fbpx
BSKY
BJD SHG SKY
BJD YOUTH SKY

ଦୁଇଟି ପରାଜୟ ପରେ ଅଷ୍ଟ୍ରେଲିଆ ଖେଳିବ ନୂଆ ଚାଲ୍! ଦଳରେ ଯୋଗ ଦେବେ ଏହି ଖେଳାଳି

ନୂଆଦିଲ୍ଲୀ: ଟେଷ୍ଟ କ୍ରିକେଟରେ ନମ୍ବର.୧ ସ୍ଥାନ ସହ ଭାରତ ଗସ୍ତରେ ଆସିଥିଲା ଅଷ୍ଟ୍ରେଲିଆ । କିନ୍ତୁ ସିରିଜର ପ୍ରଥମ ଟେଷ୍ଟରେ ହିଁ ବଦଳିଯାଇଛି ସମ୍ପୂର୍ଣ୍ଣ ସମୀକରଣ । ପ୍ରଥମ ମ୍ୟାଚ ହାରିବା ପରେ ଅଷ୍ଟ୍ରେଲିଆଠାରୁ ପ୍ରଥମ ସ୍ଥାନ ଛଡାଇ ନେଇଛି ଟିମ ଇଣ୍ଡିଆ । ଏହାପରେ ଦ୍ୱିତୀୟ ଟେଷ୍ଟ ମଧ୍ୟ ଅଷ୍ଟ୍ରେଲିଆ ହାତଛଡା କରିସାରିଛି । ତେବେ ଏହି ସିରିଜରେ ଭାରତୀୟ ସ୍ପିନରଙ୍କ ଯାଦୁ ଆଗରେ ବେସାହାରା ଦେଖାଯାଉଛି । ଏହାପରେ ଦଳରେ ଯୋଡି ହୋଇପାରନ୍ତି ଅଷ୍ଟ୍ରେଲିଆର ଜଣେ ଖତରନାକ ଖେଳାଳି ।

ଏହି ସିରିଜରେ ଅଷ୍ଟ୍ରେଲିଆର ବ୍ୟାଟ୍ସମ୍ୟାନ ବାରମ୍ବାର ବିଫଳ ହେଉଛନ୍ତି । ତେଣୁ ସେମାନଙ୍କୁ ସାହାଯ୍ୟ କରିବା ପାଇଁ ପ୍ରସ୍ତୁତ ଥିବା କହିଛନ୍ତି ପୂର୍ବତନ ଖେଳାଳି ମାଥ୍ୟୁ ହେଡେନ । ତେବେ ଯଦି କ୍ରିକେଟ ବୋର୍ଡ ତରଫରୁ ତାଙ୍କୁ ସାହାଯ୍ୟ ମଗାଯାଏ, ସେ ନିଶ୍ଚୟ ଦଳକୁ ସାହାଯ୍ୟ କରିବେ ବୋଲି ପ୍ରକାଶ କରିଛନ୍ତି । ମାଥ୍ୟୁ କହିଛନ୍ତି ଯେ, ଦିନରାତି ମୁଁ ପ୍ରତ୍ୟେକ ସମୟରେ ଦଳ ପାଇଁ ଉପଲବ୍ଧ ରହିଛି । ଦଳକୁ କେଔଣସି ମୁହୂର୍ତ୍ତରେ ଯେକୌଣସି ପ୍ରକାରର ସାହାଯ୍ୟ ଦରକାର ପଡେ, ମୁଁ ପ୍ରସ୍ତୁତ ଅଛି ବୋଲି ଆଶ୍ୱସନା ଦେଇଛନ୍ତି ।

ଅନ୍ୟ ପକ୍ଷରେ ପୂର୍ବତନ ଅଧିନାୟକ ମାଇକେଲ କ୍ଲାର୍କ ମଧ୍ୟ ଅଷ୍ଟ୍ରେଲିଆ ଦଳକୁ ଏହି ପରାମର୍ଶ ଦେଇଛନ୍ତି । ଦଳରେ ମାଥ୍ୟୁ ହେଡେନଙ୍କ ଉପସ୍ଥିତି ଅଷ୍ଟ୍ରେଲିଆର ଭାଗ୍ୟ ବଦଳାଇପାରେ ବୋଲି କ୍ଲାର୍କ ବିଶ୍ୱାସ ରଖିଛନ୍ତି । ପୂର୍ବରୁ ଭାରତୀୟ ମଇଦାନରେ ଟିମ ଇଣ୍ଡିଆର ସ୍ପିନରଙ୍କ ପାଇଁ ଏକ ଖରାପ ସ୍ୱପ୍ନ ହୋଇ ରହିଥିଲେ । ତେବେ ସେ ସମ୍ପୂର୍ଣ୍ଣ ମାଗଣା ଏହି ଦାୟିତ୍ୱ ନେବା ପାଇଁ ଇଚ୍ଛୁକ ଅଛନ୍ତି ବୋଲି ପ୍ରକାଶ କରିଛନ୍ତି ।

Get real time updates directly on you device, subscribe now.