fbpx

ଟିମ ଇଣ୍ଡିଆରେ ହେବ ବଡ ପରିବର୍ତ୍ତନ: ପୁଣି ଥରେ ଦଳକୁ ଫେରିବେ ଏହି ଷ୍ଟାର ଖେଳାଳି

Advertisement

ନୂଆଦିଲ୍ଲୀ: ଭାରତୀୟ ଟେଷ୍ଟ ଟିମରେ ଖୁବ ଶୀଘ୍ର ପରିବର୍ତ୍ତନ କରି ପାରନ୍ତି ଅଧିନାୟକ ରୋହିତ ଶର୍ମା । ଦୀର୍ଘ ଦିନରୁ ବାହାରେ ଥିବା ଦଳର ଜଣେ ଦକ୍ଷ ଖେଳାଳିଙ୍କୁ ପୁଣିଥରେ ଫେରାଇ ଆଣିପାରନ୍ତି କ୍ୟାପଟେନ । ଦକ୍ଷିଣ ଆଫ୍ରିକା ବିପକ୍ଷ ଟେଷ୍ଟ ସିରିଜ ପରେ ଖରାପ ଫର୍ମ ପାଇଁ ଦଳରୁ ବାଦ ପଡିଥିବା ଚେତେଶ୍ୱର ପୂଜାରା ପୁଣିଥରେ ଦଳରେ କମବ୍ୟାକ କରିପାରନ୍ତି ବୋଲି ଚର୍ଚ୍ଚା ହେଉଛି ।

Ind vs Eng: विराट कोहली की बढ़ी चिंता, जीत की उम्‍मीद जगाने वाले रोहित शर्मा और चेतेश्‍वर पुजारा हैं वजह - india vs england cheteshwar pujara and rohit sharma suffers injury –

ଭାରତୀୟ ଟେଷ୍ଟ କ୍ରିକେଟର ସଫଳତମ ଖେଳାଳି ଚେତେଶ୍ୱର ପୂଜାରା ଗତ କିଛି ସିରିଜରେ ଭଲ ପ୍ରଦର୍ଶନ କରି ପାରିନଥିଲେ । ଫଳରେ ତାଙ୍କୁ ଦଳରୁ ବାଦ ଦିଆଯାଇଥିଲା । କିନ୍ତୁ ଏବେ ପୁଣି ଥରେ ସେ ତାଙ୍କ ପୁରୁଣା ଫର୍ମକୁ ଫେରିଛନ୍ତି । ରନ ସଂଗ୍ରହ କରିବା ପାଇଁ ସଂଘର୍ଷ କରୁଥିବା ପୂଜାରା ଏବେ ମାତ୍ର ୫ଟି ମ୍ୟାଚରେ ୨ଟି ଦ୍ୱିଶତକ ଏବଂ ଗୋଟିଏ ଶତକ ହାସଲ କରି ଇଣ୍ଡିଆନ ଟିମ ଆଡକୁ ପାଦ ବଢାଇଛନ୍ତି । ଡରହମ ବିପକ୍ଷରେ କାଉଣ୍ଟି ଚମ୍ପିଆନସିପର ଦ୍ୱିତୀୟ ଡିଭିଜନର ଏକ ଚାରି ଦିବସୀୟ ମ୍ୟାଚରେ ୩୩୪ ବଲରୁ ୨୦୩ ରନ ହାସଲ କରିଛନ୍ତି ପୂଜାରା । ଏହା ପୂର୍ବରୁ ଡେବ୍ୟୁ ମ୍ୟାଚରେ ମଧ୍ୟ ସେ ୨୦୧ ରନର ଏକ ଧମାଦାର ପାଳି ଖେଳିଥିଲେ । ଏହାବ୍ୟତୀତ ୱାଷ୍ଟରଶର ବିପକ୍ଷରେ ମଧ୍ୟ ତାଙ୍କ ନାମରେ ଏକ ଶତକ(୧୦୯) ଯୋଡି ହୋଇଛି ।

Cheteshwar Pujara Slams Third County Ton In Three Matches - Pragativadi

ତେବେ ଏହି ପାଳି ପରେ ପୂଜାରାଙ୍କ ପାଇଁ ଟିମ ଇଣ୍ଡିଆକୁ ଫେରିବାର ଆଶା ବଢିଛି । ଇଣ୍ଡିଆନ ଟିମ ସିଲେକ୍ଟର ଏବଂ ଅଧିନାୟକ ରୋହିତ ଶର୍ମା ମଧ୍ୟ ପୂଜାରାଙ୍କୁ ଦଳରେ କମବ୍ୟାକ କରାଇବା ପାଇଁ ଚେଷ୍ଟା କରିପାରନ୍ତି ବୋଲି କୁହାଯାଉଛି ।

Get real time updates directly on you device, subscribe now.