fbpx

୨୫୦୦ ମହିଳାଙ୍କ ସହ ପଲଙ୍କରେ ଖେଳୁଥିଲେ ଏହି ଟେନିସ ଖେଳାଳି! ଏମିତି ଜଣେ ପ୍ଲେ ବୟେ, କରିଛନ୍ତି ୫ ବିବାହ

ଓଡିଶା ଭାସ୍କର: ଖେଳ ଜଗତରେ ବହୁ ବଡ ବଡ ବ୍ୟକ୍ତିତ୍ୱ ବେଶ୍ ବିବାଦୀୟ ମଧ୍ୟ ଥାଆନ୍ତି । ୱିମ୍ବଲଡନ ଫାଇନାଲର ସମାପ୍ତ ଘଟିଛି । ଯାହା ଫଳରେ ଟେନିସ ଜଗତ ଏବେ ଚର୍ଚ୍ଚାରେ ରହିଛି । ଏହିକ୍ରମରେ ଏମିତି ଜଣେ ଟେନିସ ଖେଳାଳି ରହିଛନ୍ତି ଯେକି ବେଶ୍ ରୋମିଓ ଥିଲେ । ଏହି ଲଭରସ ବୟେ ହେଉଛନ୍ତି ରୋମାନିଆର ପୂର୍ବତନ ଟେନିସ ଖେଳାଳି ଇଲି ନସତାସେ । ଯିଏ କି ୧୯୭୨ ଓ ୧୯୭୬ ମସିହାରେ ୱିମ୍ବଲଡନ ଫାଇନାଲ ମଧ୍ୟ ଖେଳିଛନ୍ତି । ଯାହାଙ୍କୁ ନେଇ କୁହାଯାଏ ଯେ, ଇଲି ନିଜ ବିବାହ ପୂର୍ବରୁ ପ୍ରାୟ ୨୫୦୦ ମହିଳାଙ୍କ ସହ ପଲଙ୍କରେ ରାତ୍ରି ଯାପନ କରି ବେଶ୍ ଆନନ୍ଦ ଉଠାଇଛନ୍ତି । ଲବ ରୋମାନ୍ସ ଆଉ ସେକ୍ସ ପାଇଁ ପାଗଳ ଥିଲେ ଏହି ଖେଳାଳି । ଟେନିସ ଖେଳିବାକୁ ବେଶ୍ ପସନ୍ଦ କରୁଥିବା ଏହି ଷ୍ଟାର ଝିଅଙ୍କ ସହ ପଲଙ୍କରେ ମଧ୍ୟ ଖେଳିବାରେ ବେଶ୍ ଧୂରନ୍ଧର ଥିଲେ ।

ରୋମାନିଆର ଇଲି ୨୦୦୪ ମସିହାରେ ନିଜ ଆତ୍ମଜୀବନୀ ପ୍ରକାଶ କରିଥିଲେ । ଏହି ପୁସ୍ତକରେ ଉଲ୍ଲେଖ ଅଛି ଯେ, ସେ ନିଜ ପତ୍ନୀଙ୍କୁ ବିବାହ କରିବା ପୂର୍ବରୁ ପ୍ରାୟ ୨୫୦୦ ମହିଳାଙ୍କ ସହ ଶାରୀରିକ ସମ୍ବନ୍ଧ ରଖିଛନ୍ତି । ମାତ୍ର ଇଲି କହିଛନ୍ତି ଏହି ସଂଖ୍ୟା ଟିକେ ବେଶୀ ଭଳି ଲାଗୁଛି । ପୁସ୍ତକ ବିକ୍ରି କରିବା ପାଇଁ ଲେଖକ ଏଭଳି କରିଛନ୍ତି ବୋଲି ସେ କହିଛନ୍ତି । ସେ ନିଜ ଜୀବନରେ କେତେ ସୁନ୍ଦରୀ ଆସିଛନ୍ତି ତାହା ସଠିକ ଭବରେ ଜାଣି ନାହାନ୍ତି ବୋଲି କହିଛନ୍ତି । ଇଲି ନତତାସେ ଆହୁରି କହିଛନ୍ତି ଯେ ଏହି ସଂଖ୍ୟା ବୋଧେ ୩୦୦ ରୁ ୪୦୦ ହେବ । ଏଥିପାଇଁ ତାଙ୍କୁ କେହି ପଦକ ଦେବେ ନାହିଁ ବୋଲି ମଧ୍ୟ ପ୍ରକାଶ କରିଛନ୍ତି । ଇଲି ଏଭଳି ଜିନିଷକୁ ନଜର ଅନ୍ଦାଜ କରନ୍ତି ବୋଲି ଏକ ସାକ୍ଷାତକାରରେ ଜଣାଇଛନ୍ତି ।

ଇଲିଙ୍କୁ ଏବେ ୭୭ ବର୍ଷ ବୟସ ହେଉଛି । ସେ ୫ ଥର ବିବାହ କରିଛନ୍ତି । ପ୍ରଥମଥର ପାଇଁ ଇଲି ବେଲଜିୟମ ମଡେଲ ଡାଁମିନିକ ଗ୍ରାଜିଆଙ୍କୁ ବିବାହ କରି ୧୦ ବର୍ଷ ପର୍ଯ୍ୟନ୍ତ ତାଙ୍କ ସହ ରହିଥିଲେ । ରୋମାନ୍ସ କରିଥିଲେ । ଏମିତି ଭାବରେ ସେ ଜଣକ ପରେ ଜଣକ ବାହା ହୋଇ ରାତ୍ରିଯାପନ କରିଛନ୍ତି ସେମାନଙ୍କ ସହ । ୨୦୧୯ ରେ ସେ ଲୋଅନା ସିମୋନଙ୍କୁ ବାହା ହୋଇ ତାଙ୍କ ସହ ଖୁସିରେ ଏବେ ଯାଏଁ ଅଛନ୍ତି ।

Get real time updates directly on you device, subscribe now.