fbpx

ହୋମ ଆଇସୋଲେସନରେ ରହି ଚିକିତ୍ସିତ ହେଉଥିବା କୋଭିଡ଼ ରୋଗୀଙ୍କୁ ଦିଆଯାଉଥିବା କିଟରେ କେଉଁ ମେଡ଼ିସିନ ଥାଏ ଜାଣନ୍ତୁ

ଭୁବନେଶ୍ୱର, ୨୦ା୯(ଓଡ଼ିଶା ଭାସ୍କର): ରାଜ୍ୟରେ କରୋନା ସ୍ଥିତି ନେଇ ସୂଚନା ଦେଇଛନ୍ତି ସରକାର । ଆକ୍ରାନ୍ତ ଘରୋଇ ସଙ୍ଗରୋଧରେ ସତର୍କତାର ସହ ରହିବାକୁ ପଡ଼ିବ ବୋଲି କୁହାଯାଇଛି । ସରକାରଙ୍କ ମାର୍ଗଦର୍ଶିକା ଅନୁଯାୟୀ ସତର୍କ ରହିବା ଜରୁରୀ । ଆକ୍ରାନ୍ତ ଥିବା ବ୍ୟକ୍ତିଙ୍କ ଜ୍ୱର ହୁଏ ଓ ନିଶ୍ୱାସପ୍ରଶ୍ୱାସ ଅସୁବିଧା ହୁଏ । ଏହାପରେ ସ୍ୱଳ୍ପ ଧରଣର ଲକ୍ଷଣ ଥିଲେ ସେମାନଙ୍କ ହୋମ ଆଇସୋଲେସନରେ ରହିବାକୁ ପରାମର୍ଶ ଦିଆଯିବା ସହ ସରକାରଙ୍କ ପକ୍ଷରୁ ଏକ କିଟ ଦିଆଯାଏ । ସେହ କିଟିରେ ଭଲ ନହେଲେ ଅନ୍ୟ ବ୍ୟବସ୍ଥା କରାଯିବ । କିଟରେ ପାରାସିଟାମଲ୍, ଆଜିଥ୍ରୋମାଇସିନ, ଲିଭୋ ସେଟ୍ରିଜିନ ଦିଆଯାଏ । ସଙ୍ଗରୋଧରେ ଥିବା ଆକ୍ରାନ୍ତ ଅଧିକ ପାଣି ପିଇବା ଆବଶ୍ୟକ ବୋଲି ପରାମର୍ଶ ଦିଆଯାଇଛି । କିଟରେ ଥିବା ଔଷଧର ପାଶ୍ୱର୍ପ୍ରତିକ୍ରିୟାର ଭୟ ନଥାଏ । ଜଣଙ୍କଠାରେ ବିଭିନ୍ନ ରୋଗ ଥିଲେ ହାଇରିସ୍କ ଗ୍ରୁପରେ ଆସନ୍ତି । ଆକ୍ରାନ୍ତଙ୍କ ଠାରୁ ପ୍ରସୂତିମାନେ ଦୂରେଇ ରହିବା ଆବଶ୍ୟକ । ପ୍ରସୂତୀ ଆକ୍ରାନ୍ତ ହେଲେ କୋଭିଡ଼ ହସ୍ପିଟାଲରେ ଚିକିତ୍ସିତ ହେବା ଭଲ । ଲକ୍ଷଣ ଆରମ୍ଭ ଠାରୁ ୧୦ଦିନ ପୃଥକବାସ ରହିବା ଆବଶ୍ୟକ । ୧୦ଦିନ ପରେ ପୁଣି ସ୍ୱ-ନିରୀକ୍ଷଣରେ ୭ଦିନରେ ରହିବାକୁ ପଡ଼ିବ । କୋଭିଡ଼ ମୁକ୍ତ ହୋଇଥିଲେ ଅନ୍ୟ ରୋଗ ପ।।ଇଁ ମେଡ଼ିସିନ ନେଇପାରିବେ ।

Get real time updates directly on you device, subscribe now.