fbpx
BJD SKY
BJD SKY

ପତ୍ନୀକୁ ତାଜମହଲ ଗିଫ୍ଟ କଲେ ସ୍ୱାମୀ! ତିଆରି ହେବାକୁ ଲାଗିଲା ୩ ବର୍ଷ; ଦେଖନ୍ତୁ ଫଟୋ

BJD

ବୁରହାନପୁର: ସ୍ୱାମୀ ନିଜର ସ୍ତ୍ରୀକୁ ଗିଫ୍ଟରେ ଡାଇମଣ୍ଡ ନେକଲେସ୍ ଠାରୁ ଆରମ୍ଭ କରି ଗାଡ଼ି, ଘର ପରି ଅନେକ ମୂଲ୍ୟବାନ ଜିନିଷ ଗିଫ୍ଟ କରିଥାଏ । ହେଲେ ମଧ୍ୟପ୍ରଦେଶର ଜଣେ ବ୍ୟକ୍ତି ନିଜ ପତ୍ନୀଙ୍କୁ ତାଜମହଲ ଗିଫ୍ଟ କରିଛନ୍ତି । ଶୁଣିଲେ ଆଶ୍ଚର୍ଯ୍ୟ ଲାଗୁ ଥାଇପାରେ । ମଧ୍ୟପ୍ରଦେଶର ଐତିହାସିକ ସହର ବୁରହାନପୁର ଠାରେ ରହୁଥିବା ଶିକ୍ଷାବିତ୍ ଆନନ୍ଦ ପ୍ରକାଶ ଚୌକସେ ନିଜ ଘରକୁ ଏକଦମ୍ ତାଜମହଲ ପରି ତିଆରି କରିଛନ୍ତି । ଏହାକୁ ଦେଖିଲେ ଆପଣ କିଛି ସେକେଣ୍ଡ ପାଇଁ ତାଜମହଲ ବୋଲି ଭାବିବେ । ଘରଟି ମଧ୍ୟ ଅବିକଳ ତାଜମହଲ ପରି ଦେଖାଯାଉଛି ।

ଶିକ୍ଷାବିତ୍ ନିଜ ପତ୍ନୀ ମଞ୍ଜୁଷ୍ରାଙ୍କୁ ପ୍ରେମର ସଂକେତ ଭାବରେ ଏହିଘର ତାଜମହଲ ଘର ଗିଫ୍ଟ କରିଛନ୍ତି । ଏଥିରେ ଚାରିଟି ବେଡରୁମ୍ ରହିଛି । କୁହାଯାଉଛି ଯେ ବୁରହାନପୁର ଦେଇ ଯାଉଥିବା ତାପ୍ତି ନଦୀ କୂଳରେ ତାଜମହଲ ନିର୍ମାଣ ହେବାର ଥିଲା । କିନ୍ତୁ ଅନେକ କାରଣରୁ ଏହି ତାଜମହଲ ଆଜି ବୁରହାନପୁର ପରିବର୍ତ୍ତେ ଆଗ୍ରାଠାରେ ନିର୍ମାଣ କରାଗଲା । ଆନନ୍ଦ ଚୌକସେ ମଧ୍ୟ ବୁରହାନପୁରରେ ତାଜମହଲ ନ ଥିବାରୁ ଚିନ୍ତିତ ଥିଲେ, କିନ୍ତୁ ଯେତେବେଳେ ସେ ସୁଯୋଗ ପାଇଲେ, ତାଜମହଲ ପରି ଘରକୁ ନିଜ ପତ୍ନୀଙ୍କୁ ସ୍ମରଣୀୟ ଉପହାର ଭାବରେ ଦେଇଛନ୍ତି । ଏହାକୁ ଦେଖିବାକୁ ଏବେ ଲୋକଙ୍କ ଭିଡ଼ ଜମୁଛି ।

ଆନନ୍ଦ ପ୍ରକାଶଙ୍କୁ ଏହି ଘରକୁ ନିର୍ମାଣ କରିବାକୁ ଅନେକ କସରତ କରିବାକୁ ପଡ଼ିଛି ସତ । ହେଲେ ସେ ନିଜର ଦୃଢ଼ ମନବୃତ୍ତି କାରଣରୁ ତାଜମହଲ ପରି ଘର ଠିଆ କରାଇ ପାରିଛନ୍ତି । ତାଜମହଲ ପରି ଘର ତିଆରି କରିଥିବା କନ୍ସଲଟିଂ ଇଞ୍ଜିନିୟର୍ ପ୍ରବୀଣ ଚୌକସେ କହିଛନ୍ତି ଯେ, ଆନନ୍ଦ ତାଙ୍କୁ ଏହି ଘର ତିଆରି କରିବା ନେଇ ଟାସ୍କ ଦେଇଥିଲେ । ତେଣୁ ସେ ଏହି ଘର ତିଆରି କରିବା ପାଇଁ ପ୍ରଥମେ ତାଜମହଲକୁ ଯାଇଥିଲେ ଓ ତାର କ୍ଷେତ୍ରଫଳ, ଟେକନିକ୍ ଆଦି ଭଲ ଭାବରେ ବୁଝିବା ପରେ ଘରକୁ ନିର୍ମାଣ କରିବା ନେଇ ପ୍ର୍ରକ୍ରିୟା ଆରମ୍ଭ କରିଥିଲେ ।

ପ୍ରବୀଣ କହିଛନ୍ତି ଯେ, ଏହି ତାଜମହଲ ସଦୃଶ ଘର ଡୋମ୍ କୁ ୨୯ ଫୁଟ୍ ଉଚ୍ଚକୁ ରଖାଯାଇଛି । ଗୋଟିଏ ବଡ଼ ହଲ୍, ତଳେ ଦୁଇଟି ଓ ଉପରେ ଦୁଇଟି ବେଡ୍ ରୁମ୍, କିଚେନ୍, ଲାଇବ୍ରେରୀ ଓ ଗୋଟିଏ ମେଡିଟେସନ୍ ରୁମ୍ ତିଆରି କରାଯାଇଛି । ଏହାକୁ ତିଆରି କରିବାକୁ ୩ ବର୍ଷ ସମୟ ଲାଗିଥିବା ସେ କହିଛନ୍ତି । ଆଗ୍ରାର ଅନେକ ଉତ୍କୃଷ୍ଟ କଳାକାରଙ୍କୁ ଡକାଯାଇ ଏହାର ଡିଜାଇନ୍ କରାଯାଇଛି । ଘରର ଫ୍ଲୋରିଂ ରାଜସ୍ଥାନର କାରୀଗର ମାନେ କରିଛନ୍ତି ।

Get real time updates directly on you device, subscribe now.