fbpx

ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂଙ୍କ ସ୍ୱାସ୍ଥ୍ୟାବସ୍ଥା ସ୍ଥିର, ଏମ୍ସରେ ଚାଲିଛି ଚିକିତ୍ସା

ନୂଆଦିଲ୍ଲୀ: ଦେଶର ପୂର୍ବତନ ପ୍ରଧାନମନ୍ତ୍ରୀ ଓ ବରିଷ୍ଠ କଂଗ୍ରେସ ନେତା ଡ. ମନମୋହନ ସିଂ ଅସୁସ୍ଥ । ପୂର୍ବତନ ପ୍ରଧାନମନ୍ତ୍ରୀଙ୍କୁ ୨ ଦିନରୁ ହାଲକା ଜ୍ୱର ହେବା କାରଣରୁ ବୁଧବାର ସନ୍ଧ୍ୟା ୬ଟା ୧୫ ମିନିଟରେ ତାଙ୍କୁ ଦିଲ୍ଲୀ ଏମ୍ସରେ ଭର୍ତ୍ତି କରାଯାଇଛି । କିନ୍ତୁ ଏବେ ତାଙ୍କ ସ୍ୱାସ୍ଥ୍ୟାବସ୍ଥା ସ୍ଥିର ଥିବା କୁହାଯାଉଛି । ଡା. ନୀତିଶ ନାୟକଙ୍କ ନେତୃତ୍ୱରେ ଡାକ୍ତରୀ ଟିମ୍ ପୂର୍ବ ପ୍ରଧାନମନ୍ତ୍ରୀଙ୍କ ଚିକିତ୍ସା କରୁଛନ୍ତି । ୨ ଦିନ ପୂର୍ବରୁ ଜ୍ୱରରେ ପୀଡିତ ହେବା ପରେ ଡାକ୍ତରଙ୍କ ପରାମର୍ଶ କ୍ରମେ ତାଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇଛି । କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ମନସୁଖ ମଣ୍ଡଭିୟା ମଧ୍ୟ ଏମ୍ସ ଯାଇ ମନମୋହନ ସିଂଙ୍କ ବିଷୟରେ ପଚାରି ବୁଝିଛନ୍ତି ।

ଏମ୍ସ ଅଧିକାରୀ କହିଛନ୍ତି ଯେ, ‘୮୯ ବର୍ଷ ବୟସ୍କ କଂଗ୍ରେସ ନେତାଙ୍କୁ ଜ୍ୱରର ଯାଞ୍ଚ ପାଇଁ ଦିଲ୍ଲୀ ଏମ୍ସରେ ଭର୍ତ୍ତି କରାଯାଇଥିଲା, ଏବେ ତାଙ୍କ ଅବସ୍ଥା ସ୍ଥିର ରହିଛି । କଂଗ୍ରେସ ଦଳର ଏକ ସୂତ୍ରରୁ ପ୍ରକାଶ ଯେ, ଦୁଇ ଦିନ ପୂର୍ବେ ତାଙ୍କୁ ଜ୍ୱର ହୋଇଥିଲା । ଜ୍ୱର କମିଯିବା ପରେ ସେ ଦୁର୍ବଳ ଅନୁଭବ କରୁଥିଲେ । ଏଭଳି ପରିସ୍ଥିତିରେ ଡାକ୍ତରଙ୍କ ପରାମର୍ଶ କ୍ରମେ ପୂର୍ବତନ ପ୍ରଧାନମନ୍ତ୍ରୀଙ୍କୁ ଏମ୍ସରେ ଭର୍ତ୍ତି କରାଯାଇଛି । ସେ ଡାକ୍ତରଙ୍କ ତତ୍ତ୍ୱାବଧାନରେ ଅଛନ୍ତି ଓ ଚିନ୍ତା କରିବାର କିଛି ନାହିଁ ।’

Get real time updates directly on you device, subscribe now.