fbpx

Big Alert; ବଦଳିବ PhDର ଏହି ନିୟମ: ଚାକିରି କରୁଥିବା ପିଲାଙ୍କୁ ମିଳିବ ବଡ ଫାଇଦା!

ନୂଆଦିଲ୍ଲୀ: ନୂଆ ରାଷ୍ଟ୍ରୀୟ ଶିକ୍ଷାନୀତି ଲାଗୁ ହେବା ସହିତ ଉଚ୍ଚଶିକ୍ଷାରେ ମଧ୍ୟ କିଛି ବଡ ପରିବର୍ତ୍ତନ ଦେଖିବାକୁ ମିଳିବ । ୟୁନିଭର୍ସିଟି ଗ୍ରାଣ୍ଟ କମିଶନ୍(UGC) ତରଫରୁ କଲେଜ ଡିଗ୍ରୀ ଏବଂ ପିଏଚଡି ସହିତ ଉଚ୍ଚଶିକ୍ଷା ପାଇଁ ଆଡମିଶନ ପ୍ରକ୍ରିୟା ଏବଂ କ୍ରାଇଟେରିଆରେ ସଂଶୋଧନ କରାଯାଇଛି । ୨୦୨୨ରେ ଚିହ୍ନିତ ହୋଇଥିବା ଏହି ପରିବର୍ତ୍ତନ ଏବଂ ସଂଶୋଧନ ଚଳିତବର୍ଷରୁ ସମ୍ପୂର୍ଣ୍ଣ ଭାବରେ ଲାଗୁ କରାଯିବ । ତେଣୁ ନୂଆ ନିୟମ ଅନୁସାରେ ପିଲାମାନଙ୍କ ନାମାଙ୍କନ କରିବା ସହ ଡିଗ୍ରୀ ଦେବା ପାଇଁ ସମସ୍ତ ଉଚ୍ଚ ଶିକ୍ଷାନୁଷ୍ଠାନଗୁଡିକୁ ନିର୍ଦ୍ଦେଶ ଜାରି କରାଯାଇଛି ।

ପିଏଚଡି ପ୍ରୋଗ୍ରାମରେ ଆଡମିଶନ ପ୍ରକ୍ରିୟାରେ ପ୍ରଥମ ବଡ ପରିବର୍ତ୍ତନ କରାଯାଇଛି । ଏଥିରେ ନିର୍ଦ୍ଦିଷ୍ଟ କ୍ରାଇଟେରିଆ ରୂପରେ ମାଷ୍ଟର ଅଫ୍ ଫିଲୋସୋଫି(M.Phil)କୁ ବନ୍ଦ କରିବା ପାଇଁ ନିଷ୍ପତ୍ତି ନିଆଯାଇଛି । ଅର୍ଥାତ୍ ଏଣିକି ପିଲାମାନେ ବର୍ଷକର ମାଷ୍ଟର ଡିଗ୍ରୀ ଏବଂ ୪ ବର୍ଷର ଅଣ୍ଟରଗ୍ରାଜୁଏଟ(UG) ପ୍ରୋଗ୍ରାମ କିମ୍ବା ୨ ବର୍ଷର ମାଷ୍ଟର ଡିଗ୍ରୀ ଏବଂ ୩ ବର୍ଷର ୟୁଜି ପୂରଣ କରିବା ପରେ ଡକ୍ଟରେଟ ଡିଗ୍ରୀ ପାଇଁ ସିଧା ଆବେଦନ କରିପାରିବେ । ସେହିପରି ୟୁଜିସି ମଧ୍ୟ ପିଏଚଡି ଥସିସ ଜମା କରିବା ପୂର୍ବରୁ ପିୟର ରିଭ୍ୟୁଡ ଜର୍ଣ୍ଣଲ୍ସରେ ରିସର୍ଚ୍ଚ ବାଧ୍ୟତାମୂଳକ ପ୍ରକାଶନର ନିୟମକୁ ବାଦ୍ ଦିଆଯାଇଛି । ଏହା ଗବେଷକଙ୍କୁ ସେମାନଙ୍କର କାଗଜପତ୍ର ‘କଇ’ ପତ୍ରିକାରେ ପ୍ରକାଶ କରିବା ପାଇଁ ଖର୍ଚ୍ଚରୁ ମୁକ୍ତ କରିବ ।

ଏହାବ୍ୟତୀତ କୋର୍ସ ଡ୍ୟୁରେସନରେ ମଧ୍ୟ ପରିବର୍ତ୍ତନ କରାଯାଇଛି । କୋର୍ସର ସମୟସୀମା ବର୍ତ୍ତମାନ ଅତିକମରେ ୨ ବର୍ଷ ହୋଇଥିବା ବେଳେ ସର୍ବାଦିକ ୬ ବର୍ଷକୁ ବୃଦ୍ଧି କରାଯାଇଛି । ତେବେ ମହିଳା ଏବଂ ଦିବ୍ୟାଙ୍ଗ ଛାତ୍ରଛାତ୍ରୀମାନଙ୍କୁ ଡିଗ୍ରୀ ପୂରଣ କରିବା ପାଇଁ ଅତିରିକ୍ତ ୨ ବର୍ଷ ପ୍ରଦାନ କରାଯିବ । ଏହାବ୍ୟତୀତ ମହିଳାମାନଙ୍କୁ ୨୪୦ ଦିନର ମାତୃତ୍ୱ ଛୁଟି ଏବଂ ପିଲାଙ୍କ ଦେଖାଶୁଣା କରିବା ପାଇଁ ଛୁଟି ମଧ୍ୟ ମିଳିପାରିବ ।

ଆଡମିଶନରେ ସିଟ୍ ପୂରଣ କରିବା ପାଇଁ ନିୟମରେ ଅନେକ ପରିବର୍ତ୍ତନ କରିଛି ୟୁଜିସି । ବର୍ତ୍ତମାନ ୪୦% ସିଟ୍ ପୂରଣ ପାଇଁ କମନ୍ ୟୁନିଭର୍ସିଟି ଏଣ୍ଟ୍ରାନ୍ସ ପରୀକ୍ଷା କରାଯିବ । ତେବେ ୬୦% ରାଷ୍ଟ୍ରୀୟ ପାତ୍ରତା ପରୀକ୍ଷା(NET) ବା ଜୁନିୟର ରିସର୍ଚ୍ଚ ସ୍କୋଲାରସିପ ପାସ୍ କରିଥିବା ଛାତ୍ରଛାତ୍ରୀଙ୍କ ପାଇଁ ରିଜର୍ଭ ରହିବ । ଏଣ୍ଟ୍ରାନ୍ସ ପରୀକ୍ଷା ପାସ୍ କରିବା ପରେ ୭୦:୩୦ ଅନୁପାତରେ ଅଭ୍ୟର୍ଥୀମାନଙ୍କ ମୂଲ୍ୟାଙ୍କନ କରାଯିବ । ଏଥିରେ ୭୦ ପ୍ରତିଶତ ୱେଟେଜ ଏଣ୍ଟ୍ରାନ୍ସ ଟେଷ୍ଟର ନମ୍ବର ଏବଂ ୩୦% ଇଣ୍ଟଭ୍ୟୁ ବା ଭାଇବା-ଭଏସରେ ପ୍ରଦାନ କରାଯିବ ।

Get real time updates directly on you device, subscribe now.