fbpx
BJD
BJD SKY
BJD SKY

ପଇସା ଦେଇ ମଣିଷରୁ କୁକୁର ପାଲଟିଗଲେ ଏହି ବ୍ୟକ୍ତି: ଖର୍ଚ୍ଚ ହେଲା ୧୧ ଲକ୍ଷ ଟଙ୍କା

BJD

ନୂଆଦିଲ୍ଲୀ: ନିଜକୁ କୁକୁର ବେଶରେ ବଦଳାଇବା ପାଇଁ ଜଣେ ବ୍ୟକ୍ତି ଲକ୍ଷ ଲକ୍ଷ ଟଭ୍କା ଖର୍ଚ୍ଚ କରି ଦେଇଥିବା ଜାଣିବାକୁ ମିଳିଛି । ଟୋକୋ ନାମରେ ପରିଚିତ ହ୍ୟୁମାନ ଡଗ୍ ହେବା ପାଇଁ ପରିବର୍ତ୍ତନ ପ୍ରକିୟାରେ ଜଣେ ବ୍ୟକ୍ତିଙ୍କୁ ୨ ମିଲିୟନ (୧୧ ଲକ୍ଷରୁ ବି ଅଧିକ ଟଙ୍କା) ଖର୍ଚ୍ଚ କରିଛନ୍ତି । ଏହି ପରିବର୍ତ୍ତନ ପାଇଁ ତାଙ୍କୁ ୪୦ ଦିନ ଅପେକ୍ଷା କରିବାକୁ ପଡ଼ିଥିଲା । ତେବେ ୪୦ ଦିନ ପରେ ବର୍ତ୍ତମାନ ସେ ସମ୍ପୂର୍ଣ୍ଣ ରୂପରେ ଦେଖିବାକୁ ମିଳୁଛନ୍ତି ।

ସୂଚନା ଅନୁସାରେ, ଏହି ଯୁବକଙ୍କୁ ବିଜ୍ଞାପନ ତଥା ସିନେମା ଇତ୍ୟାଦି ପାଇଁ କଷ୍ଟ୍ୟୁମ୍ସ ପ୍ରସ୍ତୁତ କରୁଥିବା ଜାପାନୀ କମ୍ପାନୀ ଜେପେଟ ଏଥିପାଇଁ ଖୁବ ସାହାଯ୍ୟ କରିଛନ୍ତି । ଏହି ବ୍ୟକ୍ତିଙ୍କ ପାଇଁ କମ୍ପାନୀ ୪୦ ଦିନ ଭିତରେ ଏକ ପ୍ରକୃତ କୁକୁରର ପୋଷାକ ପ୍ରସ୍ତୁତ କରିଛି । ଏହି କମ୍ପାନୀ ମୁଖ୍ୟତଃ ବଡି ସୁଟ ଏବଂ ଥ୍ରୀଡି ମଡେଲ ଇତ୍ୟାଦି ପ୍ରସ୍ତୁତ କରିବାରେ ଖୁବ ପ୍ରସିଦ୍ଧିଲାଭ କରିଛି । ଏ ନେଇଈ କମ୍ପାନୀର ପ୍ରବକ୍ତା କହିଛନ୍ତି ଯେ, ଏହା ୪ ପାଦରେ ଚାଲି ପାରୁଥିବା ଅସଲି କୁକୁର ଭଳି ଦେଖାଯାଏ । ତେବେ ଏହି ବ୍ୟକ୍ତି ଜଣକ ନିଜ ୟୁଟ୍ୟୁବ ଚାନେଲରେ ‘ଆଇ ୱାଣ୍ଟ ଟୁ ବି ଆନ୍ ଆନିମଲ’ ନାଁରେ ଏକ ଭିଡିଓ ଅପଲୋଡ କରିଛନ୍ତି । ତାଙ୍କ ୟୁଟ୍ୟୁବ ଚାନେଲରେ ୩୧ ହଜାରରୁ ଅଧିକ ସବସ୍କ୍ରାଇବର ଥିବା ବେଳେ ଭିଡିଓକୁ ୧ ମିଲିୟନରୁ ଅଧିକ ଥର ଦେଖାଯାଇଛି ।

ଭିଡିଓ ଆରମ୍ଭରୁ ଏହି ବ୍ୟକ୍ତି କହିଛନ୍ତି ଯେ, ମୋର ପିଲାଦିନୁ ସ୍ୱପ୍ନ ଥିଲା ଯେ ମୁଁ ପଶୁ ହେବି ।’ ତେବେ ଏହାପରେ ଯୋକୋ ବେକରେ ଏକ ପଟି ବନ୍ଧାଯିବା ସହ ତାଙ୍କୁ ବୁଲାଇବାକୁ ମଧ୍ୟ ନିଆ ଯାଉଥିବା ଦେଖିବାକୁ ମିଳିଛି । ପାର୍କରେ ଅନ୍ୟ କୁକୁରମାନଙ୍କୁ ଶୁଙ୍ଘୁଥିବା ମଧ୍ୟ ଦେଖାଯାଇଛି । ସେ କହିଛନ୍ତି ଯେ, ମୁଁ କୁକୁର ହୋଇଯିବା ପରେ ମୋର ବନ୍ଧୁ ଏବଂ ପରିବାର ଏହା ଜାଣି ସମ୍ପୂର୍ଣ୍ଣ ଆଶ୍ଚର୍ଯ୍ୟ ହୋଇଯାଇଥିଲେ ।

Get real time updates directly on you device, subscribe now.