fbpx

IPL-2023ରେ କରୋନାର କହର: ପଜିଟିଭ ଚିହ୍ନଟ ହେଲେ ଏହି କମେଣ୍ଟେଟର

ନୂଆଦିଲ୍ଲୀ: ଧିରେ ଧିରେ ରୋମାଞ୍ଚକର ରୂପ ନେବାକୁ ଆରମ୍ଭ କରିଛି ଆଇପିଏଲ-୨୦୨୩ର ଏହି ସିଜନ । ଏହାସହିତ କରୋନା ମହାମାରୀର କଳା ନଜର ମଧ୍ୟ ଏହା ଉପରେ ପଡିଥିବା ଦେଖାଦେଇଛି । ୪ ବର୍ଷ ପରେ ଆଇପିଏଲ ପୁରୁଣା ଫର୍ମକୁ ଫେରିଥିବା ବେଳେ ପୁଣିଥରେ ଘାରିଛି କରୋନା ଭୟ । ଆଇପିଏଲ କମେଣ୍ଟ୍ରି ପ୍ୟାନେଲର ବରିଷ୍ଠ ସଦସ୍ୟ ଆକାଶ ଚୋପ୍ରା କରୋନାରେ ଆକ୍ରାନ୍ତ ହୋଇଥିବା ଜାଣିବାକୁ ମିଳିଛି । ଏ ନେଇ ଟ୍ୱିଟର ଯୋଗେ ସେ ନିଜେ ସୂଚନା ଦେଇଛନ୍ତି ।

ଆଜି ଆଇପିଏଲରେ ଗୁଜୁରାଟ ଟାଇଟନ୍ସ ଏବଂ ଦିଲ୍ଲୀ କ୍ୟାପିଟାଲ୍ସ ମଧ୍ୟରେ ଏକ ବଡ ମ୍ୟାଚ ଖେଳାଯିବାକୁ ଯାଉଥିବା ବେଳେ ଏହାପୂର୍ବରୁ ଟୁର୍ଣ୍ଣାମେଣ୍ଟରେ କରୋନାର ଏଣ୍ଟ୍ରି ହୋଇସାରିଛି । ହିନ୍ଦୀ କମେଣ୍ଟ୍ରି ପ୍ୟାନେଲର ଜଣେ ପ୍ରମୁଖ କମେଣ୍ଟଟର ଆକାଶ ଚୋପ୍ରା ବର୍ତ୍ତମାନ କରୋନା କବଳରେ ରହିଥିବା ନେଇ ସେ ସୋସିଆଲ ମିଡିଆରେ ଜଣାଇଛନ୍ତି । ୟୁଟ୍ୟୁବ କମ୍ୟୁନିଟିରେ ସେ ଜଣାଇଛନ୍ତି ଯେ, ବିରତୀ ପାଇଁ କ୍ଷମା କରିବେ । କୋଭିଡ ପୁଣିଥରେ ଷ୍ଟ୍ରାଇକ କରିଦେଇଛି । ଆଗକୁ କିଛି ଦିନ କମେଣ୍ଟ୍ରି କରିପାରିବି ନାହିଁ, ଏପରିକି ୟୁଟ୍ୟୁବରେ ମଧ୍ୟ କମ୍ ନଜର ଆସିପାରେ ବୋଲି କହିଛନ୍ତି ଆକାଶ । ତେବେ କରୋନାର ବିଶେଷ କିଛି ଲକ୍ଷଣ ଦେଖାଯାଉନଥିବା ଆକାଶ ସ୍ପଷ୍ଟ କରିଛନ୍ତି ।

ସେହିପରି ଟ୍ୱିଟରରେ ମଧ୍ୟ ସେ ଏ ନେଇ ଏକ ପୋଷ୍ଟ କରିଛନ୍ତି । ଏହି ପୋଷ୍ଟରେ ସେ ଲେଖିଛନ୍ତି ଯେ, ‘କଟ୍ ଆଣ୍ଡ ବୋଲ୍ଡ କୋଭିଡ, ସି ଭାଇରସ ପୁଣିଥରେ ହୋଇଯାଇଛି । ବର୍ତ୍ତମାନ ଏହାର ଅଳ୍ପ ଲକ୍ଷଣ ଦେଖିବାକୁ ମିଳିଛି ଏବଂ ସବୁକିଛି ନିୟନ୍ତ୍ରଣରେ ରହିଛି । କିନ୍ତୁ କିଛି ଦିନ କମେଣ୍ଟ୍ରିରୁ ଦୂରରେ ରହିବି, ତେବେ ଆଶା କରୁଛି ଏକ ଦମଦାର ପ୍ରତ୍ୟାବର୍ତ୍ତନ କରିବି ବୋଲି ଲେଖି ପୋଷ୍ଟ କରିଛନ୍ତି ଆକାଶ ଚୋପ୍ରା ।

Get real time updates directly on you device, subscribe now.