fbpx

୯୦ ବର୍ଷ ବୟସରେ ଅନ୍ତରୀକ୍ଷ ଯାତ୍ରା କଲେ ଏହି ଅଭିନେତା

ଟେକ୍ସାସ: ୯୦ ବର୍ଷ ବୟସରେ ଅନ୍ତରୀକ୍ଷ ଯାତ୍ରା କରି ଇତିହାସ ରଚିଛନ୍ତି ଅଭିନେତା ତଥା ନିର୍ଦ୍ଦେଶକ ୱିଲିୟମ୍ ସାଟନର୍ । ସେ ଜେଫ୍ ବେଜୋସ୍ ଙ୍କ କମ୍ପାନୀ ବ୍ଲୁ ଅରିଜିନ୍ ର ନୁତନ ଶେଫର୍ଡ ରକେଟ୍ ଜରିଆରେ ଅନ୍ତରିକ୍ଷ ଯାତ୍ରା କରିଛନ୍ତି । ତେବେ ଏହି କାନାଡିଆନ୍ ଅଭିନେତା ସାଟନର୍ ପରଦା ଉପରେ କ୍ୟାପଟେନ୍ କର୍କ ଭୁମିକାରେ ଅନେକ ଥର ଅନ୍ତରୀକ୍ଷା ଯାତ୍ରା କରିସାରିଛନ୍ତି । ଏଥିସହିତ ଲୋକଙ୍କର ପ୍ରଶଂସା ସାଉଁଟିଛନ୍ତି । ହେଲେ ସେ ଜୀବନରେ ପ୍ରଥମ ଥର ବାସ୍ତବରେ ଅନ୍ତରୀକ୍ଷ ଯାତ୍ରା କରିଛନ୍ତି ।

ବ୍ଲୁ ଅରିଜିନ୍ କମ୍ପାନୀର ଏହା ହେଉଚି ଦ୍ୱିତୀୟ ମିଶନ୍ । କମ୍ପାନୀ ତରଫରୁ ମିଳିଥିବା ସୂଚନା ମୁତାବକ, ଏହି ମିଶନ ୧୦ ମିନିଟ୍ ରୁ ଅଧିକ ସମୟ ଧରି ଚାଲିଥିଲା । ତେବେ ଅନ୍ତରୀକ୍ଷରୁ ଫେରିବା ପରେ ସାଟନର୍ କହିଛନ୍ତି ଯେ, ଏହି ଅନୁଭବ ଜୀବନର ଅନ୍ୟ ଅନୁଭବଠାରୁ ସମ୍ପୂର୍ଣ୍ଣ ଅଲଗା ଥିଲା । ଏହାର ବ୍ୟାଖ୍ୟା କରାଯାଇପାରେନା । ମୁଁ ଜୀବନରେ ପୂର୍ବରୁ ଏପରି ଜିନିଷ କେବେ ଦେଖିନି ।

ଜେଫ୍ ବେଜୋସଙ୍କ କମ୍ପାନୀ ବ୍ଲୁ ଅରିଜିନ୍ ସ୍ପେସ୍ ଟ୍ରାଭେଲ୍ ନିଜର ଦବଦବା ବଢ଼ାଇବା ପାଇଁ ନିଜର ସେୟାର୍ ବୃଦ୍ଧି କରିବା ପ୍ରୟାସରେ ରହିଛି । କାରଣ ଏହି କ୍ଷେତ୍ରରେ ଏଲନ୍ ମସ୍କଙ୍କ କମ୍ପାନୀ ନିଜର ପ୍ରଭୁତ୍ୱ ବିସ୍ତାର କରିଛି । ଏହା ପୂର୍ବରୁ କମ୍ପାନୀ ପକ୍ଷରୁ ଜୁଲାଇ ମାସରେ ଅନ୍ତରିକ୍ଷ ମିଶନ କରାଯାଇଥିଲା । ଗତ ମାସରେ ଏଲନ୍ ମସ୍କଙ୍କ କମ୍ପାନୀ ସ୍ପେସ୍ ଏକ୍ସ ଚାରି ଜଣ ଯାତ୍ରୀଙ୍କୁ ଅନ୍ତରିକ୍ଷ ଯାତ୍ରା କରିବା ପାଇଁ ପଠାଇଥିଲା । ସେମାନଙ୍କୁ ଇନ୍ସପିରେସନ୍-୪ ରକେଟ୍ ଜରିଆରେ ସ୍ପେସ୍ କୁ ପଠାଯାଇଥିଲା । ଏମାନେ ତିନିଦିନ ଧରି ଅନ୍ତରୀକ୍ଷ ବୁଲିଥିଲେ ।

Get real time updates directly on you device, subscribe now.