୁ ଟଙ୍କା ବାହାର କରାଗଲେ ପ୍ରତ୍ୟାହାର ପରିମାଣକୁ ଟାକ୍ସେବଲ ଇନକମ କୁହାଯାଇଥାଏ ।

Get real time updates directly on you device, subscribe now.