fbpx

୧୬ ଘଣ୍ଟା କାମ କରିବା ପରେ ବିଗିଡ଼ିଲା ହିନା ଖାନଙ୍କ ସ୍ୱାସ୍ଥ୍ୟବସ୍ଥା, ଇନଷ୍ଟାଗ୍ରାମରେ ଶେୟାର କଲେ ହେଲଥ ଅପଡେଟ୍

ମୁମ୍ବାଇ: ଟେଲିଭିଜନ ଜଗତର ଲୋକପ୍ରିୟ ଅଭିନେତ୍ରୀ ହିନା ଖାନ । ସେ ତାଙ୍କ ‘ଅକ୍ଷରା’ ଚରିତ୍ର ପାଇଁ ଘରେ ଘରେ ପରିଚିତ । ଏହି ଶୋ ପରେ ସେ ଫେମସ୍ ହୋଇଯାଇଥିଲେ । ତେବେ ହିନା ସବୁବେଳେ ନୂଆ ନୂଆ ପ୍ରୋଜେକ୍ଟକୁ ନେଇ ବ୍ୟସ୍ତ ରୁହନ୍ତି । ନିକଟରେ ଏକ ପ୍ରୋଜେକ୍ଟ ଶୁଟ୍ କରିବା ସମୟରେ ତାଙ୍କ ସ୍ୱାସ୍ଥ୍ୟବସ୍ଥା ବିଗିଡ଼ି ଯାଇଥିଲା । ଏନେଇ ସେ ଇନଷ୍ଟାଗ୍ରାମରେ ଏକ ପୋଷ୍ଟ ଶେୟାର କରିଛନ୍ତି ।

ହିନା ଖାନ୍ ନିଜ ଇନଷ୍ଟାଗ୍ରାମ ଷ୍ଟୋରିରେ ହେଲଥ ଅପଡେଟ୍ ଶେୟାର କରି ଲେଖିଛନ୍ତି,‘କ୍ରମାଗତ ୧୬ ଘଣ୍ଟା କାମ କରିବା ଯୋଗୁଁ ତାଙ୍କ ସ୍ୱାସ୍ଥ୍ୟବସ୍ଥା ବିଗିଡ଼ି ଯାଇଛି । ଏକ ଫଟୋ ଶେୟାର କରି ଲେଖିଛନ୍ତି କାମ ମଝିରେ ତାଙ୍କୁ ଖାଇବା ପାଇଁ ବି ସମୟ ମିଳେନି ।’ ଏକ ମାସ୍କ ପିନ୍ଧି ଖଟରେ ବିଶ୍ରାମ ନେଉଥିବା ଫଟୋ ମଧ୍ୟ ଶେୟାର କରିଛନ୍ତି । ଏଭଳି ପୋଷ୍ଟ ଦେଖି ପ୍ରଶଂସକମାନେ ଦୁଃଖ ପ୍ରକାଶ କରିବା ସହ ଅଭିନେତ୍ରୀଙ୍କ ଆଶୁ ଆରୋଗ୍ୟ କାମନା କରିଛନ୍ତି । କହିରଖୁଛୁ ନିକଟରେ ହିନା ଖାନ୍ ମୁନୱର ଫାରୁକିଙ୍କ ସହ ଏକ ମୁ୍ୟଜିକ୍ ଭିଡ଼ିଓ ‘ହଲ୍କି ହଲ୍କି ବାରିଶ୍’ରେ ନଜର ଆସିଥିଲେ । ଟିଭି ସିରିଏଲ ବ୍ୟତୀତ ସେ ୱେବ୍ ସିରିଜରେ ମଧ୍ୟ କାମ କରୁଛନ୍ତି ।

Get real time updates directly on you device, subscribe now.