fbpx

ଋଣ ଭାର ଯୋଗୁଁ ଚିନ୍ତାରେ ଅଛନ୍ତି କି ? କରଜରୁ ମୁକ୍ତି ପାଇବାକୁ ଆପଣାନ୍ତୁ ଏହି ଉପାୟ

ବେଳେ ବେଳେ ଅସୁବିଧାରେ ପଡିଲେ, ମଣିଷ କରଜ କରିବାକୁ ବାଧ୍ୟ ହୋଇଥାଏ। କିନ୍ତୁ ଏହି କରଜକୁ ଠିକ୍‌ ସମୟରେ ସୁଝିଦେଲେ ମନକୁ ଖୁବ୍‌ ଶାନ୍ତି ମିଳେ। ଆଉ ଯଦି ଠିକ୍‌ ସମୟରେ ସୁଝା ନଯାଏ, ତା’ହେଲେ ତାହା ବୋଝ ଭଳି ଲାଗିଥାଏ। ହେଲେ ଜାଣନ୍ତି କି, ଏମିତି ବି କିଛି କାର୍ଯ୍ୟ ଅଛି ଯାହାକୁ କଲେ କରଜରୁ ଶୀଘ୍ର ମୁକ୍ତି ପାଇବାର ବାଟ ଖୋଲିଯାଇଥାଏ।

ଯେମିତିକି:
– ବାସ୍ତୁଶାସ୍ତ୍ର ଅନୁଯାୟୀ, ପକ୍ଷୀମାନଙ୍କୁ ଖାଇବାକୁ ଦେଲେ ଜୀବନରେ ସେହି ସବୁ ସୁଖ ମିଳିଥାଏ, ଯାହାକୁ କେବେ ବି କେହି କଳ୍ପନା କରି ନଥିବେ। ତେଣୁ ପ୍ରତିଦିନ ହେଉ ଅବା ମଙ୍ଗଳବାର ଓ ଶନିବାର ଦିନ ପକ୍ଷୀମାନଙ୍କୁ କିଛି ଦାନା ଖାଇବାକୁ ଦିଅନ୍ତୁ। ଫଳରେ ଖୁବ୍‌ ଶୀଘ୍ର ଏହାର ସୁପ୍ରଭାବ ଆପଣ ନିଜେ ଅନୁଭବ କରିପାରିବେ।

– ଗାଈଙ୍କୁ ଗୋମାତା ଭାବେ ପୂଜା କରାଯାଏ। ତେଣୁ ଘରେ ପ୍ରସ୍ତୁତ ହେଉଥିବା ଖାଦ୍ୟରୁ କିଛି ପ୍ରଥମେ ଗାଈଙ୍କୁ ଖାଇବାକୁ ଦେଲେ କରଜରୁ ଶୀଘ୍ର ମୁକ୍ତି ମିଳିଥାଏ।

-ଜନ୍ଦା, ପିମ୍ପୁଡିଙ୍କୁ ତାଙ୍କର ପସନ୍ଦ ମୁତାବକ ଖାଇବାକୁ ଯୋଗାଇ ଦେଲେ ଜୀବନରେ କୁଆଡ଼େ ଖୁସି ଭରିଯାଇଥାଏ। ତେଣୁ ଏହି ଉପାୟଟିକୁ କରିଚାଲନ୍ତୁ ଦେଖିବେ ଜୀବନରେ ସୁଖଶାନ୍ତି ଭରିଯିବା ସହ ଶୀଘ୍ର କରଜରୁ ମୁକ୍ତି ମିଳିଯିବ।

– ମାଙ୍କଡ଼ଙ୍କୁ ମଙ୍ଗଳବାର ଦିନ ଯଦି ମିଠା, କଦଳୀ ଅବା ବୁଟ ଖାଇବାକୁ ଦିଆଯାଏ, ତା’ହେଲେ ପ୍ରଭୂ ହନୁମାନ କୁଆଡ଼େ ପ୍ରସନ୍ନ ହୋଇଥାନ୍ତି। ଯଦ୍ଦ୍ବାରା ତାଙ୍କ ଆର୍ଶୀବାଦରୁ ଶୀଘ୍ର କରଜ ସୁଝିବାକୁ ଆମକୁ ଉପାୟ ମିଳିଥାଏ।

– କୁକୁରଙ୍କୁ ମିଠା ବିସ୍କୁଟ୍‌ ଖାଇବାକୁ ଦେଲେ କରଜରୁ ମୁକ୍ତି ମିଳିବା ସହ ଘରୁ ନକରାତ୍ମକ ଉର୍ଜ୍ଜା ଦୂର ହୋଇଥାଏ ବୋଲି ବାସ୍ତୁବିତ୍‌ମାନେ ମତ ଦେଇଥାନ୍ତି।

Get real time updates directly on you device, subscribe now.