fbpx

ଏହି ସଙ୍କେତ କହିବ କେତେ ଦିନ ବଞ୍ଚିବେ ଆପଣ ? ମା’ର ବୟସ ସହ ରହିଛି ସମ୍ବନ୍ଧ, ରିସର୍ଚ୍ଚରୁ ଖୁଲାସା

ଜନ୍ମ – ମୃତ୍ୟୁ ହେଉଛି ଜୀବନର ଏକ ଅପ୍ରିୟ ସତ୍ୟ । କିନ୍ତୁ ଅଧିକ ଦିନ ବଞ୍ଚିବାକୁ କିଏ ବା ପସନ୍ଦ ନକରେ। ଦୀର୍ଘ ଜୀବନ ପାଇଁ ଲୋକମାନେ କେତେ ପ୍ରକାରର କାମ କରନ୍ତି। କିନ୍ତୁ ଏମିତି ଅନେକ ଫ୍ୟାକ୍ଟର ରହିଛି ଯାହା ଆପଣ କେତେ ଦିନ ବଞ୍ଚିବେ ତାହା ହୁଏତ ଧାର୍ଯ୍ୟ କରିଥାଏ। ଅଧ୍ୟୟନରୁ ଜଣାପଡିଛି ଯେ ମାଆର ଆୟୁଷ ମଧ୍ୟକୁ ନେଇ ମଧ୍ୟ ଆପଣଙ୍କ ବୟସ ସୀମା ରହିଥାଏ। ମାର ବୟସ-ଏକ ୱେବସାଇଟ୍‌ ଅନୁଯାୟୀ ଆପଣ ଯେତେବେଳେ ଜନ୍ମ ହୋଇଥିଲେ, ସେହି ସମୟରେ ଆପଣଙ୍କ ମାଙ୍କ ବୟସ ୨୫ ବର୍ଷ କିମ୍ବା ତାଠାରୁ କମ୍‌ ହୋଇଥିଲେ ଆପଣ ଅଧିକ ଦିନ ପର୍ଯ୍ୟନ୍ତ ବଞ୍ଚିବାର ସମ୍ଭାବନା ରହିଥାଏ। ଏହି ବୟସରେ ମାଆଙ୍କ ଅଣ୍ଡକୋଷ ଗୁଣବତ୍ତା ଭଲ ରହିଥାଏ।

ଯଦି ଆପଣ ଜଣେ ଚା ପ୍ରେମୀ ହୋଇଥିବେ- ୪୦,୫୦୦ ରୁ ଅଧିକ ଜାପାନୀ ପୁରୁଷ ଓ ମହିଳାଙ୍କ ନେଇ ହୋଇଥିବା ଏକ ଅଧ୍ୟୟନରେ ଜଣା ପଡ଼ିଛି ଯେ ଯେଉଁମାନେ ପ୍ରତିଦିନ ୫ କିମ୍ବା ଅଧିକ କପ୍ ଗ୍ରୀନ୍ ଟି ପିଇଥିଲେ, ସେମାନଙ୍କ ହୃଦଘାତ ଏବଂ ଷ୍ଟ୍ରୋକ ଜନିତ ମୃତ୍ୟୁ ହେବାର କମ୍ ଆଶଙ୍କା ରହିଥିଲା ।

ଯଦି ଆପଣ ଚାଲିବାକୁ ପସନ୍ଦ କରୁଥିବେ- ଯେଉଁମାନେ ଦିନକୁ ପ୍ରାୟ ୩୦ ମିନିଟ୍ ଚାଲନ୍ତି, ସେମାନଙ୍କ ଶରୀରର ଚର୍ବି କେତେ ଥାଉନା କାହିଁକି, କମ୍ ଚାଲୁଥିବା ଲୋକଙ୍କ ତୁଳନାରେ ଚାରି ଗୁଣ ଅଧିକ ଦିନ ବଞ୍ଚିଥାନ୍ତି। ସେହିଭଳି, ଅଧିକ ଓଜନ ଥିବା ମହିଳାମାନେ ସେମାନଙ୍କର ଦୈନନ୍ଦିନ କାର୍ଯ୍ୟରେ ମାତ୍ର ୧୦ ମିନିଟ୍ ଯୋଗ କରି ସେମାନଙ୍କର ହୃଦୟର ସ୍ୱାସ୍ଥ୍ୟରେ ଉନ୍ନତି କରିପାରିବେ ବୋଲି ସାମ୍ପ୍ରତିକ ଅନୁସନ୍ଧାନରେ କୁହାଯାଇଛି। ତେଣୁ ମଧ୍ୟାହ୍ନ ଭୋଜନ ପରେ ଘଂଟାଏ ବୁଲିବାକୁ ଯାଅ।

ନିଶା ଠାରୁ ଦୂରେଇ ରହିବାକୁ ହେବ- ଯଦି ଆପଣ ନିଶା ସେବନ କରୁନାହାନ୍ତି ତେବେ ଆପଣଙ୍କ ଆୟୁଷ ଅଧିକ ଦିନ ହୋଇପାରେ। ନିଶା ସେବନ ଦ୍ୱାରା ଆପଣ କିଡନୀ, ଫୁସଫୁସ ନଷ୍ଟ ହୋଇଥାଏ। ଯଦି ଆପଣ ନିଶା ସେବନଠୁ ଦୂରରେ ରହୁଛନ୍ତି ତେବେ ଆପଣ ଦୀର୍ଘ ଦିନ ଧରି ସୁସ୍ଥରେ ରହିପାରିବେ।

ଆପଣ ଫଳମୂଳ ଖାଇବାକୁ ପସନ୍ଦ କରୁଥିବେ- ଯଦି ଆପଣ ଫଳମୂଳ ଖାଉଛନ୍ତି ତେବେ ଆପଣ ରୋଗ ପ୍ରତିରୋଧକ ଶକ୍ତି ସୁଦୃଢ଼ ହେବ। ଏହା ଦ୍ୱାରା ଆପଣଙ୍କ ଆୟୁଷ ମଧ୍ୟ ବୃଦ୍ଧି ହେବ।

ଯଦି ଆପଣଙ୍କୁ ପିଜା ବର୍ଗର ପସନ୍ଦ ନଥିବ-କେବଳ ପିଜା ବର୍ଗର ନୁହେଁ, ଯଦି ଆପଣ ବାହାର ଖାଦ୍ୟ ଖାଉନାହାଁନ୍ତି, ତେବେ ଆପଣ ଅଧିକ ଦିନ ବଞ୍ଚିବେ। ଆମେରିକୀୟ ଇନଷ୍ଟିଚ୍ୟୁଟ୍ ଫର କ୍ୟାନସର ରିସର୍ଚ୍ଚର ଏକ ପ୍ରମୁଖ ରିପୋର୍ଟ ଅନୁଯାୟୀ, ପ୍ରତି ସପ୍ତାହରେ ଅଧିକ ଲାଲ୍ ମାଂସ ଖାଇବା ଦ୍ୱାରା କଲୋରେକ୍ଟାଲ୍ କ୍ୟାନସର ହେବାର ଆଶଙ୍କା ବଢ଼ିଯାଏ।

ଯଦି ଆପଣ କାହା ଉପରେ ନିର୍ଭର ହେଉନଥିବେ- ସୁସ୍ଥ ରହିବ ପାଇଁ ନିଜ କାମ ନିଜେ କରିବା ଜରୁରୀ। ଯଦି ଆପଣ ଅଳସୁଆ ହେବେ ତେବେ ଆପଣଙ୍କୁ ରୋଗ ମାଡି ବସିବ। ଯାହା ଆପଣଙ୍କ ମୃତ୍ୟୁର କାରଣ ମଧ୍ୟ ହୋଇପାରେ।

ବୈବାହିକ ଜୀବନ ସୁଖରେ କଟୁଥିବ-ଡ୍ୟୁକ୍‌ ୟୁନିଭର୍ସିଟୀ ଅଧ୍ୟୟନରେ କୁହାଯାଇଛି ବିବାହ ବ୍ୟକ୍ତିଙ୍କ ଜୀବନକୁ ବଢ଼ାଇବାରେ ସାହାଯ୍ୟ କରିଥାଏ। ଯେଉଁ ଲୋକଙ୍କ ବୈବାହିତ ଜୀବନ ହସଖୁସିରେ କଟିଥାଏ, ସେହି ଲୋକଙ୍କ ବୟସ ବଢ଼ିଥାଏ।

Get real time updates directly on you device, subscribe now.