fbpx

ସୁଲତାନଙ୍କ କଡା ନିୟମ ଯୋଗୁଁ ଏହି ଦେଶରେ ଧୂଳି ଚାଟିଲା କରୋନା

Advertisement

ଚୀନର ଉହାନ ସହରରୁ ଆରମ୍ଭ ହୋଇଥିବା କରୋନା ଭାଇରସ୍ ଏବେ ସମଗ୍ର ବିଶ୍ୱରେ ପ୍ରଭାବ ବିସ୍ତାର କରିବାରେ ଲାଗିଛି । ବହୁ ପ୍ରଭାବଶାଳୀ ରାଷ୍ଟ୍ର ଏହାର କବଜାରେ ଆସିଥିବା ବେଳେ ବିଶ୍ୱର କିଛି ଦେଶ ଏହାକୁ ହରାଇବାରେ ସଫଳ ହୋଇଛନ୍ତି । ସେହିପରି ବିଶ୍ୱର ଏକ ଛୋଟ ଇସଲାମିକ ଦେଶ ଭାବେ ଜଣାଶୁଣା ବ୍ରୁନେଇ କରୋନାକୁ ହରାଇ ବିଜୟ ଲାଭ କରିଛି । ଏହି ଦେଶରେ କରୋନା ଯୋଗୁଁ ମାତ୍ର ୧୩୬ ଜଣ ସଂକ୍ରମିତ ହୋଇଥିବା ବେଳେ ଜଣଙ୍କର ମୃତ୍ୟୁ ଘଟିଛି । ଆକ୍ରାନ୍ତଙ୍କ ମଧ୍ୟରୁ ୧୦୪ ଜଣ ସୁସ୍ଥ ହୋଇ ଘରକୁ ମଧ୍ୟ ଫେରିଆସିଛନ୍ତି ।

ତେବେ ବ୍ରୁନେଇରେ ଆଜି ପର୍ଯ୍ୟନ୍ତ ରାଜା ଶାସନ ଚାଲିଥିବା ବେଳେ ଏଠାରେ ନିୟମ ବହୁ କଡାକଡି ଭାବେ ପାଳନ କରାଯାଏ । କଡା ନିୟମ ଯୋଗୁଁ ବ୍ରୁନେଇର ରାଜା ହସନଲାଲ୍ ବୋଲକିଆ କରୋନାକୁ ନିଜ ଆୟତ୍ତରେ ରଖିପାରିଛନ୍ତି । ଏଠାରେ ପ୍ରଥମେ ଜଣେ ତୀର୍ଥଯାତ୍ରୀ କରୋନାରେ ଚିହ୍ନଟ ହୋଇଥିଲା । ଏହାକୁ ଦୃଷ୍ଟିରେ ରଖି ଦେଶକୁ ଯିବା ଆସିବାରେ ପ୍ରତିବନ୍ଧକ ଲଗାଇବା ସହ ବିବାହ, ସଭା ସମିତି ଇତ୍ୟାଦିରେ ପ୍ରତିବନ୍ଧକ ଲଗାଯାଇଥିଲା । ଏପରିକି ମସଜିଦ ଯିବା ଉପରେ ମଧ୍ୟ କଟକଣା ଲଗାଯାଇଥିଲା । ଚିକିତ୍ସା ବିଭାଗ ଉପରେ ମଧ୍ୟ କଡା ନଜର ରଖାଯାଇଥିଲା ।

Get real time updates directly on you device, subscribe now.