fbpx

ଏହି ତାରିଖରୁ ଆରମ୍ଭ ହୋଇପାରେ ସଂସଦ ଅଧିବେଶନ; ଜାଣନ୍ତୁ କଣ ରହିଛି ପ୍ରସ୍ତୁତି

ନୂଆଦିଲ୍ଲୀ: ସଂସଦର ଶୀତକାଳୀନ ଅଧିବେଶନ ପାଇଁ ପ୍ରସ୍ତୁତି ଆରମ୍ଭ ହୋଇଯାଇଛି । ଆସନ୍ତା ନଭେମ୍ବର ମାସର ଚତୁର୍ଥ ସପ୍ତାହରେ ସଂସଦୀୟ ବୈଠକ ଆରମ୍ଭ ହେବାର ସମ୍ଭବନା ରହିଥିବା ଜଣାପଡିଛି । ନଭେମ୍ବର ୧୫ ପରେ ଶୀତକାଳୀନ ଅଧିବେଶନ ପାଇଁ ଅନୁମତି ରହିଥିବା ବେଳେ ୨୨ ନଭେମ୍ବରରୁ ଏହି ଅଧିବେଶନ ଆରମ୍ଭ ହେବାର ସମ୍ଭାବନା ରହିଛି । ଏହି ଅଧିବେଶନଟି ଏକମାସ ଧରି ଚାଲିବା ନେଇ ସୂଚନା ମିଳିଛି । ନଭେମ୍ବର ୨୨ରୁ ଡିସେମ୍ବର ୨୩ ଯାଏଁ ଏହି ଅଧିବେଶନ ଜାରି ରହିବ ।
ମିଳିଥିବା ସୂଚନା ଅନୁଯାୟୀ ଶୀତକାଳୀନ ଅଧିବେଶନକୁ ଏକ ମାସରୁ ଅଧିକ ସମୟ ରଖିବା ପାଇଁ ପ୍ରସ୍ତାବ ରହିଥିଲେ ହେଁ ସରକାର ଏହାକୁ ଗୋଟିଏ ମାସରେ ହିଁ ସୀମିତ୍ ରଖିବେ । ସଂସଦୀୟ ବ୍ୟାପାରରେ କ୍ୟାବିନେଟ ହିଁ ଅନ୍ତିମ ନିଷ୍ପତ୍ତି ଗ୍ରହଣ କରିବ । ବିପକ୍ଷ ଦଳଙ୍କୁ ଏଜେଣ୍ଡା ପଠାଇବା ପାଇଁ କୁହାଯାଇଥିବା ବେଳେ ବିଭିନ୍ନ ବିଧେୟକ ଉପରେ ଆଲୋଚନା ହେବାର ସମ୍ଭାବନା ରହିଛି । ସେହିପରି ସ୍ୱାସ୍ଥ୍ୟ ମନ୍ତ୍ରାଳୟ ଏବଂ କୋଭିଡ ପ୍ରୋଟୋକଲ ଉପରେ ମଧ୍ୟ ଏହି ସମୟରେ ଚର୍ଚ୍ଚା ହେବ । ଦୁଇ ଡୋଜ ଟିକା ନେଇଥିବା ସାଂସଦଙ୍କ ପାଇଁ ଆରଟିପିସିଆର ବାଧ୍ୟତାମୂଳକ ରଖାଯାଇନାହିଁ ।

Get real time updates directly on you device, subscribe now.