fbpx

ରୋହିତଙ୍କ କମବ୍ୟାକ ଏହି ଖେଳାଳିଙ୍କୁ ପଡିବ ମହଙ୍ଗା: ଦ୍ୱିତୀୟ ଦିନିକିଆରେ ମିଳିବନି ସୁଯୋଗ

ନୂଆଦିଲ୍ଲୀ: ଅଷ୍ଟ୍ରେଲିଆ ବିପକ୍ଷ ଦ୍ୱିତୀୟ ଦିନିକିଆରେ ଦଳକୁ କମବ୍ୟାକ କରିବେ ଭାରତର ଅଧିନାୟକ ରୋହିତ ଶର୍ମା । ବିଶାଖାପଟନମରେ ହେବାକୁ ଥିବା ଏହି ମ୍ୟାଚରେ ଭାରତୀୟ ଦଳରେ ଏକ ବଡ ପରିବର୍ତ୍ତନ ଦେଖିବାକୁ ମିଳିବ । ରୋହିତଙ୍କ ଆଗମନ ଦଳରେ ଜଣେ ଖେଳାଳିଙ୍କ ସୁଯୋଗ ଛଡାଇ ନେବ । ତେବେ ସେହି ଖେଳାଳି ଜଣକ କିଏ ହେବେ ସେ ନେଇ ଆରମ୍ଭ ହୋଇଛି ଚର୍ଚ୍ଚା । ତେବେ ଆସନ୍ତୁ ଜାଣିବା ଦ୍ୱିତୀୟ ଦିନିକିଆରେ କ’ଣ ହୋଇପାରେ ଭାରତର ପ୍ଲେଇଙ୍ଗ ୧୧…

ଦ୍ୱିତୀୟ ଦିନିକିଆ ମ୍ୟାଚରେ ଅନ୍ୟୁନ ଗୋଟିଏ ପରିବର୍ତ୍ତନ ହେବା ସୁନିଶ୍ଚିତ । ରୋହିତ ପୁଣିଥରେ ଦଳକୁ ଫେରୁଥିବା ବେଳେ ସୂର୍ଯ୍ୟକୁମାର ଯାଦବ କିମ୍ବା ଇଶାନ କିସାନଙ୍କୁ ଦଳରୁ ବାଦ ଦିଆଯାଇପାରେ । ଅଷ୍ଟ୍ରେଲିଆ ବିପକ୍ଷ ପ୍ରଥମ ଦିନିକିଆରେ ଉଭୟ ଖେଳାଳି ଫ୍ଲପ ହୋଇଛନ୍ତି । ଇଶାନ ମାତ୍ର ୫ ରନ କରିଥିବା ବେଳେ ପ୍ରଥମ ବଲରେ ହିଁ ପାଭିଲିୟନ ଫେରିଥିଲେ ସୂର୍ଯ୍ୟକୁମାର । ତେବେ ଦୁହିଁଙ୍କ ମଧ୍ୟରୁ ସୂର୍ଯ୍ୟକୁମାରଙ୍କୁ ଦଳରୁ ବାଦ୍ ଦିଆଯିବା ନେଇ ଅଧିକ ଆଶଙ୍କା କରାଯାଉଛି । ଟି-୨୦ ଫର୍ମାଟର ସର୍ବେଶ୍ରେଷ୍ଠ ବ୍ୟାଟ୍ସମ୍ୟାନ ଦିନିକିଆ କ୍ରିକେଟରେ ବାରମ୍ବାର ଫେଲ ମାରୁଛନ୍ତି । ଅନ୍ୟ ପକ୍ଷରେ ଇଶାନ କିସାନଙ୍କ ନିକଟରେ ମଧ୍ୟକ୍ରମରେ ଭଲ ପ୍ରଦର୍ଶନ କରିବାର କ୍ଷମତା ରହିଛି । ତେଣୁ ଦ୍ୱିତୀୟ ଦିନିକିଆରେ ସୂର୍ଯ୍ୟକୁମାର ଦଳରେ ସ୍ଥାନ ହରାଇପାରନ୍ତି ।

ସୂର୍ଯ୍ୟକୁମାର ଯାଦବ ବର୍ତ୍ତମାନ ସୁଦ୍ଧା ୨୧ଟି ଦିନିକିଆ ଖେଳିଥିବା ବେଳେ ୧୯ଟି ଇନିଂସରୁ ମାତ୍ର ୪୩୩ ରନ କରିପାରିଛନ୍ତି । ଦୁଇଟି ଅର୍ଦ୍ଧଶତକ ହାସଲ କରିଥିଲେ ବି ଗତ କିଛିଟା ମ୍ୟାଚରେ ସମ୍ପୂର୍ଣ୍ଣ ବିଫଳ ହେଉଛନ୍ତି ସୂର୍ଯ୍ୟକୁମାର । ଶେଷ ୧୦ଟି ଇନିଂସରେ ସେ ମାତ୍ର ୪ ଥର ଦୁଇ ଅଙ୍କ ଛୁଇଁଥିବା ବେଳେ ଏହି ସମୟରେ ତାଙ୍କର ସର୍ବାଧିକ ସ୍କୋର ରହିଛି ୩୪ ।

ଭାରତର ପ୍ଲେଇଙ୍ଗ ୧୧

ରୋହିତ ଶର୍ମା(ଅଧିନାୟକ), ଶୁଭମନ ଗିଲ, ବିରାଟ କୋହଲି, ଇଶାନ କିସାନ, କେ.ଏଲ ରାହୁଲ, ହାର୍ଦ୍ଦିକ ପାଣ୍ଡ୍ୟା, ରବିନ୍ଦ୍ର ଜାଡେଜା, ଶାର୍ଦ୍ଦୁଳ ଠାକୁର, ମହମ୍ମଦ ଶାମୀ, ମହମ୍ମଦ ସିରାଜ, କୁଳଦୀପ ଯାଦବ ।

Get real time updates directly on you device, subscribe now.