fbpx
BSKY
BJD MC SKY
BJD YOUTH SKY

Big Breaking; ଏଥର ଅଧୁରା ରହିବ ଦୀପାବଳି ସେଲିବ୍ରେସନ୍: ସାରା ଦେଶରେ ବାଣ ଫୁଟାଇବା ଉପରେ ରୋକ ନିର୍ଦ୍ଦେଶ

ନୂଆଦିଲ୍ଲୀ: ଏଥର ଦୀପାବଳି ହେବ ଅନ୍ଧାର । ଆକାଶରେ ଦିଶିବନି ବାଣ ରୋଷଣୀର ଆଲୋକ କି ଶୁଭିବନି ଠୋ ଠା ଶବ୍ଦ । ଦୀପାବଳିର ଅମାବାସ୍ୟା ରାତିରେ ଘୋଟିଯିବ ଆହୁରି ଅନ୍ଧାର । କାରଣ ଦୀପାବଳି ଉତ୍ସବକୁ ନେଇ ବିରାଟ କଟକଣା ଲଗାଇଛନ୍ତି ସୁପ୍ରିମକୋର୍ଟ । ସାରା ଦେଶରେ ଏଥର ଦୀପାବଳିରେ ବାଣ ନ ଫୁଟାଇବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି ସର୍ବୋଚ୍ଚ ନ୍ୟାୟାଳୟ ।

ବାଣ ଫୁଟାଇବା ଦ୍ୱାରା ବାୟୁ ପ୍ରଦୂଷଣ ହେବା ସହ ଶବ୍ଦ ପ୍ରଦୂଷଣ ମଧ୍ୟ ହେଉଛି । ଯେଉଁଥିପାଇଁ ରାଜଧାନୀ ଦିଲ୍ଲୀ ସମେତ ବିଭିନ୍ନ ରାଜ୍ୟରେ ଏକ ବଡ଼ ସମସ୍ୟା ହୋଇ ସୃଷ୍ଟି ହୋଇଛି । ତେଣୁ ଏହି ପ୍ରଦୂଷଣକୁ ରୋକିବା ପାଇଁ ଏଭଳି ଏକ କଡ଼ା ନିର୍ଦ୍ଦେଶ ଦେଇଛନ୍ତି ସୁପ୍ରିମକୋର୍ଟ । ବାୟୁ ପ୍ରଦୂଷଣ ବର୍ତ୍ତମାନ ଆହୁରି ଘାତକ ହେବାରେ ଲାଗିଛି । ସେଥିପାଇଁ ସୁରକ୍ଷାକୁ ଦୃଷ୍ଟିରେ ରଖିସାରା ଦେଶରେ ଘାତକ ପ୍ରଦୂଷଣ କାରୀ ବାଣ ଉପରେ ରୋକ ଲଗାଯାଇଛି । ବାଣର ବାରୁଦରେ ବେରିଅମ୍ ସଲ୍ଟ ମିଶ୍ରିତ ବ୍ୟବହାର ହେଉଥିବାରୁ ଏହା ଉପରେ ମଧ୍ୟ କଟକଣା ଲଗାଇବାକୁ ଅଦାଲତ ନିର୍ଦ୍ଦେଶ ଜାରି କରିଛନ୍ତି । ସାରା ଦେଶରେ ଏହି ନିର୍ଦ୍ଦେଶକୁ ଲାଗୁ କରିବା ସହ ପାଳନ କରିବା ପାଇଁ କଡ଼ାକଡ଼ି ନିର୍ଦ୍ଦେଶ ଜାରି ହୋଇଛି । ଯାହା ବ୍ୟବସାୟୀଙ୍କ ସମେତ ଗ୍ରାହକ ଏବଂ ଜନସାଧାରଣଙ୍କୁ ଏକ ଝଟକା ଲାଗିଛି ।

Get real time updates directly on you device, subscribe now.