fbpx

କେବେ ପାଳନ କରିବେ ବିଶ୍ୱକର୍ମା ଜୟନ୍ତୀ; ଜାଣି ନିଅନ୍ତୁ ଶୁଭ ତିଥି, ମୁହୂର୍ତ୍ତ ଓ ମହତ୍ତ୍ୱ

ସନାତନ ଧର୍ମରେ ବିଶ୍ୱକର୍ମା ଜୟନ୍ତୀର ବେଶ୍ ମହତ୍ତ୍ୱ ରହିଛି । ଏହା ଏକ ଧାର୍ମିକ ପର୍ବ ଭାବରେ ପାଳନ କରାଯାଏ । ପ୍ରତି ବର୍ଷ ବିଶ୍ୱକର୍ମା ଜୟନ୍ତୀ ୧୭ ସେପ୍ଟେମ୍ବରରେ ପାଳନ କରାଯାଏ । ବିଶ୍ୱକର୍ମାଙ୍କୁ ସୃଷ୍ଟିର ସୃଜନକର୍ତ୍ତା ଓ ପ୍ରଥମ ଶିଳ୍ପକାର ଭାବରେ ପୂଜା କରାଯାଏ । ମାନ୍ୟତା ରହିଛି ବ୍ରହ୍ମାଜୀଙ୍କ ଆଦେଶ ପରେ ଭଗବାନ ବିଶ୍ୱକର୍ମା ପୁରା ସୃଷ୍ଟିର ରଚନା କରିଥିଲେ ।

ହିନ୍ଦୁ ପଞ୍ଚାଙ୍ଗ ଅନୁସାରେ ବିଶ୍ୱକର୍ମା ପୂଜାର ଶୁଭ ମୁହୂର୍ତ୍ତ ୧୭ ସେପ୍ଟେମ୍ବର ୨୦୨୩ ରବିବାର ଦ୍ୱିପ୍ରହର ୧ଘଟିକା ୪୩ ମିନିଟ୍‌ରେ ପଡୁଛି । ଚଳିତ ବର୍ଷ ବିଶ୍ୱକର୍ମା ଜୟନ୍ତୀରେ ରବି ଯୋଗ ସଂଯୋଗ ପଡୁଛି । ଫଳରେ ଏହିଦିନର ଅଧିକ ମହତ୍ତ୍ୱ ବଢିଯାଇଛି । ଏହିଦିନ କନ୍ୟା ସଂକ୍ରାନ୍ତି ବି ପାଳନ କରାଯାଏ । ଏହି ବର୍ଷ ବିଶ୍ୱକର୍ମା ପୂଜା ଭାଦ୍ରପଦ ମାସ ଶୁକ୍ଳ ପକ୍ଷ ଦ୍ୱିତୀୟା ତିଥିରେ ପାଳନ କରାଯିବ । ଧାର୍ମିକ ମାନ୍ୟତା ଅନୁସାରେ ଏହିଦିନ ଲୋକମାନେ ନିଜ କାରଖାନା, ଦୋକାନ, ମେସିନ୍‌, ଅଫିସ୍ ଓ ଗାଡି ପୂଜା କରିଥାନ୍ତି ।

ହିନ୍ଦୁ ଧର୍ମରେ ବିଶ୍ୱକର୍ମା ଜୟନ୍ତୀର ବେଶ୍ ମହତ୍ତ୍ୱ ରହିଛି । ଏହିଦିନ କାର୍ଯ୍ୟରତ ସମସ୍ତ ଶ୍ରମିକ ଭଗବାନ ବିଶ୍ୱକର୍ମାଙ୍କ ପୂଜା କରିଥାନ୍ତି । ପୂଜା ସମୟରେ ଭଗବାନ ବିଶ୍ୱକର୍ମାଙ୍କୁ ଫୁଲ ଓ ଆମ୍ବପତ୍ରରେ ସଜାଇଥାନ୍ତି । ଏହାପରେ ବିଶ୍ୱକର୍ମାଙ୍କ ବାହନ ହାତୀକୁ ବି ବିଧିବିଧାନର ସହ ପୂଜା କରିଥାନ୍ତି । ଧାର୍ମିକ ମାନ୍ୟତା ଅନୁସାରେ ଏହିଦିନ ଶ୍ରମିକମାନେ ନିଜର ଯନ୍ତ୍ରପାତି ପୂଜା କରିଥାନ୍ତି । ଏହିଦିନ କେହି ବି ଶ୍ରମିକ କାମ କରି ନ ଥାନ୍ତି ।

Get real time updates directly on you device, subscribe now.