ନୂଆଦିଲ୍ଲୀ: ସରକାରଙ୍କ ପକ୍ଷରୁ ବେଳେ ବେଳେ ଟେଲିକମ ନିୟମରେ ପରିବର୍ତ୍ତନ କରାଯାଇଥାଏ । ଟେଲିକମ ଆକ୍ଟରେ କିଛି ନିୟମକୁ ସାମିଲ କରାଯାଇଥିଲା, ଯାହାକୁ ସମସ୍ତ ରାଜ୍ୟକୁ ଫଲୋ କରିବା ପାଇଁ କୁହାଯାଇଥିଲା । ଏହି ରାଇଟ ଅଫ ୱେ ରୁଲର ନାମ ଦିଆଯାଇଥିଲା। ପ୍ରତି ରାଜ୍ୟ ପକ୍ଷରୁ ଏହାକୁ ଆଡପ୍ଟ କରିବା ପାଇଁ କୁହାଯାଇଥିଲା । ଏଥିସହ ଭିନ୍ନ ଭିନ୍ନ ରାଜ୍ୟକୁ ଚାର୍ଜରେ ଆଶ୍ୱସ୍ତି ମଧ୍ୟ ଦିଆଯାଇଥିଲା ।
ଇଟିର ରିପୋର୍ଟ ମୁତାବକ, ନୂଆ ନିୟମ ୧ ଜାନୁଆରୀରୁ ଲାଗୁ ହେବାକୁ ଯାଉଛି । ଅପ୍ଟିକାଲ ଫାଇବର ଏବଂ ଟେଲିକମ ଟାୱାର ଇନଷ୍ଟଲ କରିବାରେ ଏହାକୁ ବୁଷ୍ଟ କରାଯିବ । ଟେଲିକମ ଅପରେଟର୍ସ ଏବଂ ଇନଫ୍ରାଷ୍ଟ୍ରକଚର ପ୍ରୋଭାଇଡର୍ସଙ୍କୁ ମଧ୍ୟ ଏଥିପାଇଁ ସାହାଯ୍ୟ ମିଳିବାକୁ ଯାଉଛି । ଡିଓଟିର ସଚିବ ନୀରଜ ମିତ୍ତଲ ଏହି ମାମଲାରେ ସମସ୍ତ ରାଜ୍ୟମାନଙ୍କ ସଚିବଙ୍କୁ ଚିଠି ଲେଖିଛନ୍ତି । ସେ କହିଛନ୍ତି ଯେ, ସମସ୍ତେ ୩୦ ନଭେମ୍ବର ପର୍ଯ୍ୟନ୍ତ ନିଶ୍ଚିତ କରନ୍ତୁ । ଏହାପରେ ୧ ଜାନୁଆରୀରୁ ଆରଓଡବ୍ଲୁ ପୋର୍ଟାଲର ନୂଆ ନିୟମକୁ ଲାଗୁ କରାଯିବ ।
ଏହି ବାବଦରେ ଡିଓଟିର ସଚିବ ନୀରଜ ମିତ୍ତଲ କହିଛନ୍ତି ଯେ, ନୂଆ ନିୟମ ଜାନୁଆରୀ ୨୦୨୫ରୁ ଲାଗୁ ହେବା ଆବଶ୍ୟକ । ବର୍ତ୍ତମାନ ଆରଓଡବ୍ଲୁ ନିୟମକୁ ଏହିଠାରେ ଅଟକାଯିବା ଆବଶ୍ୟକ । ବର୍ତ୍ତମାନ ଆରଓଡବ୍ଲୁ ନିୟମକୁ ଏହିଠାରେ ରୋକାଯିବା ଆବଶ୍ୟକ । ଅର୍ଥାତ ବର୍ତ୍ତମାନ ନୂଆ ନିୟମ ଲାଗୁ କରାଯିବ । ନୂଆ ନିୟମ ଆସିବାପରେ ରାଜ୍ୟମାନଙ୍କୁ ଅଧିକ ପାୱାର ଦିଆଯିବ । ଏହା ଦ୍ୱାରା ଏହି ରାଜ୍ୟଗୁଡିକ ଅଥରିଟୀଙ୍କୁ ସ୍ପଷ୍ଟୀକରଣ ଦେଇପାରିବେ ।