fbpx

ଆଗାମୀ ୧୦ ବର୍ଷ ମଧ୍ୟରେ ପୃଥିବୀ ମାନଚିତ୍ରରୁ ଲିଭିଯିବ ଏହି ମହାସାଗର, ଜାଣନ୍ତୁ କାରଣ

ବହୁ ବର୍ଷ ଧରି ପ୍ରଦୂଷଣ ବୃଦ୍ଧି ହେତୁ ଜଳବାୟୁ ପରିବର୍ତ୍ତନ ଓ ଏହାର ପରିଣାମ ଭୋଗ କରୁଛି ବିଶ୍ୱ । ଏହି କାରଣରୁ ବିଶ୍ୱରେ ଅନେକ ପରିବର୍ତ୍ତନ ଘଟୁଛି । ବିଶେଷଜ୍ଞମାନେ ମଧ୍ୟ ଜଳବାୟୁ ପରିବର୍ତ୍ତନକୁ ନେଇ ଉଦବେଗ ପ୍ରକାଶ କରିଛନ୍ତି । ସେମାନେ କହିଛନ୍ତି ଯେ, ଜଳବାୟୁ ପରିବର୍ତ୍ତନର ସବୁଠାରୁ ବଡ ପରିଣାମ ଆମକୁ ନରୱେର ଉତ୍ତରରେ ଥିବା ବୈରେଣ୍ଟଓ ସାଗରରେ ଦେଖିବାକୁ ମିଳୁଛି ।

ବିବିସିକୁ ବିଶେଷଜ୍ଞମାନେ କହିଛନ୍ତି ଯେ, ନରୱେର ଉତ୍ତରରେ ଥିବା ବୈରେଣ୍ଟଓ ସାଗର ୧୨ ହଜାର ବର୍ଷ ଧରି ଆର୍କଟିକ୍ ସାଗରର ଅଂଶ ହୋଇଥିବା ବେଳେ ଜଳବାୟୁ ପରିବର୍ତ୍ତନ ଯୋଗୁଁ ଏହାର ସ୍ଥାନ ବଦଳିବାରେ ଲାଗିଛି । ବର୍ତ୍ତମାନ ବୈରେଣ୍ଟଓ ସାଗର ଅଦୃଶ୍ୟ ଏହି କାରଣରୁ ଆର୍କାଟିକ ମାନଚିତ୍ରରେ ବି ପରିବର୍ତ୍ତନ ହେବାକୁ ଯାଉଛି ।

ତେବେ ଆର୍କାଟିକର ସମୁଦ୍ର ବରଫ ଯାହାର ଭିତର ଗରମ ଓ ଉଜ୍ଜଳ ଜଳ ଉପରେ ଥଣ୍ଡା ଓ ସତେଜ ସ୍ତର ସୃଷ୍ଟି ହୋଇଛି । କିନ୍ତୁ ଜଳବାୟୁ ପରିବର୍ତ୍ତନ ହେତୁ ସାଗରରୁ ପ୍ରବାହିତ ବରଫ କମିଛି । ବୈଜ୍ଞାନିକ କହିଛନ୍ତି ଯେ, ବୋଧହୁଏ ଜଳବାୟୁ ପରିବର୍ତ୍ତନର ଏକ ଆଧୁନିକ ଘଣଟା ଆମେ ଦେଖୁଛୁ । ଏଥିରେ ଗ୍ଲୋବାଲ ୱାର୍ମିଂ ହେତୁ ଆର୍କଟିକା ସଙ୍କୁଚିତ ହେଉଛି । ୧୦ ବର୍ଷ ମଧ୍ୟରେ ବୈରେଣ୍ଟଓ ସାଗର ତରଳିଯାଇପାରେ । ଫଳରେ ଏଥିରେ ବାସ କରୁଥିବା ସମୁଦ୍ର ପ୍ରାଣୀଙ୍କ ଉପରେ ସିଧାସଳଖ ପ୍ରଭାବ ପକାଇବ ।

Get real time updates directly on you device, subscribe now.