fbpx

ମୁଣ୍ଡରେ ବାଜିଲା ବଲ୍; ପ୍ରଥମ ଟେଷ୍ଟରୁ ବାଦ ପଡ଼ିଲେ ଏହି ଷ୍ଟାର ଖେଳାଳି

ନୂଆଦିଲ୍ଲୀ: ଭାରତ ଏବଂ ଇଂଲଣ୍ଡ ମଧ୍ୟରେ ୫ ମ୍ୟାଚ ବିଶିଷ୍ଟ ଟେଷ୍ଟ ସିରିଜକୁ ମାତ୍ର ୨ ଦିନ ବାକି ରହିଥିବା ବେଳେ ଭାରତକୁ ଲାଗିଛି ବଡ ଝଟକା । ଅଭ୍ୟାସ କରୁଥିବା ସମୟରେ ନେଟ୍ସରେ ମୁଣ୍ଡରେ ବଲ ବାଜିବା କାରଣରୁ ଆହତ ହୋଇଛନ୍ତି ଷ୍ଟାର ଓପନର ମୟଙ୍କ ଅଗ୍ରୱାଲ । ସୋମବାର ନେଟ୍ସରେ ଅଭ୍ୟାସ କରୁଥିବା ସମୟରେ ମୟଙ୍କଙ୍କ ମୁଣ୍ଡରେ ବଲ୍ ବାଜିଥିଲା । ଫଳରେ ୪ ତାରିଖରୁ ଆରମ୍ଭ ହେବାକୁ ଥିବା ପ୍ରଥମ ଟେଷ୍ଟରୁ ମୟଙ୍କ ବାଦ ପଡିଛନ୍ତି ।

ନେଟ୍ସରେ ଅଭ୍ୟାସ କରୁଥିବା ସମୟରେ ଭାରତୀୟ ଦ୍ରୁତ ବୋଲର ମହମ୍ମଦ ସିରାଜଙ୍କ ଏକ ବଲ ମୟଙ୍କ ଅଗ୍ରୱାଲଙ୍କ ମୁଣ୍ଡରେ ବାଜିଥିଲା । ଭାରତୀୟ ଦଳରେ ରହିଥିବା ବର୍ତ୍ତମାନର ସବୁଠୁ ଦ୍ରୁତ ବୋଲର ସିରାଜଙ୍କ ସର୍ଟପିଚ୍ ବଲକୁ ଖେଳିବା ସମୟରେ ମୟଙ୍କଙ୍କ ମୁଣ୍ଡରେ ଆଘାତ ଲାଗିଥିଲା । ବିସିସିଆଇ ପକ୍ଷରୁ ଟ୍ୱିଟ୍ କରାଯାଇ ମୟଙ୍କଙ୍କ ଆଘାତ ସମ୍ପର୍କରେ ସୂଚନା ଦିଆଯାଇଛି । ୩୦ ବର୍ଷୀୟ ମୟଙ୍କଙ୍କ ଅବସ୍ଥା ସ୍ଥିର ରହିଥିବା ବେଳେ ପରବର୍ତ୍ତୀ ଟେଷ୍ଟରେ ସେ ଚୟନ ପାଇଁ ଉପଲବ୍ଧ ରହିବେ ବୋଲି ଜଣାପଡିଛି । ପୂର୍ବରୁ ଶୁବମନ ଗିଲ୍, ୱାଶିଂଟନ ସୁନ୍ଦର ମଧ୍ୟ ଆହତ ହୋଇ ସାରିଛନ୍ତି । ରୋହିତ ଶର୍ମା ଦଳର ପ୍ରଥମ ପସନ୍ଦର ଓପନର ରହିଥିବା ବେଳେ ତାଙ୍କ ସହିତ କେ ଏଲ୍ ରାହୁଲ କିମ୍ବା ଅଭିମନ୍ୟୁ ଇଶ୍ୱରନ୍ ଓପନ୍ କରି ପାରନ୍ତି । ଅନ୍ୟ ପକ୍ଷରେ ଦଳ ହନୁମା ବିହାରୀଙ୍କୁ ମଧ୍ୟ ଓପନର ଭାବରେ ଖେଳାଇବାର ସମ୍ଭାବନା ରହିଛି ।

Get real time updates directly on you device, subscribe now.