fbpx
BSKY
BJD MC SKY
BJD YOUTH SKY

ସଉକ ପାଇଁ ଜୀବନ ନେଇ ଯାଆନ୍ତି ଦୁନିଆର ଏହି ବିଚିତ୍ର ଜନଜାତି; ପରମ୍ପରା ପାଇଁ ସ୍ତ୍ରୀଙ୍କୁ କରନ୍ତି ଅସୁନ୍ଦର

ନୂଆଦିଲ୍ଲୀ: ଦୁନିଆର ବିଭିନ୍ନ ସ୍ଥାନରେ ଏପରି ଅନେକ ଜନଜାତି ଅଛନ୍ତି, ଯେଉଁମାନେ ସେମାନଙ୍କର ବିଚିତ୍ର ରୀତିନୀତି, ଜୀବନଶୈଳୀ ଏବଂ ଖାଦ୍ୟ ଅଭ୍ୟାସ ଯୋଗୁଁ ଚର୍ଚ୍ଚାରେ ରୁହନ୍ତି । ଏହିପରି ଏକ ଜନଜାତି ହେଉଛି ପୂର୍ବ ଆଫ୍ରିକାର ଇଥିଓପିଆରେ ବାସ କରୁଥିବା ‘ମୁର୍ସି ଜନଜାତି’ । ଯେଉଁ ଜନଜାତିକୁ ଦୁନିଆର ସବୁଠାରୁ ଭୟଭୀତ ଜନଜାତି ବୋଲି ବିଶ୍ୱାସ କରାଯାଏ । ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ ଯେ ଏହି ଜନଜାତିର ଲୋକମାନେ ବିଶ୍ୱାସ କରନ୍ତି ଯେ ‘କେହି ବଞ୍ଚିବା ଅପେକ୍ଷା ମରିବା ଭଲ’ । ଏଭଳି ପରିସ୍ଥିତିରେ ସେମାନେ ନିଜ ସଉକ ପାଇଁ କାହାକୁ ବି ହତ୍ୟା କରିବାକୁ ପଛାନ୍ତି ନାହିଁ । ଏହି ଜନଜାତିମାନଙ୍କର ବାସସ୍ଥାନ ହେଉଛି ଦକ୍ଷିଣ ଇଥିଓପିଆ ଏବଂ ସୁଦାନ ସୀମାରେ ଅବସ୍ଥିତ ଓମାନ ଉପତ୍ୟକା । ସୂଚନା ଅନୁଯାୟୀ ଏମାନଙ୍କର ମୋଟ ଜନସଂଖ୍ୟା ପ୍ରାୟ ୧୦ ହଜାର ।

ମୁର୍ସି ଜନଜାତିର ଲୋକମାନେ ନିଜର ପରମ୍ପରା ପାଇଁ ସବୁବେଳେ ଆଲୋଚନା ରହିଥାନ୍ତି । ଭିନ୍ନ ପରମ୍ପରା ମଧ୍ୟରେ ଏକ ପରମ୍ପରା ହେଉଛି ମହିଳାମାନଙ୍କୁ ଅସୁନ୍ଦର କରିବା । ଏହି ପରମ୍ପରାରେ ମହିଳାମାନଙ୍କର ଓଠ କାଟି ସେମାନଙ୍କ ଭିତରେ କାଠ ଭର୍ତ୍ତି କରାଯାଇଥାଏ । ନଜରରୁ ସୁରକ୍ଷା ଦେବା ନାମରେ, ମହିଳାଙ୍କ ଶରୀରରେ ଏପରି ପରିବର୍ତ୍ତନ କରାଯାଇଥାଏ । ଏହା ଦ୍ୱାରା ସେମାନଙ୍କର ଓଠ ବଢି ଝୁଲି ହୋଇ ରହିଥାଏ । ପୁରୁଷମାନେ ବିଶ୍ୱାସ କରନ୍ତି ଯେ ଯଦି ମହିଳାମାନେ ଅସୁନ୍ଦର ଦେଖାଯାନ୍ତି, ତେବେ ସେମାନଙ୍କୁ କେହି ଧ୍ୟାନ ଦେବେ ନାହିଁ । ମହିଳାମାନେ ମଧ୍ୟ ଏହି ପରମ୍ପରାକୁ ଅନୁସରଣ କରନ୍ତି ।

ଏହି ପରମ୍ପରା ୧୫-୧୬ ବର୍ଷ ବୟସରେ କରାଯାଏ । ଏଥିପାଇଁ ଝିଅ ମାନଙ୍କର ଓଠର ତଳ ଅଂଶ କାଟି ଦିଆଯାଏ । କ୍ଷତ ଠିକ ହେବା ପର୍ଯ୍ୟନ୍ତ ଏଥିରେ କାଠ ରଖାଯାଏ, ଏବଂ ଶୁଖିବା ପରେ ଏଥିରେ ଏକ ଡିସ୍କ ଭର୍ତ୍ତି କରାଯାଏ । ଆଫ୍ରିକାରେ ବର୍ତ୍ତମାନ ମୁର୍ସି, ଛାଇ ଏବଂ ତିର୍ମା ଜନଜାତି ହିଁ ଏହିପରି ଯେଉଁମାନେ ଏହି ପରମ୍ପରାକୁ ମାନୁଛନ୍ତି ।
ଏହି ବିଚିତ୍ର ଓ ବିପଜ୍ଜନକ ଜନଜାତିର ଲୋକମାନେ ସେମାନଙ୍କର ଶକ୍ତି ବୃଦ୍ଧି ପାଇଁ ଗାଈର ରକ୍ତ ପିଅନ୍ତି । ସେମାନେ ନିଜ ସଉକ ପାଇଁ କାହାକୁ ବି ହତ୍ୟା କରି ପାରନ୍ତି । କାରଣ ସେମାନେ ଏହା କରି ଗର୍ବିତ ଅନୁଭବ କରନ୍ତି । ହତ୍ୟା କରିବା ପାଇଁ, ସେମାନେ କାଠରୁ ବିପଦପୂର୍ଣ୍ଣ ଅସ୍ତ୍ର ତିଆରି କରନ୍ତି । ଏହି ଅସ୍ତ୍ରଗୁଡିକ ଏତେ ତୀକ୍ଷ୍ଣ ହୋଇଥାଏ ଯେ ସେମାନେ କାହାକୁ ବି ହତ୍ୟା କରି ପାରନ୍ତି । ପର୍ଯ୍ୟଟନ ଅନୁକୂଳ ହେବା ସତ୍ତେ୍ୱ ବିନା ଅନୁମତିରେ ଯଦି କେହି ସେମାନଙ୍କ ସୀମାକୁ ଯାଆନ୍ତି, ତେବେ ସେ ଜୀବନ୍ତ ଫେରିବାର କୌଣସି ସମ୍ଭାବନା ନଥାଏ । ଇଥିଓପିଆ ସରକାର ମଧ୍ୟ ସେମାନଙ୍କ ସହ ଯୋଗାଯୋଗ ଉପରେ ପ୍ରତିବନ୍ଧକ ଲଗାଇଛନ୍ତି ।

Get real time updates directly on you device, subscribe now.