fbpx

୭୦୦ ବର୍ଷ ପରେ ପଡୁଛି ଏହି ରାମନବମୀ, ତ୍ରେତୟା ଯୁଗ ପରି ଶୁଭ ଯୋଗ, ଜାଣନ୍ତୁ ପୂଜା କରିବାର ମୂହୁର୍ତ୍ତ

ପବିତ୍ର ରାମନବମୀ ପର୍ବ ଆଜି ୩୦ ମାର୍ଚ୍ଚ ୨୦୨୩ ଗୁରୁବାର ଦିନ ଦେଶ ସାରା ଧୁମଧାମରେ ପାଳନ କରାଯାଉଛି । ବିଶେଷ କଥା ଏହା ଯେ, ଏହି ବର୍ଷ ରାମନବମୀରେ ତ୍ରେତୟା ଯୁଗ ପରି ଶୁଭ ସଂଯୋଗର ନକ୍ଷେତ୍ର ରହିଛି । ରାମନବମୀ ପୂଜାର ଗୁରୁ ପୁଷ୍ୟ ଯୋଗ ସମେତ ୯ଟି ଉତ୍ତମ ଯୋଗ ସୃଷ୍ଟି ହେଉଛି । ଏହି ଯୋଗର ମଙ୍ଗଳ କାର୍ଯ୍ୟ, ଫୁଜା-ପାଠ ସହିତ କିଣାକିଣି ପାଇଁ ଶୁଭ ବୋଲି ଧରାଯାଉଛି । ଜ୍ୟେତିଷଶାସ୍ତ୍ର ଅନୁଯାୟୀ, ଭାଗବାନ ଶ୍ରୀରାମଙ୍କ ଜନ୍ମ ଚୈତ୍ର ମାସର ଶୁକ୍ଳ ପକ୍ଷ ନବମୀ ତିଥି ଏବଂ ପୂନର୍ବସୂ ନକ୍ଷେତ୍ରରେ ହୋଇଛି । ଏହି ବର୍ଷ ଏପରି ଯୋଗ ସୃଷ୍ଟି ହୋଇଥିବାରୁ ଶ୍ରୀରାମଙ୍କୁ କେତେବେଳେ ପୂଜା କରିବେ ତାହା ଜାଣି ନିଅନ୍ତୁ । ଜ୍ୟେତିଷ ଶାସ୍ତ୍ର ଅନୁଯାୟୀ, ପାଖାପଖି ୭୦୦ ବର୍ଷ ପରେ ଏହି ,ରାମନବମୀରେ ସବାର୍ଥ ସିଦ୍ଧି, ବୁଦ୍ଧାଦିତ୍ୟ, ମହାଲକ୍ଷ୍ମୀ, ସିଦ୍ଧି, କେଦାର, ଗଜକେସରୀ, ରବିଯୋଗ, ସତ୍କୀର୍ତି ଏବଂ ହଂସ ନାମକ ରାଜଯୋଗ ସୃଷ୍ଟି ହେଉଛି ।

ବ୍ରହ୍ମ ମୂହୁର୍ତ୍ତ-ଭୋର ୦୪.୪୧ ଘଟିକାରୁ ୫.୨୮ ଘଟିକା
ଅଭିଜୀତ ମୂହୁର୍ତ୍ତ- ଅପରାହ୍ନ ୧୨.୦୧ ରୁ ୧୨.୫୧ ଘଟିକା
ବିଜୟ ମୂହୁର୍ତ୍ତ- ଅପରାହ୍ନ ୦୨.୩୦ ରୁ ୦୩.୧୯ ଘଟିକା
ଗୋଧୂଳି ମୂହୁର୍ତ୍ତ- ସଂଧ୍ୟା ୦୬.୩୬ ରୁ ୦୭.୦୦ ଘଟିକା
ଅମୃତ କାଳ-ରାତି ୦୮.୧୮ ରୁ ୧୦.୦୬ ଘଟିକା
ନିଶିତା ମୂହୁର୍ତ୍ତ- ରାତି ୧୨.୦୨ ରୁ ମାର୍ଚ୍ଚ ୩୧ର ରାତି ୧୨.୪୮
ଗୁରୁ ପୁଷ୍ୟ ଯୋଗ ଏବଂ ଅମୃତ ସିଦ୍ଧି ଯୋଗ- ରାତି ୧୦.୫୯ ରୁ ୬.୧୩ (ମାର୍ଚ୍ଚ୩୧)
ରବି ଯୋଗ ସଂପୂର୍ଣ୍ଣ ଦିନ

ରାମ ନବମୀ ପୂଜାର ଶୁଭ ମୂହୁର୍ତ୍ତ ହେଉଛି ୧୧. ୩୫ ମିନିଟ ଯାହା ଦ୍ୱିପ୍ରହର ୧ ପର୍ଯ୍ୟନ୍ତ ଚାଲିବ । ଏହାପରେ ପୂଜା କରିବାର ଦ୍ୱିତୀୟ ମୂହୁର୍ତ୍ତ ଦ୍ୱିପ୍ରହର ୧ ବାଜି ୩୦ ମିନିଟ ରୁ ଆରମ୍ଭ ହୋଇ ୩ଟା ୩୦ ମିନିଟ ପର୍ଯ୍ୟନ୍ତ ରହିବ ।

-ରାମ ନବମୀ ଦିନ ସକାଳ ଭୋର ସମୟରୁ ଉଠି ଯାଇ ସ୍ନାନ କାର୍ଯ୍ୟ ସାରିଦେବା ଉଚିତ ।

-ଏହାପରେ ସଫା ବସ୍ତ୍ର ପିନ୍ଧନ୍ତୁ

-ଶାସ୍ତ୍ର ଅନୁସାରେ ହୋମ ସମୟରେ ପତି-ପତ୍ନୀଙ୍କ ସହିତ ବସିବା ଆବଶ୍ୟକ ।

-ଯୋକୌଣସି ପବିତ୍ର ସ୍ଥାନରେ ହୋମ କୁଣ୍ଡ ସ୍ଥାପନା କରି ସେଥିରେ ଆମ୍ବ କାଠ ପକାଇ ଘିଅ ଦ୍ୱାରା ହୋମ କରିବା ଆବଶ୍ୟକ ।

-ହୋମକୁଣ୍ଡରେ ସମସ୍ତ ଦେବା ଦେବୀଙ୍କ ନାମ ଉଚ୍ଚାରଣ କରି ଆହୁତି ଦେବା ଆବଶ୍ୟକ ।

-ଧାର୍ମିକ ମାନ୍ୟତା ଅନୁଯାୟୀ, ୧୦୮ ଥର ଆହୁତି ଦେବା ଆବଶ୍ୟକ । ଆପଣ ଏହାଠାରୁ ଅଧିକ ଆହୁତି ମଧ୍ୟ ଦେଇପାରିବେ ।

Get real time updates directly on you device, subscribe now.