fbpx

ଟିମ ଇଣ୍ଡିଆ ପାଇଁ ଖୁସି ଖବର: ଲମ୍ବା ସମୟ ପରେ ଦଳକୁ ଫେରିଲେ ଷ୍ଟାର ଅଲରାଉଣ୍ଡର

ନୂଆଦିଲ୍ଲୀ: ସାଉଥ ଆଫ୍ରିକା ବିପକ୍ଷ ଟି-ଟ୍ୱେଣ୍ଟି ସିରିଜ ପୂର୍ବରୁ ଟିମ ଇଣ୍ଡିଆକୁ ମିଳିଛଇ ଖୁସି ଖବର । ଦଳକୁ କମବ୍ୟାକ କରିବାକୁ ଯାଉଛନ୍ତି ଷ୍ଟାର ଅଲରାଉଣ୍ଡର । ଆହତ ଯୋଗୁଁ ଦୀର୍ଘ ଦିନ ଧରି ଦଳରୁ ସେ ବାଦ ପଡିଥିଲେ । କିନ୍ତୁ ଏବେ ସୁସ୍ଥ ହୋଇ ପୁଣି ଥରେ ଟିମ ଇଣ୍ଡିଆକୁ ଫେରିବା ପାଇଁ ପ୍ରସ୍ତୁତି ଆରମ୍ଭ କରିଛନ୍ତି । ତେବେ ଏହି ଷ୍ଟାର ଅଲରାଉଣ୍ଡର ହେଉଛନ୍ତି ଦୀପକ ଚହର ।

IPL 2022: Deepak Chahar Set To Miss The T20 World Cup After Being Out For Four Months: Reports

ଆହତ ସମସ୍ୟାରୁ ବାହାରି ଏବେ ଭାରତୀୟ ଟିମ ପାଇଁ ଅଣ୍ଟା ଭିଡୁଛନ୍ତି ଦୀପକ । ଦୀର୍ଘ ସମୟରୁ ଆହତ ଯୋଗୁଁ ସେ ଟିମ ଇଣ୍ଡିଆରୁ ବାଦ ପଡିଥିଲେ । ଏପରିକି ଆଇପିଏଲରେ ମଧ୍ୟ ସେ ଖେଳି ପାରିନଥିଲେ । ତେବେ ସୁସ୍ଥ ହୋଇ ଏବେ ସେ ମଇଦାନରେ ପ୍ରସ୍ତୁତି ହେଉଥିବାର ଏକ ଭିଡିଓ ଭାଇରାଲ ହେଉଛି । ଫେବୃୟାରୀ ମାସରେ ହାମଷ୍ଟ୍ରିଙ୍ଗ ଜନିତ ଆଘାତ ଯୋଗୁଁ ଦଳରୁ ବାଦ ପଡିଥିବା ବେଳେ ପରେ ପିଠିରେ ମଧ୍ୟ ଆଘାତ ଲାଗିଥିଲା । ଫଳରେ େଫେବୃୟାରୀ ମାସରୁ କ୍ରିକେଟରୁ ଦୂରେଇ ରହିଛନ୍ତି ।

ନିକଟରେ ପ୍ରେମିକା ଜୟା ଭରଦ୍ୱାଜଙ୍କୁ ବିବାହ କରିଛନ୍ତି ଦୀପକ ଚହର । ବିବାହ ପରେ ପୁଣି ଥରେ ମଇଦାନକୁ ଦୀପକ ପ୍ରତ୍ୟାବର୍ତ୍ତନ କରୁଛନ୍ତି । ତେବେ ଟି-୨୦ ବିଶ୍ୱକପକୁ ନଜରରେ ରଖି ନିଜ ଫିଟନେସ ଉପରେ ଗୁରୁତ୍ୱ ଦେଉଛନ୍ତି ଦୀପକ । ତେବେ ଖୁବ ଶୀଘ୍ର ଦଳକୁ ଫେରିବା ସହିତ ବିଶ୍ୱକପ ପାଇଁ ମଧ୍ୟ ସେ ନିଜକୁ ଉପଲବ୍ଧ କରାଇବେ ବୋଲି ନଜର ରଖିଛନ୍ତି ।

Get real time updates directly on you device, subscribe now.