fbpx
BJD SKY
BJD SKY

ଏଥର ସ୍ୱଭାବିକ ଠାରୁ ହେବ ଅଧିକ ବର୍ଷା, ପ୍ରେସମିଟ୍‌ରେ ସୂଚନା ଦେଲେ ଆଇଏମଡି ଡିଜି

BJD

ଭୁବନେଶ୍ୱର:ଏଥର ମୌସୁମୀରେ ସ୍ୱାଭାବିକ ଠାରୁ ଅଧିକ ବର୍ଷା ହେବ ବୋଲି ଭାରତୀୟ ପାଣିପାଗ ବିଭାଗ ଆକଳନ କରିଛି । ଆଇଏମଡି ଡିଜି ମୃତ୍ୟୁଞ୍ଜୟ ମହାପାତ୍ର ଆଜି ଏକ ପ୍ରେସମିଟ୍‌ରେ ଏ ବିଷୟରେ ସୂଚନା ଦେଇଛନ୍ତି । ଜୁନ୍‌ରୁ ସେପ୍ଟେମ୍ବର ଯାଏ ୧୦୬ ପ୍ରତିଶତ ବର୍ଷା ହେବା ନେଇ ସମ୍ଭାବନା । ମୌସୁମୀ ପ୍ରଭାବରେ ଏଲ୍ ନିନୋ କ୍ରମେ ଦୂର୍ବଳ ହୋଇଯିବାର ସମ୍ଭାବନା ରହିଛି । ଫଳରେ ଏଥର ଭଲ ବର୍ଷା ହେବ ବୋଲି ପାଣିପାଗ ବିଭାଗ କହିଛି ।

ଆଜି ଆଇଏମଡି ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ ୨୦୨୪ରେ ୧୦୬% ଅର୍ଥାତ୍ ୮୭ସେଣ୍ଟିମିଟର ବର୍ଷା ହେବ । ୪ ମାସ ବର୍ଷା ଋତୁରେ ହାରାହାରି ୮୬୮.୬ ମିଲିମିଟର ଅର୍ଥାତ୍ ୮୬.୮୬ ସେଣ୍ଟିମିଟର ବର୍ଷା ହୋଇଥାଏ । ଭାରତରେ ୧ ଜୁନ୍ ପାଖାପାଖି ମୌସୁମୀ କେରଳ ଦେଇ ଆସିଥାଏ ଓ ୪ ମାସ ବର୍ଷା ପରେ ସେପ୍ଟେମ୍ବର ଶେଷ ସୁଦ୍ଧା ରାଜସ୍ଥାନ ଦେଇ ଫେରି ଯାଇଥାଏ । ତେବେ ଆଇଏମଡି ପକ୍ଷରୁ ଦେଶର ୨୫ ରାଜ୍ୟରେ ଅଧିକ ବର୍ଷା ହେବାର ଅନୁମାନ କରାଯାଇଛି ଓ ୪ ରାଜ୍ୟରେ ସ୍ୱଭାବିକ ବର୍ଷା ହେବା ନେଇ ଅନୁମାନ କରାଯାଇଛି । କିନ୍ତୁ ଓଡିଶା ସହିତ ଆସାମ, ନାଗାଲାଣ୍ଡ, ମଣିପୁର, ମିଜୋରାମ ଓ ତ୍ରିପୁରାରେ ସ୍ୱଭାବିକ ଠାରୁ କମ୍ ବର୍ଷା ହେବ ବୋଲି ଅନୁମାନ କରାଯାଇଛି ।

Get real time updates directly on you device, subscribe now.