fbpx

ଜୀବନ ସାରା ନିର୍ବାଚନ ଲଢି ପାରିବେନି ଏହି MP-MLA! ଅଭିଯୁକ୍ତ ନେତାଙ୍କୁ ଅଭିଯୋଗ ନେଇ କ’ଣ କହିଲେ ସୁପ୍ରିମକୋର୍ଟ

ନୂଆଦିଲ୍ଲୀ: ରାଜ୍ୟ ସଭା ଏବଂ ଲୋକସଭାରେ ଦେଶର ଅନେକ ସାଂସଦଙ୍କ ଅସଲ ମୁଖା ଖୋଲି ଦେଇଛି ଏଡିଆର ରିପୋର୍ଟ । ୭୬୩ ସାଂସଦଙ୍କୁ ନେଇ ହୋଇଥିବା ଏହି ଯାଞ୍ଚରୁ ପ୍ରାୟ ୪୦% ବା ୩୦୬ ଜଣ ସାଂସଦଙ୍କ ବିରୋଧରେ ବିଭିନ୍ନ ମାମଲା ରୁଜୁ କରାଯାଇଛି । ତେବେ ଏହି ରାଜନେତାମାନଙ୍କୁ ନିର୍ବାଚନରେ ସବୁ ଦିନ ପାଇଁ ପ୍ରତିବନ୍ଧକ ଲଗା ଯାଇପାରେ । ଏମାନଙ୍କୁ ନିର୍ବାଚନ ଲଢିବା ପାଇଁ ଆଜୀବନ ରୋକ ଲଗାଇବାକୁ ସର୍ବୋଚ୍ଚ ନ୍ୟାୟାଳୟରେ ଦାବି ଜୋର ଧରିଛି । ତେବେ ଏ ନେଇ ବଡ଼ ଶୁଣାଣି କରିଛନ୍ତି ମାନ୍ୟବର ସୁପ୍ରିମକୋର୍ଟ ।

ଏଡିଆର ରିପୋର୍ଟ ଅନୁସାରେ, ବିଭିନ୍ନ ଅଭିଯୋଗରେ ସାମିଲ ଥିବା ଅଭିଯୁକ୍ତ ନେତା ଆଉ ନିର୍ବାଚନ ଲଢିପାରିବେ ନାହିଁ । କୌଣସି ନେତା ଦୋଷୀ ସାବ୍ୟସ୍ତ ହେଲେ ତାଙ୍କୁ ୬ ବର୍ଷ ନିର୍ବାଚନରୁ ବ୍ୟାନ୍ ଲଗାଇବା ପାଇଁ ନିୟମ ରହିଛି । କିନ୍ତୁ ଏହି ନିୟମକୁ ପରିବର୍ତ୍ତନ କରି ୬ ବର୍ଷ ପରିବର୍ତ୍ତେ ଆଜୀବନ ପ୍ରତିବନ୍ଧକ ଲଗାଇବା ଉଚିତ୍ ବୋଲି ଦାବି କରାଯାଇଛି । ସୁପ୍ରିମ କୋର୍ଟଙ୍କ ଦ୍ୱାରା ନିଯୁକ୍ତିପ୍ରାପ୍ତ ଏମିକସ କ୍ୟୁରୀ ବିଜୟ ହଂସାରିୟା ନିଜର ୧୯ତମ ରିପୋର୍ଟ ଦାଖଲ କରିଛନ୍ତି । ସୁପ୍ରିମକୋର୍ଟରେ ଲୋକ ପ୍ରତିଧିତ୍ୱ ନିୟମ ୧୯୫୧ର ଧାରା ୮ କୁ ଚାଲେଞ୍ଜ କରାଯାଇଛି । ଏହି ମାମଲାରେ ଯଦି କେହି ନେତା କୌଣସି ଅଭିଯୋଗରେ ଦୋଷୀ ସାବ୍ୟସ୍ତ ହୁଅନ୍ତି, ତେବେ ତାଙ୍କୁ ନିର୍ବାଚନ ଲଢିବା ପାଇଁ ବାରଣ କରାଯିବାକୁ କୋର୍ଟରେ ଦାବି କରାଯାଇଛି । ୬ ବର୍ଷ ପରିବର୍ତ୍ତେନ ଏଭଳି ନେତାମାନଙ୍କୁ ସାରା ଜୀବନ ପାଇଁ ନିର୍ବାଚନ ଲଢିବାର କ୍ଷମତାରୁ ହଟାଇ ଦିଆଯିବା ଉଚିତ୍ ବୋଲି ଦାବି ହୋଇଛି ।

କ୍ୟୁରୀ କହିଛନ୍ତି ଯେ, କେନ୍ଦ୍ରୀୟ ସତର୍କତା ଆୟୋଗ ଅଧିନିୟମ, ୨୦୦୩ ଏବଂ ଲୋକପାଳ ଓ ଲୋକାୟୁକ୍ତ ଅଧିନିୟମ, ୨୦୧୩ ଅନୁସାରେ ଜଣେ ନେତାଙ୍କୁ ସ୍ଥାୟୀ ଅଯୋଗ୍ୟତା ବା ଆଇନଗତ କାର୍ଯ୍ୟାଳୟରୁ ହଟାଇ ଦିଆଯାଇଥାଏ । ତେବେ ଯେ କୌଣସି ମାମଲାରେ ଦୋଷୀ ସାବ୍ୟସ୍ତ ହେଲେ ମାତ୍ର ୬ ବର୍ଷ ପାଇଁ ବ୍ୟାନ ଲାଗିବାର ନିୟମ ରହିଥିବା କ୍ୟୁରୀ ନିଜ ରିପୋର୍ଟରେ କହିଛନ୍ତି । ତେବେ ଏହି ମାମଲା ନେଇ ସୁପ୍ରିମକୋର୍ଟ କଡ଼ା ଆଭିମୁଖ୍ୟ ଗହଣ କରିପାରନ୍ତି ବୋଲି ଅନୁମାନ କରାଯାଉଛି ।

Get real time updates directly on you device, subscribe now.